www.samajalive.in
Monday, December 8, 2025
20.1 C
Bhubaneswar

ୟୁପିରେ ‘ଦି ସାବରମତି ରିପୋର୍ଟ’ ଚଳଚ୍ଚିତ୍ର ଟିକସମୁକ୍ତ

ଲକ୍ଷ୍ନୌ: ଉତ୍ତର ପ୍ରଦେଶ ସରକାରଙ୍କ ପକ୍ଷରୁ ଗୁରୁବାର ‘ଦି ସାବରମତି ରିପୋର୍ଟ’ ଚଳଚ୍ଚିତ୍ରକୁ ଟିକସମୁକ୍ତ ଘୋଷଣା କରାଯାଇଛି। ଫଳରେ ରାଜ୍ୟର ବିଭିନ୍ନ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଥିବା ଏହି ଚଳଚ୍ଚିତ୍ର ଉପରେ କୌଣସି ଆମୋଦ ପ୍ରମୋଦ ଟିକସ ଲାଗୁ କରାଯିବ ନାହିଁ। ବିକ୍ରାନ୍ତ ମାସି, ରାଶି ଖାନ୍ନା ଅଭିନୀତ ଏବଂ ଧୀରଜ ସରନା ନିର୍ଦେର୍ଶିତ ଏହି ଚଳଚ୍ଚିତ୍ରର ବିଷୟବସ୍ତୁ ୨୦୦୨ ଗୋଧ୍ରା ଟ୍ରେନ ପୋଡି ଘଟଣା ଉପରେ ପର୍ଯ୍ୟବେସିତ। ୨୦୦୨ ଫେବୃୟାରୀ ୨୭ରେ ଗୁଜରାଟର ଗୋଧ୍ରା ଷ୍ଟେସନରେ ଦୁର୍ବୃତ୍ତମାନେ ସାବରମତି ଏକ୍ସପ୍ରେସର ୬ ନମ୍ବର ବଗିରେ ନିଆଁ ଲଗାଇ ଦେଇଥିଲେ। ଫଳରେ ଉକ୍ତ ବଗିରେ ଅ​‌ଯୋଧ୍ୟାରୁ ଫେରୁଥିବା ୫୯ କରସେବକ ପୋଡି ହୋଇ ପ୍ରାଣ ହରାଇଥିଲେ। ଏହି ଘଟଣାକୁ କେନ୍ଦ୍ରକରି ଗୁଜରାଟରେ ପରବର୍ତ୍ତୀ ସମୟରେ ସାଂପ୍ରଦାୟିକ ଦଙ୍ଗା ସୃଷ୍ଟି ହୋଇଥିଲା। ଏହି ଚଳଚ୍ଚିତ୍ରକୁ ଏକତା​‌ କପୁରଙ୍କ ବାଲାଜୀ ଫିଲମ୍ସ ନିର୍ମାଣ କରିଥିବାବେଳେ ଚଳିତ ମାସ ୧୫ରେ ଏହା ମୁକ୍ତିଲାଭ କରିଛି। ପୂର୍ବରୁ ମଧ୍ୟପ୍ରଦେଶ ଓ ହରିୟାଣା ସରକାର ଏହି ଚଳଚ୍ଚିତ୍ରକୁ ଟିକସମୁକ୍ତ ଘୋଷଣା କରିସାରିଛନ୍ତି।

Hot this week

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

ସୂନାମୀ ଆଲର୍ଟ, ଜାପାନ୍‌ରେ ଜୋରଦାର ଭୂମିକମ୍ପ

ଟୋକିଓ - ଜାପାନରେ ଜୋରଦାର ଭୂମିକମ୍ପ ଅନୁଭୂତ ହୋଇଛି । ଜାପାନ...

ଋଷିକୂଲ୍ୟା ଅଞ୍ଚଳରେ ଅତିଥି ଧ୍ରୂବହଂସ

ଗଞ୍ଜାମ: ଶୀତର ଆଗମନରେ  ଋଷିକୁଲ୍ୟା ନଦୀ ମୁହାଣ ଅଞ୍ଚଳରେ ବିଦେଶୀ  ଅତିଥି...

Related Articles

Popular Categories