୩ ଛୁଆଙ୍କୁ ମାରିଲା ପରେ ମା’ର ଆତ୍ମହତ୍ୟା ଉଦ୍ୟମ
ଭାଗଲପୁର,୬ା୧: ସ୍ବାମୀଙ୍କ ନିର୍ଯାତନା ସହ୍ୟ କରି ନପାରି ଜଣେ ମହିଳା ନିଜର ୩ ସନ୍ତାନଙ୍କୁ ପାଇଖାନା ଟାଙ୍କିରେ ପକାଇ ମାରିବା ସହିତ ନିଜେ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ବିହାର ଭାଗଲପୁର ଜିଲାରେ ଶନିବାର ଏହି ଅଘଟଣ ଘଟିଛି। ମହିଳା ଜଣଙ୍କ ତିନି ପିଲା ଦୁଇ ପୁଅ ଓ ଗୋଟିଏ ଝିଅକୁ ପାଇଖାନା ଟାଙ୍କିରେ ପକାଇବା ପରେ ନିଜେ ତା’ ଭିତରକୁ ଡେଇଁଥିଲେ। ତେବେ ମହିଳା ଜଣଙ୍କ ପାଇଖାନା ଟାଙ୍କିକୁ ଡେଇଁବା ସମୟରେ ପରିବାର ଲୋକ ଦେଖିପାରିଥିଲେ। ଫଳରେ ମହିଳା ଓ ତାଙ୍କ ତିନି ସନ୍ତାନଙ୍କୁ ଉଦ୍ଧାର କରାଯାଇଥିଲା। ସନ୍ତାନ ତିନିଜଣଙ୍କ ଶ୍ବାସରୁଦ୍ଧ ହୋଇ ପ୍ରାଣ ହରାଇଥିବାବେଳେ ମହିଳା ଜଣଙ୍କ ବଞ୍ଚିଯାଇଛନ୍ତି। ଶୁକ୍ରବାର ରାତିରେ ମହିଳା ଜଣଙ୍କୁ ତାଙ୍କ ମଦ୍ୟପ ସ୍ବାମୀ ମାଡ ମାରିଥିଲେ। ପୁଲିସ ମାମଲା ରୁଜୁ କରିଥିବାବେଳେ ସ୍ବାମୀ ଫେରାର ହୋଇଯାଇଛନ୍ତି।