ଫିନାଇଲ ପିଇ ନାବାଳିକା ଗୁରୁତର
ବାସୁଦେବପୁର: ଫିନାଇଲ ପିଇ ଜଣେ ନାବାଳିକା ଗୁରୁତର ହୋଇ ଭଦ୍ରକ ଜିଲା ବାସୁଦେବପୁର ଡାକ୍ତରଖାନାରେ ଚିକିତ୍ସାଧିନ ଅଛନ୍ତି। ଗୁରୁତର ନାବାଳିକା ଜଣକ ରାଜଘରପୋଖରୀ ନାୟକସାହିର ବିଦ୍ୟାଧର ନାୟକଙ୍କ ୧୩ ବର୍ଷର ଝିଅ ପୂଜା ବୋଲି ଜଣାପଡ଼ିଛି।
ସୂଚନା ମୁତାବକ, ପୂଜାଙ୍କ ସ୍ୱାସ୍ଥ୍ୟାବସ୍ଥା ଖରାପ ଥିବାବେଳେ ପରିବାର ପକ୍ଷରୁ ବାସୁଦେବପୁର ଡାକ୍ତରଖାନା, ଭଦ୍ରକ ଜିଲା ଡାକ୍ତରଖାନା ଓ ଏମ୍ସକୁ ଚିକିତ୍ସା ପାଇଁ ନିଆଯାଇଥିଲା। ମାତ୍ର ଡାକ୍ତର କୌଣସି ରୋଗ ନିରୁପଣ କରିପାରି ନ ଥିଲେ। ତେବେ ହଠାତ ପୂଜା ସଜ୍ଞାହୀନ ହୋଇ ପଡ଼ିଯିବା ସହ ଅସ୍ୱାଭାବିକ ଚାଲିଚଳଣକୁ ନେଇ ପରିବାର ଚିନ୍ତାଗ୍ରସ୍ତ ଅବସ୍ଥାରେ ଦିନ କାଟୁଛନ୍ତି। ଆଜି ସଜ୍ଞାହୀନ ହେବା ପୂର୍ବରୁ ନଳକୂପ ନିକଟରେ ଥିବା ଫିନାଇଲ ବୋତଲକୁ ପାଣି ଭାବି ସେ ପିଇ ଦେଇଥିଲେ। ପରେ ଗୁରୁତର ଅବସ୍ଥାରେ ପରିବାର ପକ୍ଷରୁ ତାଙ୍କୁ ବାସୁଦେବପୁର ଡାକ୍ତରଖାନାକୁ ଅଣାଯାଇଛି।
Comments are closed.