www.samajalive.in
Wednesday, December 10, 2025
16.1 C
Bhubaneswar

କଣ୍ଟାବାଞ୍ଜିରେ ଯୀଶୁଙ୍କ ଜନ୍ମ ଜୟନ୍ତୀ ପାଳିତ, ନିଶୁଳ୍କ ସ୍ୱାସ୍ଥ୍ୟ ଶିବିର ଆୟୋଜିତ

କଣ୍ଟାବାଞ୍ଜି : ସାରା ଦେଶ ଯୀଶୁଙ୍କ ଜନ୍ମ ଜୟନ୍ତୀ ଧୂମଧାମରେ ପାଳନ କରୁଛି । ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ସହରରେ ମଧ୍ୟ ଏହି ଦିବସକୁ ହର୍ଷ ଉଲ୍ଲାସରେ ପାଳନ କରାଯାଇଛି । କଣ୍ଟାବାଞ୍ଜି ସି.ଏନ.ଆଇ. ଚର୍ଚ୍ଚ ପକ୍ଷରୁ ଚର୍ଚ୍ଚ ପରିସରରେ ରାୟପୁର ଏମ.ଏମ.ଆଇ. ନାରାୟଣ ହସ୍ପିଟାଲ ସହଯୋଗରେ ଏକ ନିଶୁଳ୍କ ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଥିଲା । ଶିବିରରେ ହସ୍ପିଟାଲର ସର୍ଜରୀ ବିଶେଷଜ୍ଞ ଡାକ୍ତର ରାଜେଶ କୁମାର ସିହ୍ନା , ଡାକ୍ତର ସ୍ଵପନୀଳ କଟାରିଆ ଯୋଗ ଦେଇ ପ୍ରାୟ ୧୨୦ ରୁ ଅଧିକ ଲୋକଙ୍କ ସ୍ୱାସ୍ଥ୍ୟ ଯାଞ୍ଚ କରାଯାଇଥିବାବେଳେ ନିଶୁଳ୍କ ରକ୍ତଚାପ , ମଧୁମେହ ଏବଂ ଇସିଜି ମଧ୍ୟ ଯାଞ୍ଚ କରଯାଇଥିଲା । ସି.ଏନ.ଆଇ. ଚର୍ଚ ପାଷ୍ଟର ନକୁଲ ବାଗ , ସମ୍ପାଦକ ତରୁଣୀ ସାହୁ , କୋଷାଧ୍ୟକ୍ଷ ବିଦ୍ୟୁତ ସାଗର ସଦସ୍ୟ ସୁନୀଲ ନାଗ , ମନୋଜ ସାହୁ, ଅନିଲ ନାଗ , ସୌମ୍ୟ ସାଗର , ପ୍ରଶାନ୍ତ ବାଗ , ଡାକ୍ତର ଏସ.ଡାନିଆଲ କୁମାର , ଜ୍ୟୋଷ୍ଣା ସାଗର , ଚିତ୍ତରଞ୍ଜନ କୁମ୍ଭାର , ସୁମିତ ବାଗ , ଶୁଭେନ୍ଦୁ ସାହୁ , ରମେଶ ଦାଶ , ଏପ୍ରାଏମ ସିମୋନ ପ୍ରମୁଖ ସହଯୋଗ କରିଥିଲେ ।

Hot this week

ରାଖେଲଗୁଡ଼ା-ଏମ୍‌ଭି-୨୬ ଗାଁରେ ଉତ୍ତେଜନା ଘଟଣା: ମାଟି ମୁଣ୍ଡ ଲଗାଇ କଲେ ଅନ୍ତିମ ସଂସ୍କାର

ମାଟି ମୁଣ୍ଡ ଲଗାଇ କଲେ ଅନ୍ତିମ ସଂସ୍କାର ମାଲକାନଗିରି/କୋରୁକୋଣ୍ଡା: ମାଲକାନଗିରି ଜିଲା ପୋଟେରୁ...

ଧାନ ରଖି ଚାଷୀଙ୍କ ରାଜପଥ ଅବରୋଧ: ପୁଲିସ ସହ ଧସ୍ତାଧସ୍ତି, ୩ ଘଣ୍ଟା ଯାତାୟାତ ବନ୍ଦ

ଅତାବିରା/ରେଙ୍ଗାଲିକ୍ୟାମ୍ପ, : ମଣ୍ଡି ଗୁଡିକରେ ମନ୍ଥର ଗତିରେ ଧାନ ଉଠୁଥିଲା। ମଣ୍ଡିରୁ...

ବାରବାଟୀରେ ଏକତରଫା ବିଜୟ: ଦକ୍ଷିଣ ଆଫ୍ରିକାର ସର୍ବନିମ୍ନ ସ୍କୋର

କଟକ: କଟକ ବାରବାଟୀ ଷ୍ଟାଡିୟମ୍‌ରେ ଭାରତୀୟ ଦଳ ଦକ୍ଷିଣ ଆଫ୍ରିକା ବିପକ୍ଷରେ...

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

Related Articles

Popular Categories