www.samajalive.in
Sunday, December 7, 2025
18.1 C
Bhubaneswar

୧୨ ଘଣ୍ଟିଆ ପାଟଣାଗଡ ବନ୍ଦ

ପାଟଣାଗଡ: ୧୨ ଘଣ୍ଟିଆ ପାଟଣାଗଡ ବନ୍ଦ । ଆଜି ଦୁଇ ଦଫା ଦାବି ନେଇ  ସିଟିଜେନ୍ ଫୋରମ୍ ପକ୍ଷରୁ ପାଟଣାଗଡ ବନ୍ଦ ପାଳନ କରାଯାଉଛି। ଦୀର୍ଘ ଦିନରୁ ବଲାଙ୍ଗିର-ନୂଆପଡ଼ା ଭାୟା ପାଟଣାଗଡ଼ ଦେଇ ନୂଆ ରେଳ ଲାଇନ୍ ପାଇଁ ଦାବି କରାଯାଇଛି। କିନ୍ତୁ ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ସୁଫଳ ମିଳିନି। ଯାହାକୁ ନେଇ ଆଜି ସିଟିଜେନ୍ ଫୋରମ୍ ପକ୍ଷରୁ ବନ୍ଦ ପାଳନ କରାଯାଉଛି। ଯାହାଫଳରେ ଆଜି ସହରରେ ସବୁ ଦୋକାନ ବଜାର ବନ୍ଦ ରହିବା ସହ ଗାଡି ମୋଟର ଚଳାଚଳ ମଧ୍ୟ ଠପ୍ ହୋଇଯାଇଛି। ରାଜରାସ୍ତାରେ କିଛି ଆନ୍ଦୋଳନକାରୀ ପିକେଟିଂ କରିବା ସହ ହରିଶଙ୍କର ରୋଡ୍‌ରେ ୨ଟି ମାଲବାହୀ ଟ୍ରେନ୍ ଅଟକାଇ ପ୍ରତିବାଦ କରିଥିବା ଦେଖିବାକୁ ମିଳିଛି। ଏହି ବନ୍ଦ ପାଳନରୁ ଅତି ଜରୁରୀ ସେବାକୁ ବାଦ ଦିଆଯାଇଛି।

Hot this week

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା ଦାବି: ଗୁଣ୍ଡିଚା ମନ୍ଦିର ଆଗରେ ଧାରଣା ଦେଲେ ପୁରୀବାସୀ

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା କର। ଶ୍ରଦ୍ଧାଳୁ ସୁରୁଖୁରୁରେ କିପରି ମହାପ୍ରଭୁଙ୍କ...

ବାଇକକୁ ଧକ୍କା ଦେଲା ଟ୍ରାକ୍ଟର: ୨ ବନ୍ଧୁ ମୃତ, ଜଣେ ଗୁରୁତର

ବାଣପୁର: ବାଣପୁର ଥାନା ବେଙ୍ଗରାଜପଲ୍ଲୀ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ...

ମହିଳାଙ୍କ ହତ୍ୟାକୁ ନେଇ ଦୁଇ ଗାଁ ମୁହାଁମୁହିଁ

ମାଲକାନଗିରି: ମାଲକାନଗିରି ଜିଲ୍ଲା ପୋଟେରୁ ନଦୀରେ ଡୁଡୁମେଟଲା ନିକଟରୁ ଜଣେ ମହିଳାଙ୍କ...

ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟ ଗିରଫ

ସମାଜଲାଇଭ ଡେସ୍କ: ବଲିଉଡ ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟଙ୍କୁ ଗିରଫ କରିଛି...

Related Articles

Popular Categories