www.samajalive.in
Saturday, December 13, 2025
18.1 C
Bhubaneswar

ଖଜୁରୀକୁ ବତୁରାଇ ନା ଶୁଖିଲା ଖାଇଲେ ମିଳିବ ଅଧିକ ଲାଭ..

ଖଜୁରୀ ଏକ ପୁଷ୍ଟିଯୁକ୍ତ ଫଳ । ମାତ୍ର ଏହାକୁ କିଭଳି ସେବନ କରିବେ, ଏହା ଖୁବ୍‌ ଗୁରୁତ୍ୱପୂର୍ଣ୍ଣ । ଜାଣନ୍ତୁ..
ଖଜୁରୀରେ ଫାଇବର, ପୋଟାସିୟମ ଓ ଆଣ୍ଟି-ଅକ୍ସିଡାଣ୍ଟପ୍ରଚୁର ପରିମାଣରେ ରହିଛି । ଜଳଖିଆରେ ଏହାର ସେବନ ଏକ ଉତ୍ତମ ବିକଳ୍ପ । ଶୁଖିଲା ଖଜୁରୀ ଓ ପାଣିରେ ରାତି ସାରା ବତୁରାଇ ରଖିବା ଦ୍ୱାରା ଉଭୟ ପୁଷ୍ଟିଯୁକ୍ତ । ମାତ୍ର କେଉଁଟି ଅଧିକ ଲାଭଦାୟକ ଜାଣନ୍ତୁ..

ଶୁକ୍ର କରିବେ ରାଶି ପରିବର୍ତ୍ତନ ; ଏହି ରାଶିଙ୍କୁ ଦେବେ ଧନ, ବଦଳିବ ଭାଗ୍ୟ..

- Advertisement -

ଶୁଖିଲା ଖଜୁରୀରେ ପ୍ରାକୃତିକ ମିଠା ଅଧିକ ପରିମାଣରେ ଥାଏ । ଏଥିରେ ପ୍ରାୟ ୬୬-୮୦% ବିଭିନ୍ନ ପ୍ରକାର କାର୍ବୋହାଇଡ୍ରେଟ ରହିଥାଏ । ଏଥିରେ ଭିଟାମିନ୍‌ ଏ, ଭିଟାମିନ୍‌ କେ, ଭିଟାମିନ୍‌ ବି ଆଦି ପ୍ରଚୁର ମାତ୍ରାରେ ରହିଛି । ଶୁଖିଲା ଖଜୁରୀରେ ପୋଟାସିୟମ, ମାଗ୍ନେସିୟମ, ଆଇରନ ଭଳି ଖଣିଜ ମଧ୍ୟ ରହିଛି ।
ସେହିପରି ବତୁରାଇ ଯାଇଥିବା ଖଜୁରୀରେ ପାଣିର ମାତ୍ରା ଅଧିକ ଥାଏ । ଏଥିରେ ଶୁଖିଲା ଖଜୁରୀ ତୁଳନାରେ କାର୍ବୋହାଇଡ୍ରେଟ୍‌ ଓ କ୍ୟାଲୋରୀ କମ୍‌ ରହିଥାଏ ।

ମାତ୍ର ୫୦ ଟଙ୍କା : ଜିଓ ଦେଉଛି ମାଗଣା ରିଚାର୍ଜ, ବର୍ଷଯାକ ମିଳିବ ଅସୀମିତ ଡାଟା ସହ ଏସବୁ ସୁବିଧା..


ଶୁଖିଲା ଖଜୁରୀ ଭଳି ବତୁରା ଯାଇଥିବା ଖଜୁରୀରେ ଭିଟାମିନ୍‌ ଏ, ଭିଟାମିନ୍‌ କେ, ଭିଟାମିନ୍‌ ବି, ପୋଟାସିୟମ, ମାଗ୍ନେସିୟମ, ଆଇରନ ଆଦି ରହିଥାଏ । ମାତ୍ର ଏଥିରେ ଆଣ୍ଟି-ଅକ୍ସିଡାଣ୍ଟ ଅଧିକ ଥାଏ । ଏଥିରେ ଫାଇବର ମଧ୍ୟ ଅଧିକ ମାତ୍ରାରେ ଥାଏ ।
ଶୁଖିଲା ଓ ବତୁରା ଯାଇଥିବା ଖଜୁରୀକୁ ନିଜ ରୁଚି ଅନୁଯାୟୀ ଲୋକେ ଖାଇବାକୁ ପସନ୍ଦ କରି ଥାଆନ୍ତି । ଉଭୟ ସ୍ୱାସ୍ଥ୍ୟକର, ଦୈନନ୍ଦିନ ଖାଦ୍ୟରେ ସାମିଲ କରାଯାଇପାରିବ ।

 

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories