www.samajalive.in
Wednesday, December 10, 2025
18.1 C
Bhubaneswar

ରାଜଧାନୀରେ ସାଂସ୍କୃତିକ ପରିବେଶ: ଏଥର ୫ ଦିନିଆ ରାଜାରାଣୀ ସଙ୍ଗୀତ ମହୋତ୍ସବ, ମୁକ୍ତେଶ୍ୱର ନୃତ୍ୟ ଉତ୍ସବ ଓ ଅନ୍ତର୍ଜାତୀୟ ଓଡ଼ିଶୀ ଉତ୍ସବ

ଭୁବନେଶ୍ବର: ପ୍ରବାସୀ ଭାରତୀୟ ଦିବସ ପାଇଁ ଉତ୍ସବମୁଖର ହେବ ରାଜଧାନୀ। ଆସନ୍ତା ୮ରୁ ତିନିଦିନ ଧରି ଜନତା ମ‌ଇଦାନରେ ପ୍ରବାସୀ ଭାରତୀୟ ଦିବସ ପାଳନ କରାଯିବ। ଏଥିରେ ପ୍ରାୟ ୫ହଜାର ପ୍ରବାସୀ ଭାରତୀୟ ସାମିଲ ହେବେ। ଏହାକୁ ନେଇ ଆସନ୍ତା ୭ ଅର୍ଥାତ ଦିନକ ପୂର୍ବରୁ ରାଜଧାନୀରେ ସାଂସ୍କୃତିକ ଭାବାବେଗ ସୃଷ୍ଟି ହେବ। ୨୦୨୫ରେ ଗୋଟିଏ ଦିନରେ ରାଜରାଣୀ ସଙ୍ଗୀତ ମହୋତ୍ସବ ଓ ମୁକ୍ତେଶ୍ବର ନୃତ୍ୟ ଉତ୍ସବ ଏବଂ ଅନ୍ତର୍ଜାତୀୟ ଓଡ଼ିଶୀ ଉତ୍ସବ ହେବ। ପୂର୍ବରୁ ଏହି ସବୁ ଉତ୍ସବ ୩ ଦିନ ଧରି ହେଉଥିବାବେଳେ ଏଥର ୫ ଦିନ କରାଯିବାକୁ ସ୍ଥିର ହୋଇଛି।

ସେହିପରି ୮ରୁ ସଂଗ୍ରହାଳୟ ପରିସରରେ ଲୋକକଳା ଉତ୍ସବ ସାଙ୍ଗକୁ ଜନତା ମଇଦାନରେ ୮ରେ ସଂସ୍କୃତି ବିଭାଗ ପକ୍ଷରୁ ମେଗା ଉତ୍ସବ ଏବଂ ୮ରେ ଆଇସିସିଆର ପକ୍ଷରୁ ସାଂସ୍କୃତିକ କାର୍ଯ୍ୟକ୍ରମ କରାଯିବ ବୋଲି ଜଣାପଡ଼ିଛି। ନୃତ୍ୟ ଆଉ ସଙ୍ଗୀତରେ ପ୍ରକମ୍ପିତ ହେବ ରାଜଧାନୀ । ପ୍ରବାସୀ ଭାରତୀୟ ଦିବସ ପାଇଁ ଏଭଳି ପଦକ୍ଷେପ ଗ୍ରହଣ କରାଯାଇଛି। ଏସବୁ ଉତ୍ସବକୁ ପ୍ରବାସୀ ଭାରତୀୟ ବୁଲି ଦେଖିବେ। ରାଜରାଣୀ ସଙ୍ଗୀତ ମହୋତ୍ସବ ଏବଂ ମୁକ୍ତେଶ୍ଵର ନୃତ୍ୟ ଉତ୍ସବ ଓ ଅନ୍ତର୍ଜାତୀୟ ଓଡ଼ିଶୀ ଉତ୍ସବରେ ରାଜ୍ୟ ତଥା ରାଜ୍ୟ ବାହାର ଶିଳ୍ପୀ ଯୋଗ ଦେବା କାର୍ଯ୍ୟକ୍ରମ ରହିଛି।

