୨୦୫୦ ସୁଦ୍ଧା ଭାରତରେ ଶିଶୁଙ୍କ ସଂଖ୍ୟା ୧୦ କୋଟି ହ୍ରାସ ପାଇବ 

ନୂଆଦିଲ୍ଲୀ : ଆସନ୍ତା ୨୫ ବର୍ଷ ଅର୍ଥାତ୍‌ ୨୦୫୦ ମସିହା ସୁଦ୍ଧା ଭାରତରେ ଶିଶୁଙ୍କ ସଂଖ୍ୟା ୧୦.୬ କୋଟି ହ୍ରାସ ପାଇବ ବୋଲି ଜାତିସଂଘ ସଂସ୍ଥା ୟୁନିସେଫ୍‌ ତରଫରୁ ପ୍ରସ୍ତୁତ ରିପୋର୍ଟରେ ଉଲ୍ଲେଖ କରାଯାଇଛି। ବୁଧବାର ପ୍ରକାଶିତ ଏହି ରିପୋର୍ଟ ଅନୁଯାୟୀ ୨୦୫୦ ସୁଦ୍ଧା ବିଶ୍ବରେ ଶିଶୁଙ୍କ ସଂଖ୍ୟା ୨୦୩ କୋଟି ଛୁଇଁବ। ଏଥିମଧ୍ୟରେ ଭାରତର ୩୫ କୋଟି ରହିବ ବୋଲି କୁହାଯାଇଛି। ଜଳବାୟୁ ପରିବର୍ତ୍ତନ, ମନ୍ୟା, ମରୁଡି ଏବଂ ବାୟୁ ପ୍ରଦୂଷଣ ଯୋଗୁଁ ଭାରତ, ଚୀନ୍‌, ନାଇଜେରିଆ ଓ ପାକିସ୍ତାନରେ ଶିଶୁଙ୍କ ସଂଖ୍ୟା ହ୍ରାସ ପାଇବ ବୋଲି ରିପୋର୍ଟରେ ଦର୍ଶାଯାଇଛି। ୟୁନିସେଫ୍‌ ପକ୍ଷରୁ ଶିଶୁଙ୍କ ପ୍ରତି ବିପଦ ରହିଥିବା ୧୬୩ ରାଷ୍ଟ୍ରଙ୍କ ତାଲିକାରେ ଭାରତ ୨୬ତମ ସ୍ଥାନରେ ରହିଛି।

ପରିବେଶ ପ୍ରତିକୂଳ ବାତାବରଣର ସମ୍ମୁଖୀନ ହେଉଥିବା ରାଷ୍ଟ୍ରଗୁଡିକରେ ବର୍ତ୍ତମାନ ୧୦୦ କୋଟି ଶିଶୁ ବାସ କରୁଛନ୍ତି। ତେବେ ଏହି ସ୍ଥିତିର ସମ୍ମୁଖୀନ ହେଉଥିବା ଶିଶୁଙ୍କ ଜୀବନକାଳ ପ୍ରତି ଯଥେଷ୍ଟ ବିପଦ ରହିଥିବା ରିପୋର୍ଟରେ ଉଲ୍ଲେଖ କରାଯାଇଛି। ପରବର୍ତ୍ତିତ ବିଶ୍ବରେ ଶିଶୁଙ୍କ ଭବିଷ୍ୟତ ଏତେଟା ସୁରକ୍ଷିତ ଜଣାପଡୁନଥିବା କୁହାଯାଇଛି। ନାଗରିକଙ୍କ ସୁରକ୍ଷା ପାଇଁ ଭାରତ ସରକାର ମିଶନ ଲାଇଫ୍‌, ନ୍ୟାସନାଲ ଆକ୍ସନ ପ୍ଲାନ ଅନ୍‌ କ୍ଲାଇମେଟ ଚେଞ୍ଜ, ସ୍ବଚ୍ଛ ଭାରତ ଅଭିଯାନ ଏବଂ ଜଳ ଜୀବନ ମିଶନ ଭଳି ଏକାଧିକ କାର୍ଯ୍ୟକ୍ରମକୁ କାର୍ଯ୍ୟକାରୀ କରୁଥିବା ସତ୍ତ୍ବେ ଶିଶୁଙ୍କ ଭବିଷ୍ୟତ ପ୍ରତି ବିପଦର ସମ୍ଭାବନା ରହିଥିବା କୁହାଯାଇଛି।

Comments are closed.