www.samajalive.in
Monday, December 8, 2025
27.1 C
Bhubaneswar

ଅଦିନିଆ ବର୍ଷାରେ ବ୍ୟାପକ ଧାନ ଫସଲ ନଷ୍ଟ, କ୍ଷତିଗ୍ରସ୍ତ ଅଞ୍ଚଳ ପରିଦର୍ଶନ କଲେ ତହସିଲଦାର ଓ ବିଡ଼ିଓ

ଗଞ୍ଜାମ: ଗତଦୁଇ ଦିନ ହେଲା ପୁଣି ଲଘୁଚାପ ଜନିତ ଅଦିନିଆ ବର୍ଷା ଲାଗି ରହିଛି। ଯାହାଫଳରେ ଚାଷୀଙ୍କ ପାଇଁ ଏବେ ବୋଝ ଉପରେ ଲଳିତା ବିଡା ସଦୃଶ୍ୟ ହୋଇଛି। ଗତ ଖରିପ ରିତୁରେ ଧାନ ଚାଷ ପାଇଁ ଧାର କରଜ କରି ଚାଷ କାମ ସମ୍ପlଦାନ କରିଥିଲେ। ଆଶା ଥିଲା ଧାନ ଅମଳ କରି ଆଣିଲେ କରଜ ଶୁଝିବା ସହ ବଳକା ନିଜର ପରିବାର ପ୍ରତିପୋଷଣ ହେବ। କିନ୍ତୁ ପାଚିଲା ଧାନ ଅମଳ କରି ଘରକୁ ଆଣିବା ସମୟରେ ଦlଉ ସାଧିଛି ଅଦିନିଆ ବର୍ଷା। ଏହି ଅଦିନିଆ ବର୍ଷା ଯୋଗୁଁ ଗଞ୍ଜାମ ବ୍ଲକର ସମସ୍ତ ଅଞ୍ଚଳ ଚାଷୀଙ୍କ ବ୍ୟାପକ ଧାନ ଫସଲ ନଷ୍ଟ ହୋଇଥିବା ଜଣା ପଡିଛି। ବିଲରେ କଟା ହୋଇଥିବା ଧାନ ଗଜା ବାହାରିବା ଆରମ୍ଭ କଲାଣି।

ଅଧିକାଂଶ ଚାଷୀଙ୍କ ଧାନ ବର୍ଷା ପାଣିରେ ଭାସୁଥିବା ଦେଖିବାକୁ ମିଳିଛି। ବୁଧବାର ଦିନ ଅଦିନିଆ ବର୍ଷା ଯୋଗୁଁ ଫସଲ କ୍ଷୟକ୍ଷତିର ଆକଳନ ପାଇଁ ଗଞ୍ଜାମ ତହସିଲଦାର ସୁକାନ୍ତ ଚନ୍ଦ୍ର ମିଶ୍ର, ବିଡ଼ିଓ ଅଚ୍ୟୁତାନନ୍ଦ ଯାନୀ, ହୁମା ସମିତି ସଭ୍ୟ ଧ୍ରୁବ ଚରଣ ପଲାଇ, ଆରଆଇ ସନ୍ତୋଷୀ ନାୟକ, ଏଆରଆଇ ପ୍ରତିମା ବେହେରା ପ୍ରମୁଖ କଳl ଯମୁନା, ବୋରିଗାଁ ପ୍ରଭୃତି କ୍ଷତିଗ୍ରସ୍ତ ଅଞ୍ଚଳ ପରିଦର୍ଶନ କରିଛନ୍ତି। ଗଞ୍ଜାମ ବ୍ଲକ ଅଞ୍ଚଳର ୧୫ଟି ପଂଚାୟତର ବିଭିନ୍ନ ଅଞ୍ଚଳ ସମେତ ରମ୍ଭା ଓ ଗଞ୍ଜାମ ବିଜ୍ଞାପିତ ଅଞ୍ଚଳ ପରିଷଦ ଅଞ୍ଚଳର ଧାନ ଫସଲଏହି ଅଦିନିଆ ବର୍ଷା ପାଇଁ ନଷ୍ଟ ହୋଇଥିବା ନେଇ ଚାଷୀ ମାନେ ପ୍ରଶାସନ ନିକଟରେ ଜଣାଇଛନ୍ତି।

Hot this week

ପଲିଥିନ୍‌ କାରଖାନାରେ ନିଆଁ

କଟକ: ଆଜି କଟକ ଜଗତପୁରରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଗୁଜରପୁରଠାରେ ଥିବା...

ସଂସଦରେ ‘ବନ୍ଦେ ମାତରମ୍‌ ବିତର୍କ’: କଂଗ୍ରେସକୁ ଟାର୍ଗେଟ

ନୂଆଦିଲ୍ଳୀ: ସୋମବାର ସଂସଦର ଶୀତକାଳୀନ ଅଧିବେଶନରେ ‘ବନ୍ଦେ ମାତରମ୍‌’ ଉପରେ ବିତର୍କ...

ମୁଖ୍ୟମନ୍ତ୍ରୀଙ୍କ ବାସଭବନ ମରାମତି ଖର୍ଚ୍ଚ ୫୦ ଲକ୍ଷ ଟଙ୍କା

ଭୁବନେଶ୍ଵର : ଆଜି ବିଧାନସଭାର ଶୀତ ଅଧିବେଶନର ଦଶମ ଦିନ। ଗୃହ...

କମ୍ବୋଡିଆ ସେନା ଉପରେ ଥାଇଲ୍ୟାଣ୍ଡର ଆକ୍ରମଣ

ସମାଜ ଲାଇଭ ଡ଼େସ୍କ : ଥାଇଲ୍ୟାଣ୍ଡ ଏହାର ପଡ଼ୋଶୀ ଦେଶ କମ୍ବୋଡିଆ...

ପୀଡିତାଙ୍କ ମୃତ୍ୟୁ ପରେ ସହାୟତା ଦାବିରେ ପରିବାର ସଦସ୍ୟଙ୍କ ଧାରଣା

ରାଉରକେଲା: ଜୀବନ ଯୁଦ୍ଧରେ ହାରିଗଲେ ରାଉରକେଲାର ପୀଡିତା । ସୁନ୍ଦରଗଡ ଜିଲା...

Related Articles

Popular Categories