Patra electronics

ଗୁରୁବାର ରାଶିଫଳ; ଏହି ରାଶିରେ ହେବ ଆକସ୍ମିକ ଧନରାଶି ବର୍ଷା

ମେଷ: ପବିତ୍ର ଭାବନା ନେଇ ସେବା କ୍ଷେତ୍ରରେ ଅବତୀର୍ଣ୍ଣ ହୋଇପାରନ୍ତି। ସମ୍ବେଦନା ସହିତ ଯୋଡ଼ି ହେଲେ ସେବାର ସାର୍ଥକତା ଉପଲବ୍ଧ ହେବ। ପତ୍ନୀଙ୍କ ପରାମର୍ଶ ଉପାଦେୟ ହେବ। ବ୍ୟବସାୟ ଲାଭପ୍ରଦ ହେବ।

ବୃଷ: ଭ୍ରାତୃତ୍ବ ବନ୍ଧନ ନିବିଡ଼ତର ହେବା ଆଶାକୁ ଜୀବନର ଆଧାର କରିପାରନ୍ତି। ବୀର୍ଯ୍ୟବାନ୍‌ ଓ ଶତ୍ରୁହନ୍ତା ହେବେ। ବ୍ୟୟକୁ ସୀମିତ କରିପାରନ୍ତି। ସରକାରୀ ସେବକ ହେଲେ ବି ଜନତାଙ୍କ କଲ୍ୟାଣ ମିଳିବ।

ମିଥୁନ: ଲକ୍ଷ୍ମୀ ବରଦାୟିକା ଅଛନ୍ତି। ଧନଧାନ୍ୟରେ ଭଣ୍ଡାର ପରିପୂର୍ଣ୍ଣ ହୋଇପାରେ। ଆକସ୍ମିକ ଧନଲାଭର ସୂଚନା ମିଳୁଛି। ଉପନିଷଦର ହେୟକୁ ପରିତ୍ୟାଗ କରି ଜ୍ଞେୟ ଓ ଉପାଦେୟକୁ ଗ୍ରହଣ କରିପାରନ୍ତି।

କର୍କଟ: ସାରସ୍ବତ୍ବ ସାଧନାର ଅମୃତମୟ ସୃଷ୍ଟିକୁ ଲୋକଲୋଚନକୁ ଆଣିପାରନ୍ତି। ଭକ୍ତିଭାବରେ ତଲ୍ଲୀନ ହେବେ। ଧର୍ମୀୟ ବିଚାରରେ ଉଦାର ସ୍ବଭାବସମ୍ପନ୍ନ ହେବେ। କୃଷି ବିଜ୍ଞାନୀ ଭାବେ କୃଷକଙ୍କୁ ଦିଗ୍‌ଦର୍ଶନ ଦେବେ।

ସିଂହ: ଈଶ୍ବର ଭକ୍ତିରୂପକ ଅମୂଲ୍ୟ ରତ୍ନକୁ ପାଥେୟ କରି କର୍ମକ୍ଷେତ୍ରକୁ ଉଳମୟ କରିପାରନ୍ତି। ଦିବ୍ୟ ପ୍ରେରଣା ଆପଣଙ୍କୁ ଅଗ୍ରଗାମୀ କରିପାରେ। ତ୍ୟାଗ ରୂପକ ଜୀବନ ଶୋଧନର ରାଜମାର୍ଗକୁ ଆଦରି ନେଇପାରନ୍ତି।

କନ୍ୟା: ଧନବାନ୍‌ ହେବେ; ମାତ୍ର ଧନାଗମ ହେବାର ଆଶା ନିରାଶାରେ ପରିଣତ ହୋଇପାରେ। ଶୂନ୍ୟ ପ୍ରଭୁଙ୍କ କୃପାରେ ସକଳ ଗୁଣଯୁକ୍ତ ସୁଖୀ ଓ କାବ୍ୟ ଶାସ୍ତ୍ରାନୁରକ୍ତ ହେବେ। ଜ୍ଞାନ ଗରିମାଯୁକ୍ତ ହେବେ।

