Patra electronics

ସାଉଥ୍‌ ସୁପରଷ୍ଟାରଙ୍କ ଏହି ଫିଲ୍ମ ରିଲିଜ୍‌ର ୧୦ ଦିନ ପୂର୍ବରୁ ଆୟ କଲା ୧୪ କୋଟି, ବକ୍ସ ଅଫିସ୍‌ରେ କରିବ ଧମାକା..

ନୂଆଦିଲ୍ଲୀ : କୋର୍ଟଲା ଶିବାଙ୍କ ଦ୍ୱାରା ନିର୍ଦ୍ଦେଶିତ ଓ ଜୁନିଅର ଏନଟିଆର, ଜାହ୍ନବୀ କପୁର, ପ୍ରକାଶ ରାଜ ଓ ସୈଫ ଅଲ୍ଲି ଖାନ୍‌ଙ୍କ ବହୁ ପ୍ରତିକ୍ଷୀତ ଫିଲ୍ମ ‘ଦେବରା’ ୨୭ ସେପ୍ଟେମ୍ବରରେ ତେଲୁଗୁ, ତାମିଲ, କନ୍ନଡ ଓ ହିନ୍ଦୀ ଭାଷାରେ ରିଲିଜ୍‌ ହେବାକୁ ଯାଉଛି । ନିକଟରେ ଚେନ୍ନାଇରେ ‘ଦେବରା’ର ସାମ୍ବାଦିକ ସମ୍ମିଳନୀ ରଖାଯାଇଥିଲା । ଏହି ସମୟରେ ‘ଦେବରା’ ଟିମ୍‌ର ଅନେକ ସଦସ୍ୟ ଫିଲ୍ମ ସହ ଜଡିତ ନିଜ ଅନୁଭବ ଶେୟାର କରିଛନ୍ତି । ଫିଲ୍ମରେ ଅଭିନେତ୍ରୀ ଜାହ୍ନବୀ କପୁର କହିଛନ୍ତି, ଚେନ୍ନାଇ ମୋ ପାଇଁ ଖୁବ୍‌ ଖାସ୍‌ । ମୋ ମାଆ (ଶ୍ରୀଦେବୀ)ଙ୍କ ସହ ଅନେକ ସ୍ମୃତି ଚେନ୍ନାଇ ସହ ଜଡିତ ହୋଇ ରହିଛି । ମୋ ମାଆଙ୍କୁ ଏଠାରେ ଯେଉଁ ସ୍ନେହ, ଭଲପାଇବା ମିଳିଥିଲା, ମତେ ମଧ୍ୟ ମିଳିବ ବୋଲି ଆଶା କରୁଛି ବୋଲି ସେ କହିଛନ୍ତି । ମୁଁ ମଧ୍ୟ ପରିଶ୍ରମ କରିବି । ‘ଦେବରା’ ମୋ ପାଇଁ ଏକ ଖାସ୍‌ ଫିଲ୍ମ । ଏହା ସମସ୍ତଙ୍କୁ ନିଶ୍ଚୟ ପସନ୍ଦ ଆସିବ ବୋଲି କହିଛନ୍ତି ।

ଅଭିନେତା ଜୁନିଅର ଏନଟିଆର କହିଛନ୍ତି,ଅନେକ ଲୋକ ଜାଣନ୍ତି ନାହିଁ ଯେ ମୁଁ ଚେନ୍ନାଇରେ କୁଚୁପୁଡି ଶିଖିଛି। ‘ଦେବରା’ ମୋ ପାଇଁ କେତେ ସ୍ୱତନ୍ତ୍ର ତାହା ଶବ୍ଦରେ ପ୍ରକାଶ କରିହେବ ନାହିଁ । ଚଳଚ୍ଚିତ୍ରକୁ ଉନ୍ନତ କରିବା ପାଇଁ କଠିନ ପରିଶ୍ରମ କରିଥିବା ସମସ୍ତ କର୍ମଚାରୀଙ୍କୁ ଧନ୍ୟବାଦ ଦେଇଛନ୍ତି । ଏହି ଚଳଚ୍ଚିତ୍ର କେବଳ ମୋ ପାଇଁ ନୁହେଁ ବରଂ ଆପଣଙ୍କ ସମସ୍ତଙ୍କ ପାଇଁ ସ୍ୱତନ୍ତ୍ର ହେବ । ପ୍ରେକ୍ଷାଳୟରେ ଏହାକୁ ଦେଖିବା ଜରୁରୀ ବୋଲି ସେ କହିଛନ୍ତି ।

ଶୁକ୍ର କରିବେ ରାଶି ପରିବର୍ତ୍ତନ ; ଏହି ରାଶିଙ୍କୁ ଦେବେ ଧନ, ବଦଳିବ ଭାଗ୍ୟ..

‘ଦେବରା’ ପାର୍ଟ ୧ର ରିଲିଜ ପାଇଁ ଆଉ ମାତ୍ର ୧୦ ଦିନ ବାକି ରହିଛି । ‘ଦେବରା’କୁ ପ୍ରିମିୟର ପ୍ରି-ସେଲରେ ଓ ଆମେରିକାର ପ୍ରିମିୟର ପ୍ରି-ସେଲରେ କେବଳ ୧୦ ଦିନରେ ୪୫,୦୦୦ ଟିକେଟ୍‌ ବିକ୍ରି ହୋଇ ସାରିଛି । ଯାହା ଭାରତୀୟ ସିନେମା ପାଇଁ ଏକ ମହତ୍ତ୍ୱପୂର୍ଣ୍ଣ ମାଇଲ ସ୍ତମ୍ଭ । କେବଳ ଉତ୍ତର ଆମେରିକାରେ ଫିଲ୍ମରେ ୧.୭୫ ମିଲିୟନ ଡଲାର (ପ୍ରାୟ ୧୪.୬୫) କୋଟି ଟଙ୍କାରୁ ଅଧିକ ଆୟ କରି ସାରିଛି । ‘ଦେବରା’ର ବଜେଟ୍‌ ୨୦୦-୩୦୦ କୋଟି ବୋଲି କୁହାଯାଉଛି ।

 

Comments are closed.