Patra electronics

ମହିଳା ନିଖୋଜ: ଥାନାରେ ସ୍ବାମୀ

ପାଟଣା : କେନ୍ଦୁଝର ଜିଲା ପାଟଣା ଥାନା ଅଞ୍ଚଳ ସାହାରପଡା ବ୍ଲକ ଗୋରାସ ଗ୍ରାମର ସୁବାସ ଚନ୍ଦ୍ର ନାଏକଙ୍କ  ସ୍ତ୍ରୀ କୁନ୍ତଳା ନାଏକ ଗତ ଅଗଷ୍ଟ ୧୩ରୁ ବାପ ଘରକୁ ଯାଇ ସେଠାରୁ ନିଖୋଜ ହୋଇଛନ୍ତି । ସୂଚନା ଅନୁଯାୟୀ ସୁବାସ ଚନ୍ଦ୍ର ନାଏକ  ଭୁବନେଶ୍ୱରରେ ରହି କାମ କରନ୍ତି। ସ୍ତ୍ରୀ କୁନ୍ତଳା ନାଏକ ପୂର୍ବରୁ ନିଜ ବାପ ଘର  ଶୁକୃଳି ବ୍ଲକ କେଶନା ନିକଟସ୍ଥ କାଶିପାଳ  ଗ୍ରାମକୁ ଦୁଇଟି ପୁଅ ନେଇ ଧାନ ତଳି ଲଗେଇବା ପାଇଁ ଯାଇଥିଲେ। ଏଥିପାଇଁ ସ୍ବାମୀଙ୍କୁ ଫୋନ୍ କରି ମଧ୍ୟ ସେ କଥା ହୋଇଥିଲେ।  ସେଠାରେ ପହଞ୍ଚିବା ପରେ ଦୁଇ ପୁଅଙ୍କୁ ବାପ ଘରେ ଛାଡ଼ିବା ପରେ ଦିନେ ଆଧାର ସଂଶୋଧନ କରିବା ପାଇଁ ଗୋରାସ ଯାଉଛି କହି ଶଶୁର ଘରେ ପହଞ୍ଚି ନାହାନ୍ତି କି ବାପ ଘର କାଶିପାଳ ମଧ୍ୟ ଫେରି ନାହାନ୍ତି । ସ୍ବାମୀ ସୁବାସ ଚନ୍ଦ୍ର ନାଏକ ନିଜ ସ୍ତ୍ରୀକୁ ବହୁତ ଖୋଜାଖୋଜି କରିବା ପରେ ନପାଇବାରୁ ବାଧ୍ୟ ସେ ପାଟଣା ଥାନାରେ ଲିଖିତ ଅଭିଯୋଗ କରିଥିବା ପ୍ରକାଶ କରିଛନ୍ତି । ଯଦି କୌଣସି ବ୍ୟକ୍ତି ଏହି ମହିଳାଙ୍କ ସନ୍ଧାନ ପାଆନ୍ତି ତାହେଲେ ତାଙ୍କର ସ୍ବାମୀ ସୁବାସ ଚନ୍ଦ୍ର ନାଏକଙ୍କୁ ଅଥବା ପାଟଣା ଥାନାକୁ ସୂଚନା ଦେବା ପାଇଁ ସେ ଅନୁରୋଧ କରିଛନ୍ତି।

 

Comments are closed.