www.samajalive.in
Monday, December 15, 2025
14.1 C
Bhubaneswar

କନ୍ଧମାଳର ରାଜଲକ୍ଷ୍ମୀଙ୍କୁ ବାଜି ରାଉତ ସ୍ମାରକୀ ସମ୍ମାନ

ଫୁଲବାଣୀ: କନ୍ଧମାଳର ରାଜଲକ୍ଷ୍ମୀ ପ୍ରଧାନଙ୍କୁ ମିଳିଛି ବାଜି ରାଉତ ସ୍ମାରକୀ ସମ୍ମାନ। କନ୍ଧମାଳ ଜିଲା ଟିକାବାଲି ବ୍ଲକର ମଲ୍ଲିକପଡ଼ା ଗ୍ରାମର ରାଜଲକ୍ଷ୍ମୀ ବର୍ତ୍ତମାନ ଫୁଲବାଣୀ ଆଇଟିଆଇରେ ଅଧ୍ୟୟନରତ। କେବଳ ନିଜର ନୁହେଁ, ଅନ୍ୟ ୪ ଜଣଙ୍କ ବାଲ୍ୟ ବିବାହ ବନ୍ଦ କରିବାରେ ସେ ସଫଳ ହୋଇଛନ୍ତି। ଏବେବି ସେ ବାଲ୍ୟ ବିବାହ ବିରୋଧରେ ତାଙ୍କର ସଂଗ୍ରାମ ଜାରି ରଖିଥିବାବେଳେ ତାଙ୍କର ଏହି ସମାଜ ସଂସ୍କାର କାର୍ଯ୍ୟପାଇଁ ବୁଧବାର ଭୁବନେଶ୍ୱର ଏକାମ୍ର ହାଟରେ ଆୟୋଜିତ ୩୫ତମ ଶିଶୁମେଳାର ଉଦ୍‌ଯାପନୀ ଉତ୍ସବରେ ଅତିଥିମାନେ ତାଙ୍କୁ ଏହି ସମ୍ମାନରେ ସମ୍ମାନିତ କରିଛନ୍ତି। ରାଜଲକ୍ଷ୍ମୀଙ୍କର ପାଠ ପଢ଼ିବାକୁ ପ୍ରବଳ ଇଚ୍ଛା, ହେଲେ ତାଙ୍କୁ ମାତ୍ର ୧୪ ବର୍ଷ ବୟସ ହୋଇଥିଲା ତାଙ୍କ ପରିବାର ଲୋକେ ତାଙ୍କୁ ବିବାହ ଦେବା ପାଇଁ ନିଷ୍ପତ୍ତି ନେଇଥିଲେ। ତାଙ୍କ ଇଚ୍ଛା ବିରୋଧରେ ତାଙ୍କ ବାହାଘର ମଧ୍ୟ ସ୍ଥିର ହୋଇଥିଲା। ସେ ଜାଣିଥିଲେ ବାଲ୍ୟ ବିବାହର କୁପରିଣତି ବିଷୟରେ। ତାଙ୍କର ବିରୋଧ ସତ୍ୱେ ତାଙ୍କ ପରିବାର ତାଙ୍କର ନିର୍ବନ୍ଧ କରାଇ ଦେଇଥିଲେ। ତଥାପି ସେ ପରିବାର, ସମ୍ପର୍କୀୟ ଓ ସଂପ୍ରଦାୟ ବିରୋଧରେ ନିଜ ସ୍ୱରକୁ ଶାଣିତ କରିଥିଲେ। ବିବାହ ବନ୍ଦ କରିବା ପାଇଁ ସବୁ ପ୍ରକାର ଚେଷ୍ଟା କରି ବିଫଳ ହେବାପରେ ଶେଷରେ ସେ ୧୦୯୮ ହେଲ୍ପଲାଇନକୁ ଫୋନ୍‌‌ କରି ସବୁ କଥା ଜଣାଇଥିଲେ। ଏହା ଜାଣିବା ପରେ ତୁରନ୍ତ ଚାଇଲ୍ଡ ହେଲ୍ପଲାଇନ, ଆଇସିଡିଏସ ଏବଂ ପୁଲିସ ପକ୍ଷରୁ ତୁରନ୍ତ ଏକ ଉଦ୍ଧାରକାରୀ ଦଳ ରାଜଲକ୍ଷ୍ମୀଙ୍କ ଘରେ ପହଞ୍ଚି ତାଙ୍କୁ ଉଦ୍ଧାର କରିଥିଲେ। ଉଦ୍ଧାର ହେବାପରେ ରାଜଲକ୍ଷ୍ମୀ ସରକାରଙ୍କ ସହାୟତାରେ ଆଇଟିଆଇରେ ସିଭିଲ୍‌‌ ଟ୍ରେଡ଼୍‌‌ର ପ୍ରଥମ ବର୍ଷର ଛାତ୍ରୀ। ଅନ୍ତେବାସୀ ଭାବେ ରହି ସେ ପାଠ ପଢ଼ୁଛନ୍ତି। ସମାଜକୁ ବାଲ୍ୟ ବିବାହମୁକ୍ତ କରିବାକୁ ଜନସଚେତନତା କାର୍ଯ୍ୟରେ ସେ ଏବେ ମଧ୍ୟ ସକ୍ରିୟ ଭାବେ କାର୍ଯ୍ୟ କରୁଛନ୍ତି। ସମାଜ ପ୍ରତି ତାଙ୍କର ଏହି ଅବଦାନର ସ୍ୱୀକୃତି ସ୍ୱରୂପ ତାଙ୍କୁ ରାଜ୍ୟସ୍ତରରେ ବାଜି ରାଉତ ସ୍ମାରକୀ ସମ୍ମାନରେ ସମ୍ମାନିତ କରାଯାଇଥିବାବେଳେ ଫୁଲବାଣୀରେ ପହଞ୍ଚିବପରେ ଅତିରିକ୍ତ ଜିଲାପାଳ ଅଶୋକ କୁମାର ଭୋଇ, ଜିଲା ସମାଜ ମଙ୍ଗଳ ଅଧିକାରୀ ବିଜୟଲକ୍ଷ୍ମୀ ବେହେରା, ଜିଲା ସମାଜ ମଙ୍ଗଳ କମିଟି ଅଧ୍ୟକ୍ଷ ଓ ସଭ୍ୟ, ଶିଶୁ ସୁରକ୍ଷା ଅଧିକାରୀ ରଶ୍ମିତା କରନ୍‌‌, ଆକ୍ସନ ଏଡ୍‌‌ର ଜିଲା ସଂଯୋଜିକା ସନ୍ଧ୍ୟାରାଣୀ ନାୟକ ପ୍ରମୁଖ ଶୁଭେଚ୍ଛା ଜଣାଇଛନ୍ତି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories