www.samajalive.in
Sunday, December 14, 2025
26.1 C
Bhubaneswar

ଓଡ଼ିଶାର ପିଲାମାନଙ୍କ ପାଇଁ ଏକ ସୁରକ୍ଷିତ ୱେବ ଓ ଡିଜିଟାଲ ବ୍ୟବହାର ନିୟନ୍ତ୍ରଣକୁ ଗୁରୁତ୍ଵ

ଭୁବନେଶ୍ଵର:  ଓଡ଼ିଶା ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ ଓ ଚାଇଲ୍ଡ ଫଣ୍ଡ, ଇଣ୍ଡିଆର ମିଳିତ ଆନୁକୂଲ୍ୟରେ #websafeAndwise ଅଭିଯାନ ଶୁଭାରମ୍ଭ କାର୍ଯ୍ୟକ୍ରମ ଭୁବନେଶ୍ୱରସ୍ଥିତ ସ୍ଵସ୍ତି ପ୍ରିମିୟମ ହୋଟେଲରେ ଆୟୋଜନ ହୋଇଯାଇଛି । ପିଲାମାନଙ୍କ ପ୍ରତି ହେଉଥିବା ଡିଜିଟାଲ ଶୋଷଣ ବିରୋଧରେ ସଚେତନତା ସୃଷ୍ଟି କରିବା ସହ ଏହା ବିରୋଧରେ ଲଢିବା ପାଇଁ ପରିବାର, ବିଦ୍ୟାଳୟ ଓ ଅନ୍ୟ ଅନୁଷ୍ଠାନର ସହଯୋଗକୁ ସୁଦୃଢ କରିବା ଏହି ଅଭିଯାନର ମୂଳ ଲକ୍ଷ୍ୟ ।

ଏହି କାର୍ଯ୍ୟକ୍ରମରେ ମହିଳା ଓ ଶିଶୁ ବିକାଶ ବିଭାଗ ଓ ସମାଜ କଲ୍ୟାଣର ନିର୍ଦ୍ଦେଶିକା ମିସ ମୋନିଷା ବାନାର୍ଜୀ, ଓଡ଼ିଶା ପୋଲିସ ଆଇଜି ଶ୍ରୀମତୀ ସାଇନି ଏସ, ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ଅତିରିକ୍ତ ସଚିବ ଶୁଭଶ୍ରୀ ନନ୍ଦ, ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ମାନସିକ ସ୍ଵାସ୍ଥ୍ୟ ଅତିରିକ୍ତ ନିର୍ଦ୍ଦେଶିକା ଡ଼. ରେଖା ଭାଗତ, ଓଡ଼ିଶା ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗର ଅଧକ୍ଷ୍ୟା ଶ୍ରୀମତୀ ମନ୍ଦାକିନୀ କର, ଚାଇଲଡ଼୍ ଫଣ୍ଡ, ଇଣ୍ଡିଆର ବୋର୍ଡ ସଦସ୍ୟ  ରାଜେଶ ରଞ୍ଜନ ସିଂ, ଚାଇଲଡ଼୍ ଫଣ୍ଡ,ଇଣ୍ଟରନ୍ୟାସନାଲର ମୁଖ୍ୟ ଇମ୍ପାକ୍ଟ ଏବଂ ଇନୋଭେଶନ ଅଫିସର ମିସେସ କାରେନ ଜେ ହାନରାହନ୍ ପ୍ରମୁଖ ଅଂଶ ଗ୍ରହଣ କରିଥିଲେ । ଶିଶୁ ସୁରକ୍ଷା ସହ ଜଡ଼ିତ ଥିବା ଦେଶ ଓ ବିଦେଶର ବହୁ ସରକାରୀ ଓ ବେସରକାରୀ ସଂଗଠନର ପ୍ରତିନିଧିବୃନ୍ଦ ମଧ୍ୟ ଏହି କାର୍ଯ୍ୟକ୍ରମରେ ସକ୍ରିୟ ଅଂଶଗ୍ରହଣ କରିଥିଲେ ।
ଏହି କାର୍ଯ୍ୟକ୍ରମରେ ମହିଳା ଓ ଶିଶୁ ବିକାଶ ବିଭାଗ ତଥା ସମାଜ କଲ୍ୟାଣର ନିର୍ଦ୍ଦେଶିକା ମିସ୍ ବାନାର୍ଜୀ

- Advertisement -

ଆଜିର ପିଲାମାନଙ୍କୁ ଏକ ସ୍ଵାଧୀନ ଓ ବନ୍ଧୁତ୍ଵପୂର୍ଣ୍ଣ ପରିବେଶ ପ୍ରଦାନ ଉପରେ ଗୁରୁତ୍ଵ ଦେଇଥିଲେ । ଆଜିର ଡିଜିଟାଲ ଯୁଗରେ ପିଲାଙ୍କ ସନ୍ଦେହ ଦୂର କରିବା ଓ ସେମାନଙ୍କ ଅଭିଯୋଗ ଶୁଣିବା ପାଇଁ ପିତାମାତା ଧୈର୍ଯ୍ୟବାନ ହେବା ସହ ପିଲାମାନଙ୍କ ପାଇଁ ସମୟ କାଢିବା ନିହାତି ଆବଶ୍ୟକ ବୋଲି ସେ ମତପ୍ରକାଶ କରିଥିଲେ । ଓଡ଼ିଶା ପୋଲିସ ଆଇଜି ଶ୍ରୀମତୀ ସାଇନି ଏସ, ଶିଶୁ ସୁରକ୍ଷା କ୍ଷେତ୍ରରେ ପୋଲିସର ଆଭିମୁଖ୍ୟ ପ୍ରଦାନ କରି କହିଲେ ଯେ ପୋଲିସ ଅଫିସରକୁ ଭୟ ନକରି ଅନଲାଇନ ଶୋଷଣ ବିରୋଧରେ ପିଲାମାନେ ସାହସର ସହିତ ପୋଲିସକୁ ଜଣାଇବା ଦରକାର । ରାଜ୍ୟ ସରକାର ଶିଶୁ ଅନୁକୂଳ ପୋଲିସ ଷ୍ଟେସନ୍ ଉପରେ ଗୁରୁତ୍ଵ ଦେଉଛନ୍ତି ।

ପିଲାମାନଙ୍କ ଡିଜିଟାଲ ବ୍ୟବହାରକୁ ନିୟନ୍ତ୍ରଣ କରିବା ଉଦ୍ଦେଶ୍ୟରେ ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଅନ୍ତର୍ଗତ ମାନସିକ ସ୍ଵାସ୍ଥ୍ୟର ଅତିରିକ୍ତ ନିର୍ଦ୍ଦେଶିକା ଶ୍ରୀମତୀ ରେଖା ଭାଗତ ପ୍ୟାରେଣ୍ଟ କୋଣ୍ଟ୍ରୋଲ ଫିଚରସ୍ ଉପରେ ଗୁରୁତ୍ଵ ଦେଇଛନ୍ତି । ପିଲାମାନଙ୍କ ଅନଲାଇନ ବ୍ୟବହାରର ନିୟମିତ ମନିଟରିଙ୍ଗ, ସମୟ ସୀମା ନିର୍ଦ୍ଧାରଣ କରିବା ସହ ପିଲାମାନଙ୍କ ସହ ବନ୍ଧୁପୂର୍ଣ୍ଣ ସହଯୋଗ କରିବା ସନ୍ଦେହଜନକ ବ୍ୟବହାରକୁ ଚିହ୍ନଟ କରିବା ପିତାମାତାଙ୍କ କର୍ତ୍ତବ୍ୟ ହେବା ଦରକାର । ଡିଜିଟାଲ ବ୍ୟବହାର ନିୟନ୍ତ୍ରଣ ପାଇଁ ପରିବାର ଓ ବିଦ୍ୟାଳୟସ୍ତରରେ ତାଲିମର ଆବଶ୍ୟକତା ରହିଛି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ଅତିରିକ୍ତ ସଚିବ ଶୁଭଶ୍ରୀ ନନ୍ଦ ଉଲ୍ଲେଖ କରିଥିଲେ ।

