ଓଡ଼ିଶା ଶିଳ୍ପୀ ମହାସଂଘର ନୂତନ କାର୍ଯ୍ୟକାରୀ ସମିତି ଗଠିତ, ଭାସ୍କର୍ଯ୍ୟ ଶିଳ୍ପୀ ଉଦୟ ମହାନ୍ତି ସଭାପତି

ଭୁବନେଶ୍ୱର: ଓଡ଼ିଶା ଶିଳ୍ପୀ ମହାସଂଘର ନୂତନ କାର୍ଯ୍ୟକାରୀ ସମିତି ଗଠିତ ହୋଇଯାଇଛି। ଏହି ଅବସରରେ ବିଶିଷ୍ଟ ସ୍ଥପତି ପଦ୍ମ ବିଭୂଷଣ ସୁଦର୍ଶନ ସାହୁଙ୍କ ଅଧ୍ୟକ୍ଷତାରେ ଏକ ଅନୁଷ୍ଠିତ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ମହାସଂଘର ବାଲେଶ୍ୱର, ଖୋର୍ଦ୍ଧା, ମୟୁରଭଞ୍ଜ, ଯାଜପୁର, କନ୍ଧମାଳ, କୋରାପୁଟ, ପୁରୀ, କେନ୍ଦୁଝର, ନୟାଗଡ଼଼, କଟକ, ଗଞ୍ଜାମ, ସମ୍ବଲପୁର, ବରଗଡ଼଼, ଝାରସୁଗୁଡ଼ା, ବଲାଙ୍ଗିର, ସୋନପୁର, ମୟୁରଭଞ୍ଜ, ଭଦ୍ରକ ଆଦି ଜିଲାର ବହୁ ହସ୍ତଶିଳ୍ପୀ ଓ ବୁଣାକାର ଯୋଗଦେଇଥିଲେ। ଏହି ବୈଠକରେ ଭାସ୍କର୍ଯ୍ୟ ଶିଳ୍ପୀ ଉଦୟ ମହାନ୍ତିଙ୍କୁ ସଭାପତି ଭାବେ ମନୋନୀତ କରାଯାଇଛି। ପଦ୍ମ ବିଭୂଷଣ ସୁଦର୍ଶନ ସାହୁ ମୁଖ୍ୟ ଉପଦେଷ୍ଟା ଏବଂ ପ୍ରୀୟରଞ୍ଜନ କର ସମ୍ପାଦକ ଭାବେ ମନୋନୀତ ହୋଇଛନ୍ତି।

kalyan agarbati

Comments are closed.