www.samajalive.in
Tuesday, November 18, 2025
27.1 C
Bhubaneswar

ନିର୍ଯାତିତ ବୃଦ୍ଧ ପିତାମାତା ଉପଜିଲାପାଳଙ୍କ ଦ୍ୱାରସ୍ଥ

ଆଠଗଡ଼: ନିଜ ଜନ୍ମ କଲା ବୃଦ୍ଧ ପିତାମାତାଙ୍କୁ ପୁଅବୋହୂ ଘରୁ ବାହାର କରିଦେବା ପରେ ପିତାମାତା ତିଗିରିଆ ଥାନାରେ ଅଭିଯୋଗ କଲେ। ତେବେ ଥାନାରୁ ନ୍ୟାୟ ନପାଇ ନିରାଶ ବୃଦ୍ଧ ଦମ୍ପତି ଶେଷରେ ଉପଜିଲାପାଳଙ୍କ ଦ୍ୱାରସ୍ଥ ହୋଇଛନ୍ତି। ଏଭଳି ଏକ ଦୁଃଖଦ ଘଟଣା ଘଟିଛି ତିଗିରିଆ ଥାନା ଅନ୍ତର୍ଗତ ବାଣେଶ୍ବରପଡା ଗ୍ରାମରେ।

ବାଣେଶ୍ବର ଗ୍ରାମର ଭାବ ବେହେରା(୯୦) ଓ ତାଙ୍କ ପତ୍ନୀ ଉଷା ବେହେରା(୭୯)ଙ୍କୁ ବୟସର ଅପରାହ୍ନରେ ତାଙ୍କ ପୁଅ, ବୋହୂ, ନାତି, ନାତୁଣୀ ଖାଇବା ପିଇବା ଏବଂ ଔଷଧ ପତ୍ର ନଦେଇ ଶାରୀରିକ ନିର୍ଯାତନା ଦେଉଥିଲେ। ଗତ ଅକ୍ଟୋବର ୩୦ ତାରିଖରେ ଉଭୟ ବାପାମାଆଙ୍କୁ ସେମାନେ ଘରୁ ବାହାର କରିଦେଇଥିଲେ। ବୃଦ୍ଧ ପିତାମାତା ତାଙ୍କ ଝିଅମାନଙ୍କ ସହ ଯାଇ ଘଟଣା ସମ୍ପର୍କରେ ତିଗିରିଆ ଥାନାରେ ଅଭିଯୋଗ କରିଥିଲେ। କିନ୍ତୁ ତିଗିରିଆ ଥାନା ଅଧିକାରୀ ଅଭିଯୋଗ ବୁଝିବା ପାଇଁ ମନା କରି ଦେଇଥିବା ନେଇ ସେମାନେ ଅଭିଯୋଗ କରିଛନ୍ତି। ତିଗିରିଆ ଥାନାରୁ ନିରାଶ ହେବାପରେ ଉଭୟ ବୃଦ୍ଧ ଦମ୍ପତି ଆଠଗଡ଼ ଉପଜିଲାପାଳଙ୍କ ନିକଟରେ ଏ ସମ୍ପର୍କରେ ଲିଖିତ ଅଭିଯୋଗ କରିଛନ୍ତି। ସଂପୃକ୍ତ ବୃଦ୍ଧ ଦମ୍ପତି ଏବେ ତାଙ୍କର ଝିଅ ଘରେ ଆଶ୍ରୟ ନେଇଛନ୍ତି। ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଉପଜିଲାପାଳଙ୍କ ଅନୁପସ୍ଥିତିରେ ଅଭିଯୋଗ ପତ୍ର ଗ୍ରହଣ କରିଥିବା ଡେପୁଟି କଲେକ୍ଟର ମଧୁସ୍ମିତା ବିଶି ସେମାନଙ୍କୁ କହିଛନ୍ତି।

Hot this week

୫୦ ଲକ୍ଷ ଟଙ୍କାର ବ୍ରାଉନସୁଗର ଜବତ, ୩ ଗିରଫ

ସମାଜଲାଇଭ ଡେସ୍କ: ରାଜଧାନୀ ଭୁବନେଶ୍ଵରରୁ ୪୭୫ ଗ୍ରାମ ବ୍ରାଉନସୁଗର ଜବତ ହୋଇଛି।...

କିଏ ଏହି ହିଡମା , ଯାହାକୁ ଧରିବା ପାଇଁ ଥିଲା ୧କୋଟି ଟଙ୍କାର ପୁରସ୍କାର ?

ମାଲକାନଗିରି : ମାଓବାଦୀ ମୁକ୍ତ ଅପରେସନରେ ଆଜି ସକାଳେ ମାଲକାନଗିରି ସୀମାନ୍ତରେ...

ସାଇବର ଠକେଇ: ୧୨ ଗିରଫ

ଝାରସୁଗୁଡା: ଝାରସୁଗୁଡାରେ ବଡଧରଣର ସାଇବର ଠକେଇର ପର୍ଦ୍ଦାଫାଶ ହୋଇଛି। ଝାରସୁଗୁଡା ପୁଲିସ୍‌...

ଏସସିବିରେ ଲଜ୍ଜା: ଆଇସିୟୁ ଭିତରେ ଯୁବତୀଙ୍କୁ ଅସଦାଚରଣ ଅଭିଯୋଗ

ସମାଜଲାଇଭ ଡେସ୍କ: କଟକ ବଡ଼ ଡାକ୍ତରଖାନାରେ ଘଟିଛି ଲଜ୍ଜାଜନକ ଘଟଣା। ବଡ଼...

୧୦ ଅଭିଯୁକ୍ତଙ୍କ ନାଁରେ ଏନ୍‌ଆଇଏ ଚାର୍ଜସିଟ୍

ଭୁବନେଶ୍ଵର : ବାଂଲାଦେଶୀ ନାବାଳିକା ଚାଲାଣ ଅଭିଯୋଗରେ ୧୦ ଅଭିଯୁକ୍ତଙ୍କ ନାଁରେ...

Related Articles

Popular Categories