Patra electronics

ଫ୍ଲିପକାର୍ଟ ବିଗ୍ ବିଲିୟନ୍ ଡେଜ୍ ସେଲ୍: ପିକ୍ସେଲ ୮ ଦାମ୍ ଶୁଣିଲେ ବିଶ୍ବାସ ହେବନି

ନୂଆଦିଲ୍ଲୀ : ଫ୍ଲିପକାର୍ଟ ବିଗ୍ ବିଲିୟନ୍ ଡେଜ୍ ସେଲ ଖୁବ୍ ଶୀଘ୍ର ଆରମ୍ଭ ହେବାକୁ ଯାଉଛି । ଏହି ଇଭେଣ୍ଟ ପୂର୍ବରୁ ପ୍ଲାଟଫର୍ମରେ କିଛି ସ୍ମାର୍ଟଫୋନ୍ ଡିଲ୍ ସମ୍ପର୍କରେ ସୂଚନା ଦେବା ଆରମ୍ଭ କରିଦେଇଛି । କିଛି ମୋଟୋରୋଲା ଫୋନ୍ ଡିଲ୍ ପୂର୍ବରୁ ସାମ୍ନାକୁ ଆସିସାରିଥିଲା । ଏବେ ପିକ୍ସେଲ ୮କୁ ମଧ୍ୟ ସେଲର ବଡ ରିହାତି ମିଳିବା ନେଇ ସୂଚନା ଆସିଛି । ଫ୍ଲିପକାର୍ଟ ବିଗ୍ ବିଲିୟନ୍ ଡେଜ୍ ସେଲ ୨୭ ସେପ୍ଟେମ୍ବରରୁ ଆରମ୍ଭ ହେବ ଏବଂ ଯେଉଁମାନଙ୍କ ପାଖରେ ଫ୍ଲିପକାର୍ଟ ପ୍ଲସ ମେମ୍ବରସିପ୍ ଅଛି ସେମାନେ ଏହି ସେଲ୍ ଇଭେଣ୍ଟକୁ ଗୋଟେ ଦିନ ପୂର୍ବରୁ ଆକ୍ସେସ କରିପାରିବେ । ସୂଚନା ଅନୁସାରେ ସାମସଙ୍ଗ ଗାଲାକ୍ସି ଏସ୍ ୨୩ ଅଲ୍ଟ୍ରା ୧ ଲକ୍ଷ ଟଙ୍କାରୁ କମ ଦାମରେ ଉପଲବ୍ଧ ହେବ ଏବଂ ପିକ୍ସେଲ ୮ ୪୦ ହଜାର ଟଙ୍କାରୁ କମ୍ ଦାମରେ ବିକ୍ରି ହେବ ।

ପିକ୍ସେଲ ୮କୁ ଭାରତରେ ୭୫,୯୯୯ ଟଙ୍କାର ପ୍ରାରମ୍ଭିକ ଦାମ୍ ସହିତ ଲଞ୍ଚ୍ କରାଯାଇଥିଲା । ଏହାର ଅର୍ଥ ଇ-କମର୍ସ ପ୍ଲାଟଫର୍ମ ଉପଭୋକ୍ତାଙ୍କୁ ଭାରୀ ରିହାତି ଦେବ । ଟିଜର ଅନୁସାରେ ମୋଟୋ ଏଜ୍ ୫୦ ନିଓର ଦାମ୍ ୨୨,୯୯୯ ଟଙ୍କା କୁହାଯାଇଛି ।  ଏହି ଅବସରରେ ଗ୍ରାହକଙ୍କୁ ଆଇଫୋନ୍, ଭିଭୋ, ସାମସଙ୍ଗ ସବୁ ଫୋନ୍ ଉପରେ ରିହାତି ମିଳିବ ।

ଜୀବନକୁ ବାଜି ଲଗେଇ ଅଙ୍ଗନବାଡି ଯାଉଛନ୍ତି ଶିଶୁ

Comments are closed.