ଏୟାର କଣ୍ଡିସନିଂ ଚେୟାର କାର୍, ଧୂଳିରୋଧୀ କୋଚ୍… ବୁଲେଟ ଟ୍ରେନରେ ମିଳିବ ବିଳାସପୂର୍ଣ୍ଣ ସୁବିଧା
ନୂଆଦିଲ୍ଲୀ : ଦେଶର ପ୍ରଥମ ବୁଲେଟ ଟ୍ରେନକୁ ନେଇ ପ୍ରସ୍ତୁତି ଚାଲିଛି । ଭାରତ ଓ ଜାପାନ ଦ୍ବାରା ମୁମ୍ବାଇ- ଅହମଦାବାଦ ହାଇ-ସ୍ପିଡ୍ ରେଳ କରିଡର ପାଇଁ ବୁଲେଟ ଟ୍ରେନ୍ ଡିଜାଇନକୁ ଶେଷ ରୂପ ଦିଆଯାଉଛି । ଏହି ଟ୍ରେନକୁ ଭାରତର ପରିସ୍ଥିତି ଅନୁକୂଳ ପାଇଁ ଅନେକ ପରିବର୍ତ୍ତନ କରାଯାଇଛି । ବୁଲେଟ ଟ୍ରେନରେ ଏୟାର କଣ୍ଡିସନିଂ ଚେୟାର, ଅଧିକ ଲଗେଜ କ୍ଷମତା, ଡଷ୍ଟ ପ୍ରୁଫ୍ କୋଚ୍ ଭଳି ବିଳାସପୂର୍ଣ୍ଣ ସୁବିଧା ମିଳିବ ।
ଇଟିର ଏକ ରିପୋର୍ଟ ଅନୁସାରେ ଅଧାରୁ ଅଧିକ କନଷ୍ଟ୍ରକ୍ସନ କାମ ପୁରା ହୋଇସାରିଛି ଏବଂ ଲାଇନ୍ ବିଛାଇବା କାମ ଆରମ୍ଭ ହୋଇଯାଇଛି । ଭାରତୀୟ ଯାତ୍ରୀଙ୍କ ଆବଶ୍ୟକତାକୁ ନଜରରେ ରଖି ଲଗେଜ୍ କ୍ଷମତା ବଢାଯିବ । ୫୦ ଡିଗ୍ରୀ ସେଲସିୟସରୁ ଅଧିକ ତାପମାତ୍ରାରେ ଏହା ଚାଲିପାରିବା ଭଳି ପ୍ରସ୍ତୁତ କରାଯିବ । ସିଟିଂ ଆରେଞ୍ଜମେଣ୍ଟରେ ମଧ୍ୟ ପରିବର୍ତ୍ତନ ହୋଇପାରେ ଯାହା ଫଳରେ ପ୍ରତି କୋଚରେ ପୂର୍ବ ଅପେକ୍ଷା ସିଟ୍ ସଂଖ୍ୟା କମ୍ ହୋଇପାରେ ।
Comments are closed.