www.samajalive.in
Tuesday, December 9, 2025
15.1 C
Bhubaneswar

କିଛି ନ ଜାଣି ଡିସିପି ମିଛ କହିଲେ କିପରି ?

ସମାଜ ଡିଜିଟାଲ ଡେସ୍କ: ଭରତପୁର ଥାନାରେ ଜଣେ ମେଜର ଏବଂ ତାଙ୍କ ବାନ୍ଧବୀଙ୍କୁ ଅସଦାଚରଣ ଏବଂ ମରଣାନ୍ତକ ଆକ୍ରମଣ ଘଟଣା ଦେଶବ୍ୟାପୀ ଚର୍ଚ୍ଚାର ବିଷୟ ପାଲଟିଛି। ଲୋକଙ୍କୁ ସୁରକ୍ଷା ଦେବାକୁ ରହିଥିବା ପୁଲିସ କିପରି ନିଜେ ଭକ୍ଷକ ସାଜୁଛି ତାହାର ଜ୍ବଳନ୍ତ ଉଦାହରଣ ଏହି ଘଟଣାରୁ ଦେଖିବାକୁ ମିଳିଛି। କେବଳ ତଳିଆ ପୁଲିସ କର୍ମଚାରୀ ନୁହନ୍ତି, ଆଇପିଏସ ସ୍ତରର ଅଧିକାରୀଙ୍କ ଭୂମିକା ବି ସନ୍ଦେହଘେରରେ ରହୁଛି। ଯାହାକୁ ନେଇ ଏବେ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ଗତ ୧୫ ତାରିଖ ରାତିରେ ମେଜର ଏବଂ ତାଙ୍କ ବାନ୍ଧବୀ ଥାନାକୁ ଅଭିଯୋଗ କରିବାକୁ ଯାଇଥିବାବେଳେ ତାଙ୍କୁ ଥାନା ଭିତରେ ଆଇଆଇସିଙ୍କ ସମେତ ଅନ୍ୟ ୪ ଜଣ ପୁଲିସ କର୍ମଚାରୀ ଅସଦାଚରଣ କରିବା ସହିତ ନିସ୍ତୁକ ମାଡ଼ ମାରିଥିଲେ। ଏଥିରେ ମହିଳା ପୁଲିସ କର୍ମଚାରୀ ବି ସାମିଲ ଥିଲେ। କିନ୍ତୁ ପରଦିନ ଏହି ଘଟଣା ସାମ୍ନାକୁ ଆସିବା ପରେ ଅଭିଯୋଗ କରିବାକୁ ଆସିଥିବା ମହିଳା ପୁଲିସକୁ ଆକ୍ରମଣ କରିଥିବା ନେଇ କୁହାଯାଇଥିଲା। ଖୋଦ ଡିସିପି ପ୍ରତୀକ ସିଂହ ଏକ ଜାତୀୟ ଗଣମାଧ୍ୟମ ଏନଆଇଏକୁ ମନ୍ତବ୍ୟ ଦେଇ କହିଥିଲେ, ‘ଦେଖିଲେ ଲାଗୁଥିଲା ଯୁବତୀ ଜଣକ ନିଶାଗ୍ରସ୍ତ ଅଛନ୍ତି। ଜଣେ ମହିଳା ଅଫିସରଙ୍କୁ ସେ ଚାପୁଡ଼ା ମାରିଲେ, ଅନ୍ୟ ଜଣକୁ କାମୁଡ଼ିଲେ। ଆଇଆଇସି ଆସିଲା ପରେ ତାଙ୍କୁ ବି ସେ ଦୁର୍ବ୍ୟବହାର କରିଥିଲେ। ଡ୍ୟୁଟିରେ ଥିବା ବେଳେ ଦୁର୍ବ୍ୟବହାର ଅଭିଯୋଗରେ ତାଙ୍କୁ ଗିରଫ କରାଯାଇଥିଲା।’

