Patra electronics

ମାତ୍ର ୫୦ ଟଙ୍କା : ଜିଓ ଦେଉଛି ମାଗଣା ରିଚାର୍ଜ, ବର୍ଷଯାକ ମିଳିବ ଅସୀମିତ ଡାଟା ସହ ଏସବୁ ସୁବିଧା..

ନୂଆଦିଲ୍ଲୀ : ରିଲାଏନ୍ସ ଜିଓ ଦୀପାବଳି ପୂର୍ବରୁ ଆଣିଛି ଏକ ବଡ ଧମାକା । ଜିଓ ନିଜର ପ୍ରିପେଡ ବ୍ୟବହାରକାରୀଙ୍କୁ ମାଗଣାରେ ୩,୫୯୯ ଟଙ୍କା ବାର୍ଷିକ ରିଚାର୍ଜ ପ୍ଲାନ ଦେବା ପାଇଁ ଘୋଷଣା କରିଛି । ଅର୍ଥାତ୍‌ ବର୍ଷଯାକ ଆପଣଙ୍କୁ ଡାଟା ଓ କଲିଙ୍ଗ ପାଇଁ ଆଉ ଚିନ୍ତା କରିବାକୁ ପଡିବ ନାହିଁ । ଏହି ମାଗଣା ରିଚାର୍ଜ ପ୍ଲାନ୍‌ରେ ଦୈନିକ ଆପଣଙ୍କୁ ୨.୫ ଜିବି ଡାଟା ସହ ଅସୀମିତ ଭଏସ୍‌ କଲିଙ୍ଗର ସୁବିଧା ସହ ଦୈନିକ ୧୦୦ ଏସଏମଏସର ସୁବିଧାର ଲାଭ ପାଇବେ । ଏହାସହ ମାଗଣାରେ ଜିଓ ଟିଭି, ଜିଓ ସିନେମା ଓ ଜିଓ କ୍ଲାଉଡ୍‌ର ସବସ୍କ୍ରିପସନ୍‌ ମିଳିବ ।

ଶୁକ୍ର କରିବେ ରାଶି ପରିବର୍ତ୍ତନ ; ଏହି ରାଶିଙ୍କୁ ଦେବେ ଧନ, ବଦଳିବ ଭାଗ୍ୟ..

ଜିଓର ମାଗଣା ରିଚାର୍ଜ ପାଇଁ ସମସ୍ତେ ଆଦେଦନ କରି ପାରିବେ । ଏହା ଦୀପାବଳି ପାଇଁ ଖାସ୍‌ ଅଫର୍‌ । ମାତ୍ର ଧ୍ୟାନ ଦେବେ, ଏଠାରେ ମାଗଣା ରିଚାର୍ଜ ପ୍ଲାନ୍‌ର ଲାଭ ନୂଆ ଜିଓ ଏୟରଫାଇବର (AirFiber) କନେକସନ୍‌ ବୁକିଙ୍ଗ କରିବା ଦ୍ୱାରା ପାଇପାରିବେ । ଅର୍ଥାତ ଏହା ଏକ ଲକି ଡ୍ର ଅଫର୍‌ ।

ସର୍ବପ୍ରଥମେ ଆପଣଙ୍କୁ ଜିଓ ୱେବସାଇଟ୍‌ କିମ୍ବା ମାଇ ଜିଓ ଆପ୍‌କୁ ଯିବାକୁ ପଡିବ । ଏହାପରେ ଆପଣଙ୍କୁ ଏକ ନୂଆ ଏୟାରଫାଇବର କନେକସନ୍‌ ବୁକ୍‌ କରିବାକୁ ପଡିବ । ଏଥିପାଇଁ ବ୍ୟବହାରକାରୀଙ୍କୁ ବୁକିଙ୍ଗ୍‌ ଆକାଉଣ୍ଟପାଇଁ ମାତ୍ର ୫୦ ଟଙ୍କା ଦେବାକୁ ପଡିବ । ଜିଓ ଏୟାରଫାଇବର ଇଷ୍ଟଲେସନ୍‌ ପରେ ଜିଓ ପକ୍ଷରୁ ଆପଣଙ୍କ ମୂଲ୍ୟର ଡାଟା ପ୍ୟାକ୍‌ ରୂପରେ ପୁଣି ଫେରାଇ ଦିଆଯିବ ।

ସାଉଥ୍‌ ସୁପରଷ୍ଟାରଙ୍କ ଏହି ଫିଲ୍ମ ରିଲିଜ୍‌ର ୧୦ ଦିନ ପୂର୍ବରୁ ଆୟ କଲା ୧୪ କୋଟି, ବକ୍ସ ଅଫିସ୍‌ରେ କରିବ ଧମାକା..

ଜିଓ ଏୟାରଫାଇବର ନେବାକୁ ଚାହୁଁଥିଲେ, ଆପଣଙ୍କୁ ନିଜ ମୋବାଇଲ୍‌ ନମ୍ବର, ନାମ ଓ ପିନ୍‌ କୋଡ୍‌ ଦେବାକୁ ପଡିବ । ଏହାପରେ ସୀମିତ ସମୟ ପାଇଁ ଏୟାରଫାଇବର ଫ୍ରିଡମ୍‌ ଅଫର୍‌ ଲାଭ ପାଇପାରିବେ । ଏହାସହ ୨,୧୨୧ ଟଙ୍କାରେ ତିନି ମାସ ପାଇଁ ଜିଓ ଏୟାରଫାଇବର ସବସ୍କ୍ରିପସନ ମିଳିବ । ଏଥିରେ ପ୍ରତି ମାସରେ ୧୦୦୦ ଜିବି ଡାଟା ସହ ଅସୀମିତ ୱାଇଫାଇ, ୧୩ରୁ ଅଧିକ ଓଟିଟି ଆପ୍‌ ଓ ୮୦୦ରୁ ଅଧିକ ଡିଜିଟାଲ ଟିଭି ଚ୍ୟାନେଲର ଲାଭ ଉଠାଇ ପାରିବେ ।

 

Comments are closed.