ଶିଶୁମାନଙ୍କୁ ଏକ ସୁରକ୍ଷିତ ପରିବେଶ ଦେବା ଆମ ସମସ୍ତଙ୍କ ସାମୂହିକ ଦାୟିତ୍ଵ ହେବା ଦରକାର ବୋଲି ଚାଇଲଡ଼୍ ଫଣ୍ଡ, ଇଣ୍ଡିଆର ବୋର୍ଡ ସଦସ୍ୟ ଶ୍ରୀ ରାଜେଶ ରଞ୍ଜନ ସିଂ ଉଲ୍ଲେଖ କରିଥିଲେ। ଚାଇଲ୍ଡ ଫଣ୍ଡ,ଇଣ୍ଟରନ୍ୟାସନାଲର ମୁଖ୍ୟ ଇମ୍ପାକ୍ଟ ଏବଂ ଇନୋଭେଶନ ଅଫିସର ମିସେସ କାରେନ ଜେ ହାନରାହନ୍, ଅନଲାଇନ ବ୍ୟବହାରର ବିଭିନ୍ନ ବିପଦ ଦ୍ବାରା ପିଲାମାନେ କିପରି ପ୍ରଭାବିତ ହେଉଛନ୍ତି ସେବିଷୟରେ ଗୁରୁତ୍ୱ ଦେଇଥିଲେ ।

ଏହି କାର୍ଯ୍ୟକ୍ରମରେ ଓଡ଼ିଶା ରାଜ୍ୟ ଶିଶୁ ସୁରକ୍ଷା ଆୟୋଗର ଅଧକ୍ଷ୍ୟା ମନ୍ଦାକିନୀ କର ତାଙ୍କ ସ୍ଵାଗତ ଅଭିଭାଷଣରେ ଓଡ଼ିଶାରେ ଶିଶୁ ସୁରକ୍ଷା ପ୍ରତି ନିଆଯାଇଥିବା ପଦକ୍ଷେପ ବିଷୟରେ ଆଲୋଚନା କରିଥିଲେ । ଏହି ଅବସରରେ ଏକାଦଶ ଶ୍ରେଣୀର ଜି. ରୋଜା ରେଡ୍ଡୀ ଓ ଚାଇଲ୍ଡ ଫଣ୍ଡର ପ୍ରତିନିଧି ଶ୍ରୀକ୍ଷେତ୍ର ବେହେରା ଅନଲାଇନ ବ୍ୟବହାରର ନିଜ ଅନୁଭୂତି ପ୍ରଦାନ କରିଥିଲେ। ଏହି ଅବସରରେ ଓଡ଼ିଶାର ପିଲାଙ୍କ ଅନଲାଇନ ସୁରକ୍ଷା ନିମନ୍ତେ ଏକ ତାଲିମ ପୁସ୍ତିକାକୁ ଉନ୍ମୋଚନ କରାଯାଇଛି ।

Hot this week

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

ବର୍ଦ୍ଧିତ ଦରମା ନବୀନ ଫେରାଇବା ପ୍ରସଙ୍ଗ ; ନବୀନଙ୍କୁ କେଭି ଓ ଜୟଙ୍କ କଟାକ୍ଷ

ସମାଜ ଲାଇଭ ଡ଼େସ୍କ : ନବୀନ ବର୍ଦ୍ଧିତ ଦରମା ଫେରାଇବା ପ୍ରସଙ୍ଗରେ...

Related Articles

Popular Categories