- Advertisement -

ଏଥର ଗୋଟିଏ ସମୟରେ ଆରମ୍ଭ ହୋଇ ଗୋଟିଏ ସମୟରେ ସରିବ। ଜାନୁଆରୀ ୭ରୁ ଉଭୟ ଉତ୍ସବ ଆରମ୍ଭ ହେବ ଏବଂ ୧୧ରେ ସରିବ। ଉଭୟ ରାଜାରାଣୀ ଓ ମୁକ୍ତେଶ୍ବର ମନ୍ଦିରକୁ ସ୍ବତନ୍ତ୍ରଭାବେ ରଙ୍ଗବେରଙ୍ଗ ଆଲୋକମାଳାରେ ସଜ୍ଜିତ କରାଯିବ। ପୂର୍ବ ବର୍ଷ ତୁଳନାରେ ସ୍ବତନ୍ତ୍ରଭାବେ କରାଯିବାକୁ ଲକ୍ଷ୍ୟ ରଖାଯାଇଛି। ସେହିପରି ରବୀନ୍ଦ୍ର ମଣ୍ଡପରେ ଅନ୍ତର୍ଜାତୀୟ ଓଡ଼ିଶୀ ନୃତ୍ୟ ଉତ୍ସବ ଅନୁଷ୍ଠିତ ହେବ।

୮ରୁ ରାଜ୍ୟ ସଂଗ୍ରହାଳୟ ପରିସରରେ ତିନିଦିନିଆ ଲୋକକଳା ଉତ୍ସବ ହେବ । ପ୍ରତିଦିନ ୪ଟି ଲେଖାଏଁ ଦଳ କଳା ପ୍ରଦର୍ଶନ କରିବେ। ଏଥିରେ ଘୋଡ଼ାନାଚ ସାଙ୍ଗକୁ ଘୁମୁରା, ରଣପ୍ପା ଆଦି ଲୋକକଳା ପରିବେଷଣ କରାଯିବ । ପୂର୍ବାହ୍ଣ ୧୧ରୁ ଆରମ୍ଭ ହୋଇ ଅପରାହ୍ଣ ୪ଟା ୩୦ ପର୍ଯ୍ୟନ୍ତ ଏହା ଅନୁଷ୍ଠିତ ହେବ। ୮ରେ ଜନତା ମଇଦାନରେ ସଂସ୍କୃତି ବିଭାଗ ପକ୍ଷରୁ ଏକ ମୋଗା ସାଂସ୍କୃତିକ କାର୍ଯ୍ୟକ୍ରମ କରାଯିବା। ଯେଉଁଥିରେ ଓଡିଶାର କଳା, ସଂସ୍କୃତି ଓ ପରମ୍ପରାକୁ ନେଇ କାର୍ଯ୍ୟକ୍ରମ କରାଯିବ । ସେହିପରି ୯ରେ ଆଇସିସିଆର ପକ୍ଷରୁ ମଧ୍ୟ ଜନତା ମଇଦାନରେ କାର୍ଯ୍ୟକ୍ରମ କରାଯିବ ବୋଲି ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

Hot this week

ଭୁବନେଶ୍ୱର ସମେତ, କଟକ, ସମ୍ବଲପୁର, ରାଉରକେଲା, ବ୍ରହ୍ମପୁର ପୁରୀରେ ହେବ ଟାଉନ୍‌ ପ୍ଲାନିଂ

ଭୁବନେଶ୍ୱର: ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ତଥା ଭୁବନେଶ୍ୱର ଉନ୍ନୟନ...

ଆପଣଙ୍କ ବିଦ୍ୟୁତ୍‌ ବିଲ୍‌ କମାଇଦେବ AI

ନୂଆଦିଲ୍ଲୀ - ଏବେ ଏଆଇ ବା କୃତ୍ରିମ ବୁଦ୍ଧିମତାକୁ ନେଇ ଅନେକ...

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

Related Articles

Popular Categories