Patra electronics

ମାନସିକ ଅସୁସ୍ଥତାକୁ ରୋକିପାରିବ ଚାପ ନିୟନ୍ତ୍ରଣ

ଫୁଲବାଣୀ: ମନୁଷ୍ୟ ଅଧିକ ଦିନ ଧରି ମାନସିକ ଚାପରେ ରହିଲେ ତାହା ମାନସିକ ଅସୁସ୍ଥତା ଆଡକୁ ଗତି କରିଥାଏ। ଏହାର ସଠିକ୍ ପରିଚାଳନା କରିବାକୁ ହେଲେ ଚାପରେ ରହୁଥିବା ସମୟରେ ବ୍ୟବହାରରେ ସକରାତ୍ମକ ଚିନ୍ତା ଆଣିବାକୁ ହେବ। ଏହି ପରିପ୍ରେକ୍ଷୀରେ ବେସିକ୍ ନିଡ୍ ଇଣ୍ଡିଆ, ବାଙ୍ଗାଲୋର ଓ ସ୍ୱେଚ୍ଚାସେବୀ ଅନୁଷ୍ଠାନ ସ୍ୱାତୀଙ୍କ ମିଳିତ ସହଯୋଗରେ କନ୍ଧମାଳ ଜିଲ୍ଲାର ଫୁଲବାଣୀ ଓ ଫିରିଙ୍ଗିଆ ବ୍ଲକର ୩୦ ଗୋଟି ପଞ୍ଚାୟତରେ ମାନସିକ ରୋଗିଙ୍କୁ ଚିହ୍ନଟିକରଣ, ସେମାନଙ୍କର ଚିକିତ୍ସା ଓ ସ୍ଥାୟୀ ଜୀବନ ଜୀବିକା ନିମନ୍ତେ ଗୋଷ୍ଠିସ୍ତରୀୟ ମାନସିକ ସ୍ୱାସ୍ଥ୍ୟ ବିକାଶ କାର୍ଯ୍ୟକ୍ରମ ବିଗତ ୩ ବର୍ଷ ହେବ କାର୍ଯ୍ୟକାରୀ ହୋଇଆସୁଛି।

ଏହାର ସୁଫଳ ପାଇଁ ଆଜି ଅନୁଷ୍ଠାନଙ୍କ ବନ୍ଧଗଡ ସ୍ଥିତ ତାଲିମ କେନ୍ଦ୍ର ଠାରେ ୧ ଦିନିକିଆ ଚାପ ନିୟନ୍ତ୍ରଣ ପରିଚାଳନା ସହିତ ନେଟଓାର୍କିଂ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ କନ୍ଧମାଳ ଜିଲ୍ଲା ମାନସିକ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମର କ୍ଲିନିକାଲ୍ ସାଇକୋଲୋଜିଷ୍ଟ ତପଶ୍ୱିନି ଆଚାର୍ଯ୍ୟ ମନୁଷ୍ୟ କେତେବେଳେ ଚାପରେ ଆସିଥାଏ ତାହା ଉଦାହରଣ ମାଧ୍ୟମରେ ବୁଝାଇବା ସହ ସେଥିରୁ ମୁକୁଳିବା ପାଇଁ ନିଜର ଚିନ୍ତାଧାରାକୁ ସକରାତ୍ମକ କରିବା ସହିତ ମନଭିତରକୁ ଅବାଧରେ ପ୍ରବେଶ କରୁଥିବା ନକରାତ୍ମକ ଚିନ୍ତାଧାରାକୁ ଦୂରେଇ ମାନସିକ ଚାପରୁ ମୂକୁଳିବାର ଉପାୟ ଜଣାଇଥିଲେ।

Comments are closed.