www.samajalive.in
Monday, December 8, 2025
14.1 C
Bhubaneswar

କନ୍ଧମାଳର ରାଜଲକ୍ଷ୍ମୀଙ୍କୁ ବାଜି ରାଉତ ସ୍ମାରକୀ ସମ୍ମାନ

ଫୁଲବାଣୀ: କନ୍ଧମାଳର ରାଜଲକ୍ଷ୍ମୀ ପ୍ରଧାନଙ୍କୁ ମିଳିଛି ବାଜି ରାଉତ ସ୍ମାରକୀ ସମ୍ମାନ। କନ୍ଧମାଳ ଜିଲା ଟିକାବାଲି ବ୍ଲକର ମଲ୍ଲିକପଡ଼ା ଗ୍ରାମର ରାଜଲକ୍ଷ୍ମୀ ବର୍ତ୍ତମାନ ଫୁଲବାଣୀ ଆଇଟିଆଇରେ ଅଧ୍ୟୟନରତ। କେବଳ ନିଜର ନୁହେଁ, ଅନ୍ୟ ୪ ଜଣଙ୍କ ବାଲ୍ୟ ବିବାହ ବନ୍ଦ କରିବାରେ ସେ ସଫଳ ହୋଇଛନ୍ତି। ଏବେବି ସେ ବାଲ୍ୟ ବିବାହ ବିରୋଧରେ ତାଙ୍କର ସଂଗ୍ରାମ ଜାରି ରଖିଥିବାବେଳେ ତାଙ୍କର ଏହି ସମାଜ ସଂସ୍କାର କାର୍ଯ୍ୟପାଇଁ ବୁଧବାର ଭୁବନେଶ୍ୱର ଏକାମ୍ର ହାଟରେ ଆୟୋଜିତ ୩୫ତମ ଶିଶୁମେଳାର ଉଦ୍‌ଯାପନୀ ଉତ୍ସବରେ ଅତିଥିମାନେ ତାଙ୍କୁ ଏହି ସମ୍ମାନରେ ସମ୍ମାନିତ କରିଛନ୍ତି। ରାଜଲକ୍ଷ୍ମୀଙ୍କର ପାଠ ପଢ଼ିବାକୁ ପ୍ରବଳ ଇଚ୍ଛା, ହେଲେ ତାଙ୍କୁ ମାତ୍ର ୧୪ ବର୍ଷ ବୟସ ହୋଇଥିଲା ତାଙ୍କ ପରିବାର ଲୋକେ ତାଙ୍କୁ ବିବାହ ଦେବା ପାଇଁ ନିଷ୍ପତ୍ତି ନେଇଥିଲେ। ତାଙ୍କ ଇଚ୍ଛା ବିରୋଧରେ ତାଙ୍କ ବାହାଘର ମଧ୍ୟ ସ୍ଥିର ହୋଇଥିଲା। ସେ ଜାଣିଥିଲେ ବାଲ୍ୟ ବିବାହର କୁପରିଣତି ବିଷୟରେ। ତାଙ୍କର ବିରୋଧ ସତ୍ୱେ ତାଙ୍କ ପରିବାର ତାଙ୍କର ନିର୍ବନ୍ଧ କରାଇ ଦେଇଥିଲେ। ତଥାପି ସେ ପରିବାର, ସମ୍ପର୍କୀୟ ଓ ସଂପ୍ରଦାୟ ବିରୋଧରେ ନିଜ ସ୍ୱରକୁ ଶାଣିତ କରିଥିଲେ। ବିବାହ ବନ୍ଦ କରିବା ପାଇଁ ସବୁ ପ୍ରକାର ଚେଷ୍ଟା କରି ବିଫଳ ହେବାପରେ ଶେଷରେ ସେ ୧୦୯୮ ହେଲ୍ପଲାଇନକୁ ଫୋନ୍‌‌ କରି ସବୁ କଥା ଜଣାଇଥିଲେ। ଏହା ଜାଣିବା ପରେ ତୁରନ୍ତ ଚାଇଲ୍ଡ ହେଲ୍ପଲାଇନ, ଆଇସିଡିଏସ ଏବଂ ପୁଲିସ ପକ୍ଷରୁ ତୁରନ୍ତ ଏକ ଉଦ୍ଧାରକାରୀ ଦଳ ରାଜଲକ୍ଷ୍ମୀଙ୍କ ଘରେ ପହଞ୍ଚି ତାଙ୍କୁ ଉଦ୍ଧାର କରିଥିଲେ। ଉଦ୍ଧାର ହେବାପରେ ରାଜଲକ୍ଷ୍ମୀ ସରକାରଙ୍କ ସହାୟତାରେ ଆଇଟିଆଇରେ ସିଭିଲ୍‌‌ ଟ୍ରେଡ଼୍‌‌ର ପ୍ରଥମ ବର୍ଷର ଛାତ୍ରୀ। ଅନ୍ତେବାସୀ ଭାବେ ରହି ସେ ପାଠ ପଢ଼ୁଛନ୍ତି। ସମାଜକୁ ବାଲ୍ୟ ବିବାହମୁକ୍ତ କରିବାକୁ ଜନସଚେତନତା କାର୍ଯ୍ୟରେ ସେ ଏବେ ମଧ୍ୟ ସକ୍ରିୟ ଭାବେ କାର୍ଯ୍ୟ କରୁଛନ୍ତି। ସମାଜ ପ୍ରତି ତାଙ୍କର ଏହି ଅବଦାନର ସ୍ୱୀକୃତି ସ୍ୱରୂପ ତାଙ୍କୁ ରାଜ୍ୟସ୍ତରରେ ବାଜି ରାଉତ ସ୍ମାରକୀ ସମ୍ମାନରେ ସମ୍ମାନିତ କରାଯାଇଥିବାବେଳେ ଫୁଲବାଣୀରେ ପହଞ୍ଚିବପରେ ଅତିରିକ୍ତ ଜିଲାପାଳ ଅଶୋକ କୁମାର ଭୋଇ, ଜିଲା ସମାଜ ମଙ୍ଗଳ ଅଧିକାରୀ ବିଜୟଲକ୍ଷ୍ମୀ ବେହେରା, ଜିଲା ସମାଜ ମଙ୍ଗଳ କମିଟି ଅଧ୍ୟକ୍ଷ ଓ ସଭ୍ୟ, ଶିଶୁ ସୁରକ୍ଷା ଅଧିକାରୀ ରଶ୍ମିତା କରନ୍‌‌, ଆକ୍ସନ ଏଡ୍‌‌ର ଜିଲା ସଂଯୋଜିକା ସନ୍ଧ୍ୟାରାଣୀ ନାୟକ ପ୍ରମୁଖ ଶୁଭେଚ୍ଛା ଜଣାଇଛନ୍ତି।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories