www.samajalive.in
Saturday, December 6, 2025
19.1 C
Bhubaneswar

ବାହାଦୁରପେଟାରେ ତାଲାବନ୍ଦ ଘରୁ ଚୋରି

ଗୋପାଳପୁର: ଗୋପାଳପୁର ଥାନା ଅନ୍ତର୍ଗତ ବାହାଦୁର ପେଟା ଗ୍ରାମରେ ତାଲାବନ୍ଦ ଥିବା ଏକ ଘରକୁ ଟାର୍ଗେଟ କରିବା ସହ ଆଲମିରାରେ ଥିବା ସୁନା ଓ ରୂପା ଅଳଙ୍କାର ସହ ଟଙ୍କା ଚୋରି କରିଥିବା ନେଇ ଥାନାରେ ଲିଖିତ ଅଭିଯୋଗ କରାଯାଇଛି। ଅଭିଯୋଗ ଅନୁଯାୟୀ ସୁଦାମ ବେହେରା ସନ୍ଧ୍ୟାରେରେ ତାଲା ପକାଇ ଜଗଦଲପୁର ଯାଇଥିଲେ। ସକାଳେ ତଳ ଘରେ ରହୁଥିବା ବଡ଼ଭାଇ କୃଷ୍ଣ ଚନ୍ଦ୍ର ବେହେରାଙ୍କ ଝିଅ ଉପର ଘର ଛାତକୁ ଲୁଗା ଶୁଖାଇବା  ନିମନ୍ତେ ଯାଇଥିବା ବେଳେ ଘରର ତାଲା ଭଙ୍ଗା ଯାଇଥିବା ଦେଖିବାକୁ ପାଇଥିଲେ। ଏହା ନେଇ କୃଷ୍ଣଙ୍କ ପକ୍ଷରୁ ସୁଦାମକୁ ଜଣାଇବା ପରେ ସୁଦାମଙ୍କ ପକ୍ଷରୁ ଗୋପାଳପୁର ଥାନାରେ ଲିଖିତ ଅଭିଯୋଗ କରାଯାଇଥିଲା। ଅଭିଯୋଗକୁ ଭିତ୍ତି କରି ପୁଲିସ ପକ୍ଷରୁ ୩୨୩/୨୪ ରେ ଏକ ମାମଲା ରୁଜୁ କରିବା ସହ ସାଇଣ୍ଟଫିକ ଟିମ୍ ଓ ସନ୍ଧାନୀ କୁକୁର ସହାୟତାରେ ତଦନ୍ତ କରିଥିଲେ। ଚୋରମାନେ ଘରର ଦୁଇଟି ତାଲା ଭାଙ୍ଗିବା ସହ ଏକ ଆଲମିରାରୁ ସାଢେ଼ ୩ ତୋଳା ଓଜନର ଦୁଇଟି ସୁନା ଚେନ ଓ ୩ ଟି ମୁଦି ,୧୦ ତୋଳା ଓଜନର ରୁପା ପାଉଁଞ୍ଜି ଏବଂ ପ୍ରାୟ ୫ ହଜାର ଟଙ୍କା ଚୋରି କରିଥିବା ସୁଦାମ ଅଭିଯୋଗ କରିଛନ୍ତି।

୨୦୨୫ରେ ରାହୁ ଓ କେତୁ ଚଳନ; ଏହି ୫ ରାଶି ପାଇବେ ରାଜା ଭଳି ଜୀବନ, ହେବେ ଭାଗ୍ୟଶାଳୀ, ମିଳିବ ଧନ, ହେବ ବିବାହ..

Hot this week

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

ହଷ୍ଟେଲ ଭିତରେ ପଶି ଆଖିବୁଜା ଗୁଳିମାଡ଼: ୧୧ ମୃତ, ୧୪ ଆହତ

ସମାଜଲାଇଭ ଡେସ୍କ: ଏକ ଶିକ୍ଷାନୁଷ୍ଠାନ ହଷ୍ଟେଲ ଭିତରେ ପଶି ୩ ଅଜ୍ଞାତ...

କଟକସ୍ଥିତ ସମାଜ ମୁଖ୍ୟ କାର୍ଯ୍ୟାଳୟରେ ବାବୁଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ

କଟକ: ଆଜି ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ...

Related Articles

Popular Categories