ଭବାନୀପାଟଣା : କଳାହାଣ୍ଡି ଦକ୍ଷିଣ ବନଖଣ୍ଡରେ କାର୍ଯ୍ୟରତ ଫରେଷ୍ଟର ଅଜୟ ନାୟକଙ୍କ ଝୁଲନ୍ତା ମୃତଦେହ ସ୍ଥାନୀୟ ଏସପି ଅଫିସ ପଛପଟେ ଥିବା ତାଙ୍କ ବାସଗୃହରୁ ଠାବ ହେଇଛି। ସେ ଜୁନାଗଡ଼ ରେଞ୍ଜ ଅନ୍ତର୍ଗତ ଜାରିଂ ଫରେଷ୍ଟ ରିସର୍ଚ୍ଚ ୱିୟିଙ୍ଗ ଦାୟିତ୍ୱରେ ଥିଲେ। ବିଭାଗୀୟ ପୋଷାକ ପିନ୍ଧି ଝୁଲନ୍ତା ଅବସ୍ଥାରେ ଟାଉନ୍ ଥାନା ପୁଲିସ ତାଙ୍କ ମୃତଦେହ ଉଦ୍ଧାର କରିଛି। ପ୍ରାଥମିକ ତଦନ୍ତରୁ ଏହା ଆତ୍ମହତ୍ୟା ବୋଲି ପୁଲିସ କହିଛି। ତେବେ ଆତ୍ମହତ୍ୟାର କାରଣ ଅସ୍ପଷ୍ଟ ଅଛି। ରାୟଗଡାରେ ଥିବା ପରିବାର ଲୋକଙ୍କୁ ପୁଲିସ ସୂଚନା ଦେଇଛି।
Popular Categories



