www.samajalive.in
Saturday, December 6, 2025
19.1 C
Bhubaneswar

ଜିଲ୍ଲା ସ୍ତରୀୟ ବିଶ୍ବ ମତ୍ସ୍ୟ ଦିବସ ପାଳିତ

ଫୁଲବାଣୀ : କନ୍ଧମାଳ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଜିଲ୍ଲା ମତ୍ସ୍ୟ ବିଭାଗ ପକ୍ଷରୁ ବିଶ୍ବ ମତ୍ସ୍ୟ ଦିବସ-୨୦୨୪ ପାଳିତ ହୋଇଯାଇଛି। ଜିଲ୍ଲା ମତ୍ସ୍ୟ ଅଧିକାରୀ ପ୍ରଫୁଲ୍ଲ କହଁରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଫୁଲବାଣୀ ବିଧାୟକ  ଉମା ଚରଣ ମଲିକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବାବେଳେ ସମ୍ମାନିତ ଅତିଥି ଭାବରେ ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟନିର୍ବାହୀ ଅଧିକାରୀ ଶମ୍ଭୁନାଥ ନନ୍ଦୀ, ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀ ସଂଜୀବ କୁମାର ପଟେଲ  ଏବଂ ପ୍ରକଳ୍ପ ନିର୍ଦ୍ଦେଶକ, ଜଳଛାୟା ବିଭାଗ ପ୍ରସନ୍ନ କୁମାର ପାତ୍ରପ୍ରମୁଖ ମଞ୍ଚାସୀନ ଥିଲେ।
ଜିଲ୍ଲା ମତ୍ସ୍ୟ ଅଧିକାରୀଶ୍ରୀ କହଁର ସ୍ବାଗତ ଅଭିଭାଷଣ ପ୍ରଦାନ କରିବା ସହିତ ଏହି ଦିବସର ଉଦ୍ଦେଶ୍ୟ ସମ୍ପର୍କରେ କହିଥିଲେ। ଜିଲ୍ଲାର ୧୨ ଗୋଟି ବ୍ଲକରୁ ୭୦ ଜଣ ମତ୍ସ୍ୟ ଚାଷୀ, ମତ୍ସ୍ୟ ଉଦ୍ୟୋଗୀ, ମାଛ ଯାଆଁଳ ଉତ୍ପାଦନକାରୀ, ପ୍ରାଥମିକ ମତ୍ସ୍ୟ ସମବାୟ ସମିତିର ସଦସ୍ୟ ଏବଂ ମହିଳା ସ୍ବୟଂ ସହାୟକ ଗୋଷ୍ଠୀର ସଦସ୍ୟାମାନଙ୍କ ସମେତ ବ୍ଲକର ସମସ୍ତ ସହକାରୀ ମତ୍ସ୍ୟ ଅଧିକାରୀର ମାନେ ଯୋଗ ଦେଇଥିଲେ। ଏହି ଦିବସରେ ୨ ଜଣ ସଫଳ ମତ୍ସ୍ୟ ଚାଷୀ, ୧ ଗୋଟି ମହିଳା ସ୍ବୟଂ ସହାୟକ ଗୋଷ୍ଠୀଙ୍କୁ ପୁରସ୍କୃତ କରାଯାଇଥିବା ବେଳେ ୭  ଜଣ ମତ୍ସ୍ୟ ଚାଷୀଙ୍କୁ ପ୍ରଧାନାମନ୍ତ୍ରୀ ମତ୍ସ୍ୟ ଯୋଜନା ଅନ୍ତର୍ଗତ ଅଟୋ ସହିତ ବରଫ ବାକ୍ସ ବିତରଣ କରାଯାଇଥିଲା। ରାଇକିଆ ସହକାରୀ ମତ୍ସ୍ୟ ଅଧିକାରୀ, ମତ୍ସ୍ୟ ବିଭାଗର ବିଭିନ୍ନ ଯୋଜନା ସମ୍ବନ୍ଧରେ ଆଲୋକପାତ କରିଥିଲେ  କ. ନୂଆଗାଁ ସହକାରୀ ମତ୍ସ୍ୟ ଅଧିକାରୀ ଧନ୍ୟବାଦ ଅର୍ପଣ କରିଥିଲେ।

Hot this week

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

ଜନ୍ମଦିନ ପାଳନ ପାଇଁ ମୋବାଇଲ ଲୁଟ୍‌

ଫୁଲବାଣୀ: ଏକ ମୋବାଇଲ ଲୁଟ କରି ଆକ୍ରମଣ କରିବା ଘଟଣାରେ ଫୁଲବାଣୀ...

ଜୟସୱାଲଙ୍କ ଶତକ: ମ୍ୟାଚ ସହ ସିରିଜ ଜିତିଲା ଭାରତ, ହିଟ୍‌ମ୍ୟାନଙ୍କ ନୂଆ ରେକର୍ଡ

ସମାଜଲାଇଭ ଡେସ୍କ: ଦକ୍ଷିଣ ଆଫ୍ରିକା ବିପକ୍ଷରେ ୩ୟ ଦିନିକିଆ ମ୍ୟାଚ ସହିତ...

ପୁଟିନଙ୍କୁ ପରସାଗଲା ନିରାମିଷ ଖାଦ୍ୟ: ମଦ, ମାଂସ କାହିଁକି ଦିଆଗଲାନି ବୋଲି ପ୍ରଶ୍ନ ଉଠାଇଲେ କଂଗ୍ରେସ ନେତା

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦୁଇ ଦିନିଆ ଭାରତ...

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

Related Articles

Popular Categories