ତୁଳା:  ଶ୍ରୀଚନ୍ଦ୍ର ଭୋଗ ହେତୁ ଐଶ୍ବର୍ଯ୍ୟଯୁକ୍ତ ହେବେ। ଅତ୍ୟଧିକ ସୁସ୍ବାଦୁ ଭୋଜନ ଅଗ୍ନିମାନ୍ଦ୍ୟର କାରଣ ହୋଇପାରେ। ମନରେ ଲଗାମ୍‌ ଦେଇ ସମର୍ପିତ ଜୀବନଯାପନ କରିପାରନ୍ତି। ଲୋକଙ୍କ ସେବା କରିପାରନ୍ତି।

ବିଛା: ସାଧନାରେ ସିଦ୍ଧିପ୍ରାପ୍ତି ପାଇଁ ଏକାନ୍ତ ଉପାସନା ଫଳବତୀ ହେବ। ଆପଣଙ୍କ ପ୍ରତ୍ୟେକ କର୍ମ, କର୍ମଯଜ୍ଞ ବା କର୍ମଯୋଗ ଭାବେ ବିବେଚିତ ହେବ। ଉଚ୍ଚ କର୍ତ୍ତୃପକ୍ଷଙ୍କ ବିଶ୍ବାସର ପାତ୍ର ହେବେ। ନିଷ୍ଠାର ମହତ୍ବ ଅଛି।

ଧନୁ: ଅମନ ମନ୍ଦିରରେ ଥିବା ହଂସକୁ ପୋଷା ମନାଇ କର୍ମଯୋଗୀ ହୋଇପାରନ୍ତି। ମନରେ ଧ୍ୟାନର ଦୀପ ଜଳାଇ ନିଜର ଓ ସହଯାତ୍ରୀମାନଙ୍କର ଚଲାପଥକୁ ଆଲୋକିତ କରିପାରନ୍ତି। ଦୟା ଧର୍ମରେ ବିଲୀନ ହୋଇପାରନ୍ତି।

ମକର: ବ୍ୟବହାରରେ ନମ୍ରତା ଓ ଶାଳୀନତା ଆପଣଙ୍କୁ ମହାନ୍‌ କରିପାରେ। ନିଜେ ନିଜର ଆଚରଣକୁ ସମୀକ୍ଷା କରି ଗର୍ବ ଉପୁଜିଥିବା ଅହଂଭାବକୁ ବିସର୍ଜନ କିମ୍ବା ସମର୍ପଣ କରିପାରନ୍ତି। ସୁସ୍ଥ ଓ ନିରାମୟ ରହିବେ।

କୁମ୍ଭ: ସତ୍ୟକୁ ସର୍ବୋଚ୍ଚ ଆସନ ଦେଇ ଆପଣ ସମାଜ ପାଇଁ ସ୍ବୟଂ ପ୍ରେରଣାର ଉତ୍ସ ହୋଇପାରନ୍ତି। ମନରେ ସାହସ ଓ ଆତ୍ମପ୍ରତ୍ୟେୟ ସୃଷ୍ଟି ହୋଇଥିବାରୁ ଲକ୍ଷ୍ୟ ସ୍ଥଳରେ ପହଞ୍ଚିବା ପାଇଁ ଅଳ୍ପ ସମୟ ଲାଗିବ।

ମୀନ: ଆପଣ ସୁବିଧାବାଦୀମାନଙ୍କର ଚକ୍ଷୁଶୀଳ ହେଲେ ବି କ୍ରୋଧର ସ୍ଫୁଲିଙ୍ଗଠାରୁ ମନକୁ ମୁକ୍ତ ରଖିବାକୁ ପଡ଼ିବ। ପାପାଚାରୀଙ୍କ ଅନ୍ନଗ୍ରହଣ କଲେ ପ୍ରକୃତି ଓ ଆଚରଣ କଳୁଷିତ ହେବ। ସତର୍କରେ ଚଳିବାକୁ ପଡ଼ିବ।

Comments are closed.