Patra electronics

ହତ୍ୟା ଷଡ଼ଯନ୍ତ୍ର ଅଭିଯୋଗରେ ଏନଏସଏ ଅଜିତ ଡୋଭାଲ ଓ ର’ର ପୂର୍ବତନ ମୁଖ୍ୟଙ୍କୁ ଆମେରିକା କୋର୍ଟର ସମନ

ଡେସ୍କ: ଖାଲିସ୍ତାନୀ ବିଚ୍ଛିନ୍ନତାବାଦୀ ଗୁରପତୱନ୍ତ ସିଂହ ପନ୍ନୁ, ତାଙ୍କୁ ହତ୍ୟା କରିବା ପାଇଁ ଭାରତ ସରକାର ଷଡ଼ଯନ୍ତ୍ର କରୁଥିବା ଅଭିଯୋଗ କରି ଆମେରିକା ଅଦାଲତରେ ସିଭିଲ୍ ମାମଲା ଦାୟର କରିବା ପରେ ନ୍ୟୁୟର୍କର ଦକ୍ଷିଣ ଜିଲ୍ଲା ଅଦାଲତ ଭାରତ ସରକାରଙ୍କୁ ସମନ୍ ଜାରି କରିଛନ୍ତି। ୨୧ ଦିନ ମଧ୍ୟରେ ଭାରତ ସରକାରଙ୍କୁ ଜବାବ ଦେବାକୁ ସମନରେ କୁହାଯାଇଛି।

ଏହି ମାମଲାରେ ଭାରତ ସରକାରଙ୍କ ବ୍ୟତୀତ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ, ରିସର୍ଚ୍ଚ ଆଣ୍ଡ ଆନାଲିସିସ ୱିଙ୍ଗର ପୂର୍ବତନ ମୁଖ୍ୟ ସାମନ୍ତ ଗୋଏଲ, ଏଜେଣ୍ଟ ବିକ୍ରମ ଯାଦବ ଏବଂ ଭାରତୀୟ ବ୍ୟବସାୟୀ ନିଖିଲ ଗୁପ୍ତାଙ୍କ ସମେତ ଭାରତର ବିଦେଶୀ ଗୁଇନ୍ଦା ଏଜେନ୍ସିର କର୍ମଚାରୀ ଏବଂ ଅନ୍ୟମାନଙ୍କ ନାମ ରହିଛି।

ଉଗ୍ରବାଦୀ ସଂଗଠନ ଶିଖ୍ ଫର୍ ଜଷ୍ଟିସର ମୁଖ୍ୟ ଗୁରପତୱନ୍ତ ସିଂହ ପନ୍ନୁ ତାଙ୍କ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସ (ପୂର୍ବରୁ ଟ୍ୱିଟର)ରେ ସମନର ଏକ କପି ସେୟାର କରିଥିଲେ। ଏହି ସମନ ଉପରେ କେନ୍ଦ୍ର ସରକାରଙ୍କ ପକ୍ଷରୁ କୌଣସି ଉତ୍ତର ମିଳିନାହିଁ।

Comments are closed.