Patra electronics

ଦୁଇଜଣ ଫେରାର ହତ୍ୟା ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡ

ଆଠଗଡ: ଖୁଣ୍ଟୁଣୀ ଥାନା ଅନ୍ତର୍ଗତ ଅନନ୍ତପୁର ଗ୍ରାମରେ ଘଟିଥିବା ଏକ ହତ୍ୟାକାଣ୍ଡରେ ସଂପୃକ୍ତ ଥାଇ ଫେରାର ହୋଇଯାଇଥିବା ଦୁଇ ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡ ହୋଇଥିବା ଜଣାପଡିଛି । ବିବରଣୀରୁ ପ୍ରକାଶ ୨୦୦୮ ମସିହା ମେ ୨୪ ତାରିଖରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଅନନ୍ତପୁର ଗ୍ରାମର ବିଜୟ କୁମାର ଦାଶଙ୍କ ଉପରେ ସେହି ଗ୍ରାମର ୧୨ ଜଣ ଲୋକ ମିଳିତ ଭାବେ ପ୍ରାଣାଂତକ ଆକ୍ରମଣ କରିଥିଲେ । ଏଥିରେ ଗୁରୁତର ଆହତ ବିଜୟ କଟକରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁବରଣ କରିଥିଲେ ।

ଏହି ଘଟଣାରେ ସମ୍ପୃକ୍ତ ୧୨ ଜଣଙ୍କ ମଧ୍ଯରୁ ୧୦ଜଣଙ୍କୁ ଖୁଣ୍ଟୁଣୀ ପୁଲିସ ଗିରଫ କରିଥିବାବେଳେ ରବିନ୍ଦ୍ର ଦାଶ ଓ କବିନ୍ଦ୍ର ଦାଶ ନାମକ ଦୁଇ ଅଭିଯୁକ୍ତ ସେହି ଦିନରୁ ଫେରାର ହୋଇଯାଇଥିଲେ । ଗିରଫ ହୋଇଥିବା ୧୦ ଜଣ ଅଭିଯୁକ୍ତଙ୍କୁ ସେତେବେଳେ ତତ୍କାଳୀନ ଅତିରିକ୍ତ ଜିଲ୍ଲା ଓ ଦୌରାଜଜ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଥିଲେ । ତେବେ ଫେରାର ଥିବା ଦୁଇ ଅଭିଯୁକ୍ତ ଧଳାପଡି ଗିରଫ ହେବା ପରେ ଉକ୍ତ ମାମଲାର ପୁନଃ ଶୁଣାଣି ଓ ବିଚାର କରି ଏବେ କାର୍ଯ୍ୟାରତ ଅତିରିକ୍ତ ଜିଲ୍ଲା ଓ ଦୌରାଜଜ ରାଜକୁମାର ଦାସ ଅଭିଯୁକ୍ତ ରବିନ୍ଦ୍ର ଓ କବିନ୍ଦ୍ରଙ୍କୁ ସମାନ ଦଣ୍ଡ ଅର୍ଥାତ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରି ଗୁରୁବାର ତାଙ୍କ ରାୟ ପ୍ରକାଶ କରିଛନ୍ତି ।

ଏଥିସହ ସେମାନଙ୍କୁ ୫୦ ହଜାର ଟଙ୍କା ଲେଖାଁଏ ଜୋରିମନା ଦେବାକୁ କିମ୍ବା ଅନାଦେୟ ଅଧିକ ଏକ ବର୍ଷ କାରାଦଣ୍ଡ ଭୋଗିବାକୁ ଏଡିଜେ ଶ୍ରୀ ଦାସ ଆଦେଶ ଳେଇଛନ୍ତି । ମାମଲାଟିକୁ ସରକାରଙ୍କ ପକ୍ଷରୁ ଅତିରିକ୍ତ ପିପି ଶରତ କୁମାର ଦାଶ ଓ ଦେବାଶିଷ ସିଟ ପରିଚାଳନା କରୁଥିଲେ ।

Comments are closed.