www.samajalive.in
Sunday, December 7, 2025
26.1 C
Bhubaneswar

‘ସମାଜ’ ପ୍ରଭାବ; ବେଳାଭୂମିରେ ଥିବା ଉଠା ଦୋକାନୀଙ୍କୁ ଅନ୍ୟତ୍ର ସ୍ଥାନାନ୍ତର ନିର୍ଦ୍ଦେଶ

ଗୋପାଳପୁର: ଗୋପାଳପୁରର ମୁଖ୍ୟ ବେଳାଭୂମିକୁ ଉଠା ଦୋକାନୀମାନେ ନିଜ କବଜାକୁ ନେଇ ବ୍ୟବସାୟ କରି ଆସୁଥିବାରୁ ଏଠାକୁ ଆସୁଥିବା ପର୍ଯ୍ୟଟକ ହନ୍ତସନ୍ତ ହୋଉଥିବାକୁ ନଜରରେ ରଖି ଗତ ସେପ୍ଟେମ୍ବର ମାସରେ ଏନଏସି ପ୍ରଶାସନ ପକ୍ଷରୁ ଉଠା ଦୋକାନୀଙ୍କ ସହ ଆଲୋଚନା କରି ଅନ୍ୟତ୍ର ସ୍ଥାନାନ୍ତର କରିବାକୁ ନିର୍ଦ୍ଦେଶ ଜାରି କରିଥିଲେ। କିନ୍ତୁ ଉଠା ଦୋକାନୀମାନେ ପୁନଃ ନିଜର ବ୍ୟବସାୟ ମୁଖ୍ୟ ବେଳାଭୂମିରେ ଆରମ୍ଭ କରି ଦେଇଥିଲେ। ଏନେଇ ବିସ୍ତୃତ ଭାବେ ଦୈନିକ ଖବର କାଗଜ ‘ସମାଜ’ରେ ଖବର ପ୍ରକାଶିତ ହୋଇଥିଲା। ଏହାକୁ ନଜରରେ ରଖି ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରମୋଦ କୁମାର ପାଢ଼ୀଙ୍କ ନେତୃତ୍ୱରେ ଏକ ଟିମ ବେଳାଭୂମିରେ ପହଞ୍ଚି ଉଠା ଦୋକାନୀ ମାନଙ୍କୁ ତାଗିଦ କରିବା ସହ ମୁଖ୍ୟ ବେଳାଭୂମି ପରିବର୍ତ୍ତେ ହୋଟେଲ କଳିଙ୍ଗ ଏବଂ ହୋଟେଲ ସିଂ ସାଇଡ ବ୍ରିଜ ବେଳାଭୂମି ପଟେ ନିଜର ଦୋକାନ ଖୋଲିବାକୁ ନିର୍ଦ୍ଦେଶ ଦେଇଥିବା ଜଣାପଡିଛି। ଏଥିସହ ସମୁଦ୍ରରେ ଓ୍ବାଟର ସ୍ପୋର୍ଟସ ପରିଚାଳନା କରୁଥିବା ଜେସକି ବୋଟ, ଭାଷମାନ ବେଲୁନ, ରିଲ ବନଉଥିବା ମେସିନର କର୍ମଚାରୀଙ୍କୁ ତାଗିଦ କରିବା ସହ ଅନୁମତି ପତ୍ର ନମିଳିବା ପର୍ଯ୍ୟନ୍ତ ବନ୍ଦ ରଖିବାକୁ କହିଥିଲେ।

୩୦ ବର୍ଷ ପରେ ଏକାଠି ହେବ ଶୁକ୍ର-ଶନି; ଏହି ରାଶିଙ୍କୁ ହଠାତ୍‌ ମିଳିବ ଧନ, ହେବେ ଭାଗ୍ୟଶାଳୀ, ହେବ ବିବାହ..

- Advertisement -

ଉଠା ଦୋକାନୀ କେବଳ ଚାରୋଟି ଚେୟାର ବ୍ୟବହାର କରିବା, ନିଜ ଚତୁଃପାର୍ଶ୍ଵ ସଫାସୁତରା ରଖିବା ସହ ଡଷ୍ଟବିନ ବ୍ୟବହାର କରିବାକୁ କହିଥିଲେ। ଏହାର ଅବମାନନା କଲେ ଆଗାମୀ ଦିନରେ ଫାଇନ ଆଦାୟ କରାଯିବ ବୋଲି ଉଠା ଦୋକାନୀମାନଙ୍କୁ କହିଥିଲେ। ଏ ନେଇ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ସହ ଯୋଗାଯୋଗ ବେଳେ ଗୋପାଳପୁର ପର୍ଯ୍ୟଟନସ୍ଥଳୀକୁ ପ୍ରତିଦିନ ଅନେକ ପର୍ଯ୍ୟଟକ ଆସୁଥିବାରୁ ବେଳାଭୂମି ସଫା ସୁତୁରା ରଖିବା, ଉଠା ଦୋକାନୀମାନେ କିପରି ରୋଜଗାରକ୍ଷମ ହୋଇ ପରିବାର ପ୍ରତିପୋଷଣ କରିପାରିବେ ସେଥି ପ୍ରତି ଦୃଷ୍ଟି ଦେବେ ବୋଲି କହିଛନ୍ତି। ପ୍ରତ୍ୟେକ ଦିନ ବେଳାଭୂମି ଦାୟିତ୍ୱରେ ଥିବା କର୍ମଚାରୀ ମାନେ ପଇତରା ମାରିବେ ବୋଲି କହିଛନ୍ତି। ଉଠା ଦୋକାନୀ ଊଛେଦ ବେଳେ ଏନଏସି କର୍ମଚାରୀ, ବେଳାଭୂମି ସଫେଇ କର୍ମଚାରୀ, ପୁଲିସ ଉପସ୍ଥିତ ଥିଲେ।

Hot this week

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

Related Articles

Popular Categories