www.samajalive.in
Sunday, December 7, 2025
23.1 C
Bhubaneswar

ପିଲାଙ୍କୁ ମିଳିବ ପେନସନ୍, ‘ବାତ୍ସଲ୍ୟ ଯୋଜନା’ରେ କରନ୍ତୁ ନିବେଶ

ନୂଆଦିଲ୍ଲୀ : ବଜେଟରେ ପିଲାଙ୍କ ପେନସନ୍ ପାଇଁ ଏକ ନୂଆ ଅଭିଯାନ ଆରମ୍ଭ କରିବା ନେଇ ଘୋଷଣା ହୋଇଥିଲା । ପିଲାଙ୍କ ନାଁରେ ନ୍ୟାସନାଲ୍ ପେନସନ୍ ସିଷ୍ଟମରେ ନିବେଶର ବିକଳ୍ପ ଦିଆଯାଇଥିଲା ଏବଂ ଏକ ନୂଆ ଯୋଜନାର ଘୋଷଣା ହୋଇଥିଲା । ଏହାକୁ ଏନପିଏସ୍ ବାତ୍ସଲ୍ୟ ସ୍କିମ୍ ନାଁ ଦିଆଯାଇଥିଲା । କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବୁଧବାର ଏହି ଯୋଜନା ଆରମ୍ଭ କରିଦେଇଛନ୍ତି । ଏହି ଯୋଜନା ଅନୁସାରେ ମାତା-ପିତା ନିଜ ପିଲାଙ୍କ ଭବିଷ୍ୟତ ସୁରକ୍ଷିତ କରିବା ପାଇଁ ଫଣ୍ଡ୍ ଜମା କରିପାରିବେ ।

ପିଲାଙ୍କ ଭବିଷ୍ୟତ ସୁରକ୍ଷିତ କରିବା ପାଇଁ ଏହି ଯୋଜନା ଅନୁସାରେ ନିବେଶ ଏବଂ ପେନସନ୍ ପାଇବାର ଏହା ଏକ ସହଜ ବିକଳ୍ପ । ଏହି ଯୋଜନା ଅନୁସାରେ ବାର୍ଷିକ ଆଧାରରେ ୧୦୦୦ ଟଙ୍କାରୁ ନିବେଶ ଆରମ୍ଭ କରିହେବ । ସର୍ବାଧିକର କୌଣସି ସୀମା ନାହିଁ । ଜମା ରାଶିରେ ଚକ୍ରବର୍ତ୍ତୀ ସୁଧ ମିଳିଥାଏ ଯାହା ଫଳରେ ପିଲାମାନେ ଭବିଷ୍ୟତରେ ଏକ ବଡ ରାଶି ପାଇପାରିବେ ।

- Advertisement -

ପିଲାମାନଙ୍କ ପାଇଁ ତାଙ୍କ ଅଭିଭାବକ ପଇସା ଜମା କରିପାରିବେ । ପିଲାମାନେ ୧୮ ବର୍ଷର ହୋଇଗଲେ ସେମାନେ ଏହାକୁ ପରିଚାଳନା କରିପାରିବେ । ଆରମ୍ଭରୁ ନିବେଶ ହୋଇଥିବା ପଇସା ୩ ବର୍ଷ ପାଇଁ ଲକ୍ ଇନ୍ ପିରିୟଡ ପରେ ଆବଶ୍ୟକ ପଡିଲେ ଉଠାଣ କରିହେବ । ଏନପିଏସ୍ ବାତ୍ସଲ୍ୟ ଆକାଉଣ୍ଟ ପ୍ରମୁଖ ବ୍ୟାଙ୍କ, ଭାରତୀୟ ପୋଷ୍ଟ, ପେନସନ୍ ଫଣ୍ଡ ଆଦିରେ ଖୋଲିହେବ । ଏହାକୁ ଉଭୟ ଅଫଲାଇନ୍ ଏବଂ ଅନଲାଇନରେ ଖୋଲିପାରିବେ ଉପଭୋକ୍ତା । ଅନଲାଇନରେ ଆକାଉଣ୍ଟ ଖୋଲିବା ପାଇଁ ଏଠାରେ କ୍ଲିକ୍ କରନ୍ତୁ ।

Hot this week

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

୩ୟ ଦିନରେ ଶିକ୍ଷକଙ୍କ ଆନ୍ଦୋଳନ ଜାରି

ଭୁବନେଶ୍ୱର : ଆଜି ତୃତୀୟ ଦିନରେ ବି ଭୁବନେଶ୍ଵର ​‌ଲୋୟର ପିଏମ୍‌ଜିରେ...

ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା : ଯବାନଙ୍କ ସମେତ ଦୁଇ ଅଟକ

ଭୁବନେଶ୍ଵର : ପୁଲିସ ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା । ଏସ୍ଏ‌ସ୍‌ବି...

Related Articles

Popular Categories