Patra electronics

ଅଟୋକୁ ଧକ୍କା ଦେଲା ବାଇକ, ଜଣେ ଗୁରୁତର

ପାଟଣା : ପାଟଣା ଥାନା ଅନ୍ତର୍ଗତ ୨୨୦ ନଂ ଜାତୀୟ ରାଜପଥ ସାଧୁପଡା ନିକଟରେ ଏକ ବାଇକ ଭାରସାମ୍ୟ ହରାଇ ଚଳନ୍ତା ଅଟୋ ପଛକୁ ଧକ୍କା ଦେଇଥିଲା । ଫଳରେ ବାଇକ ଚାଳକ ଗୁରୁତର ହୋଇଛନ୍ତି । ବାଇକ ଚାଳକ ଜଣକ  ମୟୁରଭଞ୍ଜ ଜିଲା ଯଶିପୁର ଅନ୍ତର୍ଗତ ସାନସହିଲ ନିବାସୀ ଗୋପାଳ ମାରାଣ୍ଡି ବୋଲି ଜଣାପଡିଛି । ଗୋପାଳ ନିଜ ଘର ଯଶିପୁର ସାନସହିଲରୁ କେନ୍ଦୁଝର ଜିଲା ସଦର ଥାନା ଅଞ୍ଚଳ ଗୋପାଳପୁର ଗ୍ରାମରେ ଘର ଜ୍ବାଇଁ ଭାବେ ରହିଥିବାରୁ ସେ ଘରକୁ ଫେରୁଥିବା ସମୟରେ ପାଟଣାରେ ଭାରସାମ୍ୟ ହରାଇ ଅଟୋ ପଛ ପଟକୁ ଧକ୍କା ଦେଇଥିଲେ । ବାଇକ ଚାଳକଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରି ପାଟଣା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଛନ୍ତି ।

 

Comments are closed.