ପ୍ରଧାନମନ୍ତ୍ରୀ ଜନଜାତୀୟ ଉନ୍ନତ ଗ୍ରାମ ଅଭିଯାନର ଶୁଭାରମ୍ଭ, ଓଡ଼ିଶାର ୧୦ ଲକ୍ଷରୁ ଉର୍ଦ୍ଧ୍ବ ଜନଜାତି ପରିବାର ହେବେ ଉପକୃତ

ଭୁବନେଶ୍ବର: ଭାରତର ଯଶସ୍ବୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ବାରା ପ୍ରଧାନମନ୍ତ୍ରୀ ଜନଜାତୀୟ ଉନ୍ନତ ଗ୍ରାମ ଅଭିଯାନର ଶୁଭାରମ୍ଭ କରାଯାଇଛି । ଏହି ଅଭିଯାନ ଅନ୍ତର୍ଗତ ଓଡ଼ିଶାରେ ୨୭ ଟି ଜିଲ୍ଲାର ୨୩୨ ବ୍ଲକର ୭୬୬୭ ଟି ଜନଜାତି ବହୁଳ ଗାଁର ୧୦,୮୫,୬୬୧ ଜନଜାତି ପରିବାର ଉପକୃତ ହେବେ। କ୍ୟାବିନେଟ୍ ନିଷ୍ପତ୍ତି ଅନୁଯାୟୀ, ଏହି ଅଭିଯାନରେ ୨୫ ଟି କାର୍ଯ୍ୟକ୍ରମ ସାମିଲ ହେବ ଏବଂ ଏହା ୧୭ ଟି ମନ୍ତ୍ରାଳୟ ତଥା ବିଭାଗ ଦ୍ବାରା କାର୍ଯ୍ୟକାରୀ ହେବ। ଭିତ୍ତିଭୂମି ବିକାଶ, ସାମାଜିକ-ଅର୍ଥନୈତିକ ସଶକ୍ତିକରଣ, ସମସ୍ତଙ୍କ ପାଇଁ ଉତ୍ତମ ଶିକ୍ଷା ତଥା ସ୍ବାସ୍ଥ୍ୟକର ଜୀବନ ସହ ସମ୍ମାନଜନକ ବାର୍ଦ୍ଧକ୍ୟକୁ ପ୍ରୋତ୍ସାହିତ କରିବାକୁ ଉଦ୍ଦେଶ୍ୟ ରଖାଯାଇଛି।

prayash

ଏହି ଅଭିଯାନରେ ଆଦିବାସୀ ବହୁଳ ଅଞ୍ଚଳରେ ହୋମ୍ ଷ୍ଟେ କାର୍ଯ୍ୟକ୍ରମ, ଜଙ୍ଗଲ ଅଧିକାର ଆଇନ ଅଧିନରେ ପଟ୍ଟା ପାଇଥିବା ଲୋକଙ୍କ ପାଇଁ ସହାୟତା ଏବଂ ସିକଲ୍ ସେଲ୍ ପରି ରୋଗ ପରିଚାଳନା ଭଳି ଅଭିନବ ପଦକ୍ଷେପକୁ ପ୍ରୋତ୍ସାହିତ କରାଯିବ। ତେବେ ଏହି ଅଭିଯାନ ଅଧିନରେ ହୋଇଥିବା ଅଗ୍ରଗତିକୁ ପିଏମ-ଗତିଶକ୍ତି ପୋର୍ଟାଲ ମାଧ୍ୟମରେ ନିରୀକ୍ଷଣ କରାଯିବ।

ସୂଚନାଯୋଗ୍ୟ, ୧୮ ସେପ୍ଟେମ୍ବରରେ ଏହି ଯୋଜନାର ଶୁଭାରମ୍ଭ କରାଯାଇଛି। ୭୯,୧୫୬ କୋଟି ବ୍ୟୟ ବରାଦ ଥିବା ଏହି ଅଭିଯାନରେ ଦେଶର ୩୦ ଟି ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳର ୬୩,୦୦୦ ଗ୍ରାମରେ ରହୁଥିବା ପ୍ରାୟ ୫ କୋଟିରୁ ଉର୍ଦ୍ଧ୍ବ ଜନଜାତିଙ୍କ ସାମାଜିକ, ଅର୍ଥନୈତିକ ଅଭିବୃଦ୍ଧି ପାଇଁ ଲକ୍ଷ୍ୟ ରଖାଯାଇଛି। ଏହି ବ୍ୟୟବରାଦରୁ କେନ୍ଦ୍ର ସରକାର ୫୬,୩୩୩ କୋଟି ଟଙ୍କା ବହନ କରୁଥିବା ବେଳେ ରାଜ୍ୟଗୁଡ଼ିକ ୨୨,୮୨୩ କୋଟି ଟଙ୍କାର ବ୍ୟୟ ଭାର ବହନ କରିବେ। ଏହି ଅଭିଯାନ ଦେଶର ୫୪୯ ଟି ଆଦିବାସୀ ବହୁଳ ଜିଲ୍ଲା ଏବଂ ୨୭୪୦ ବ୍ଲକରେ ଏକ ସମୟରେ ଚାଲିବ।

kalyan agarbati

Comments are closed.