- Advertisement -

କିନ୍ତୁ ପୀଡ଼ିତା କହିଛନ୍ତି ଯେ, ତାଙ୍କୁ ଥାନାରେ ଏକାଧିକ ପୁଲିସ ପିଟିଥିଲେ। ଘୋଷାଡ଼ି ଘୋଷାଡ଼ି ମାଡ଼ ମାରିବା ସହ ତାଙ୍କୁ ଯୌନ ନିର୍ଯାତନା ବି ଦେଇଥିଲେ। ଆଇଆଇସି ତାଙ୍କୁ ଯୌନ ନିର୍ଯାତନା ଦେଇଥିଲେ।

ଅନ୍ୟପଟେ ଏହି ଘଟଣାରେ ୨ଟି ପୃଥକ ଭିଡିଓ ଗଣମାଧ୍ୟମ ହାତରେ ଲାଗିଛି। ଗୋଟିଏ ଭିଡିଓ ପୁଲିସ କର୍ମଚାରୀ କରିଥିବାବେଳେ ଅନ୍ୟଟି ନିଜେ ପୀଡ଼ିତା କରିଛନ୍ତି। ପୀଡ଼ିତାଙ୍କ ଭିଡିଓରେ ଥାନାରେ ରାତି ସମୟର ଦୃଶ୍ୟ ଦେଖିବାକୁ ମିଳିଛି। ଥାନାରେ ମହିଳା ପୁଲିସ କର୍ମଚାରୀ କେଉଁ ଅବସ୍ଥାରେ ରହିଥିଲେ ଏବଂ ସେଠାକାର ପରିବେଶ କିପରି ଥିଲେ ତାହାକୁ ସେ କହିଛନ୍ତି। ପୁଲିସ ଭିଡିଓରେ ପୀଡ଼ିତା ସେଭଳି କିଛି ଭୁଲ କରିଥିବା ଦେଖିବାକୁ ମିଳିନାହିଁ।

ତେବେ ଏଠାରେ ପ୍ରଶ୍ନ ଉଠୁଛି ଯେ, ଡିସିପି ଘଟଣା ବିଷୟରେ କିଛି ନ ଜାଣି କିପରି ମିଛ କହିଲେ ? ଯଦି ସେ ଘଟଣା ବିଷୟରେ ଅବଗତ ହେଲେ ତା’ହେଲେ ତାହାର ପ୍ରକୃତ ଅନୁସନ୍ଧାନ ନ କରି ଗଣମାଧ୍ୟମକୁ କାହିଁ ଭୁଲ ତଥ୍ୟ ଦେଲେ ତାହା ଏବେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ନିଜ ବିଭାଗର ଅଧିକାରୀ ଓ କର୍ମଚାରୀଙ୍କୁ ସୁରକ୍ଷା ଦେବା ଲାଗି ଡିସିପି ଉଦ୍ୟମ କରିଥିବା ସ୍ପଷ୍ଟ ହୋଇଛି।

ସେପଟେ କ୍ରାଇମବ୍ରାଞ୍ଚ ଘଟଣାର ତଦନ୍ତ ଆରମ୍ଭ କରିଥିଲେ ହେଁ ଏଯାଏ କୌଣସି ଅଭିଯୁକ୍ତ ପୁଲିସ କର୍ମଚାରୀମାନଙ୍କୁ ଗିରଫ କରାଯାଇ ନାହିଁ। ପୁଲିସ କର୍ମଚାରୀମାନଙ୍କ ବିରୋଧରେ ବିଭିନ୍ନ ଦଫାରେ ମାମଲା ରୁଜୁ ହୋଇଥିଲେ ହେଁ କାର୍ଯ୍ୟାନୁଷ୍ଠାନ କାହିଁକି ବିଳମ୍ବିତ ହେଉଛି ତାହାକୁ ନେଇ ସାଧାରଣରେ ପ୍ରଶ୍ନ ଉଠୁଛି। ଘଟଣା ସମ୍ପର୍କରେ ଭୁବନେଶ୍ଵର ଡିସିପିଙ୍କ ପ୍ରତିକ୍ରିୟା ମିଳିପାରି ନାହିଁ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories