ସମାଜ ଡିଜିଟାଲ ଡେସ୍କ: ନୂଆଦିଲ୍ଲୀସ୍ଥିତ ସଂସଦ ଭବନ ନିକଟରେ ବୁଧବାର ଜଣେ ଯୁବକ ଆତ୍ମାହୁତି ଉଦ୍ୟମ କରିଛନ୍ତି। ଯୁବକ ଜଣକ ନିଜ ଦେହରେ ନିଆଁ ଲଗାଇଦେଇଥିଲେ। କିଛି ଦୂରରେ ସୁରକ୍ଷା ପାଇଁ ମୁତୟନ ହୋଇଥିବା ସୁରକ୍ଷାକର୍ମୀମାନେ ତୁରନ୍ତ ଯୁବକଙ୍କୁ ଉଦ୍ଧାର କରି ଡାକ୍ତରଖାନା ପଠାଇଥିଲେ। ଯୁବକଙ୍କ ନାମ ଜିତେନ୍ଦ୍ର ଏବଂ ତାଙ୍କ ଘର ଉତ୍ତର ପ୍ରଦେଶର ବାଗପତରେ ବୋଲି ଦିଲ୍ଲୀ ପୁଲିସ ପକ୍ଷରୁ ସୂଚନା ମିଳିଛି। ସ୍ଥାନୀୟ ଆରଏମଏଲ ହସ୍ପିଟାଲରେ ଯୁବକଙ୍କ ଚିକିତ୍ସା ଚାଲିଛି। ସେ କ’ଣ ପାଇଁ ଆତ୍ମାହୁତି ଦେବାକୁ ଉଦ୍ୟମ କରିଥିଲେ ପୁଲିସ ତାହାର ତଦନ୍ତ ଚଳାଇଛି।
Popular Categories



