Patra electronics

ସେନା ଅଧିକାରୀ ଓ ତାଙ୍କ ବାନ୍ଧବୀଙ୍କ ଉପରେ ପୁଲିସ ଅତ୍ୟାଚାରର ନିନ୍ଦା କଲେ ସେବା ନିବୃତ୍ତ ଜବାନ୍

ରେଙ୍ଗାଲି: ସମ୍ବଲପୁର ଜିଲ୍ଲାର ରେଙ୍ଗାଲିବ୍ଲକ ଅନ୍ତର୍ଗତ ରମ୍ପେଲାକ୍ୟାମ୍ପରେ ଆଜି ସେବା ନିବୃତ୍ତ ଜବାନମାନଙ୍କର ଏକ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା। ସେବା ନିବୃତ୍ତ ଜବାନମାନଙ୍କର ବିଭିନ୍ନ ସମସ୍ୟା ଓ ଏହାର କିପରି ନିରାକରଣ କରାଯାଇ ପାରିବ ସେ ସଂକ୍ରାନ୍ତରେ ଆଲୋଚନା କରାଯାଇଥିଲା। ସରକାର ଓ ସେନାବିଭାଗ ଦ୍ବାରା ଦିଆଯାଉଥିବା ବିଭିନ୍ନ ସୁବିଧା ଯୋଜନା ଉପରେ ଆଲୋଚନା କରାଯାଇ ସଚେତନ କରାଯାଇଥିଲା। ସେବା ନିବୃତ୍ତ ଜବାନଙ୍କ ଉପରେ ବିଭିନ୍ନ ସମୟରେ ପୋଲିସ ଓ ଅନ୍ୟ ଅସାମାଜିକ ତତ୍ତ୍ବ ମାନଙ୍କ ଦ୍ବାରା ହେଉଥିବା ଅତ୍ୟାଚାରର କିପରି ପ୍ରତିକାର କରାଯିବ ସେ ସଂକ୍ରାନ୍ତରେ ସମସ୍ତଙ୍କୁ ଅବଗତ କରାଇ ଏପରି ଘଟଣା ଘଟିଲେ ୧୫୫୩୦୬ ଟୋଲ୍ ଫ୍ରି ନମ୍ବରରେ ଡାଏଲ୍ କରିବାକୁ ସମସ୍ତଙ୍କୁ ସଚେତନ କରାଯାଇଥିଲା।

ଭୂବନେଶ୍ୱର ଭରତପୁର ଥାନାରେ ସେନାଧିକାରୀ ଗୁରୁବଂଶ ସିଂହ ଏବଂ ତାଙ୍କର ବାନ୍ଧବୀ ଅଙ୍କିତା ପ୍ରଧାନଙ୍କ ଉପରେ ହୋଇଥିବା ମାନବିକ ଆକ୍ରମଣର ତୀବ୍ର ନିନ୍ଦା କରାଯାଇଛି। ଏହି ଘଟଣାରେ ସଂପୃକ୍ତ ଥିବା ଅଧିକାରୀ ଓ ଅସାମାଜିକ ତତ୍ତ୍ବମାନଙ୍କ ବିରୋଧରେ ଅପରାଧିକ ମାମଲା ୠଜୁ କରାଯାଇ ତୁରନ୍ତ ଗିରଫ କରି ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ବୋଲି ସମ୍ମିଳନୀରେ ଦାବୀ କରାଯାଇଛି।

Comments are closed.