www.samajalive.in
Saturday, December 13, 2025
26.1 C
Bhubaneswar

୩ ଛୁଆଙ୍କୁ ମାରିଲା ପରେ ମା’ର ଆତ୍ମହତ୍ୟା ଉଦ୍ୟମ

ଭାଗଲପୁର,୬ା୧: ସ୍ବାମୀଙ୍କ ନିର୍ଯାତନା ସହ୍ୟ କରି ନପାରି ଜଣେ ମହିଳା ନିଜର ୩ ସନ୍ତାନଙ୍କୁ ପାଇଖାନା ଟାଙ୍କିରେ ପକାଇ ମାରିବା ସହିତ ନିଜେ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ବିହାର ଭାଗଲପୁର ଜିଲାରେ ଶନିବାର ଏହି ଅଘଟଣ ଘଟିଛି। ମହିଳା ଜଣଙ୍କ ତିନି ପିଲା ଦୁଇ ପୁଅ ଓ ଗୋଟିଏ ଝିଅକୁ ପାଇଖାନା ଟାଙ୍କିରେ ପକାଇବା ପରେ ନିଜେ ତା’ ଭିତରକୁ ଡେଇଁଥିଲେ। ତେବେ ମହିଳା ଜଣଙ୍କ ପାଇଖାନା ଟାଙ୍କିକୁ ଡେଇଁବା ସମୟରେ ପରିବାର​‌ ଲୋକ ଦେଖିପାରିଥିଲେ। ଫଳରେ ମହିଳା ଓ ତାଙ୍କ ତିନି ସନ୍ତାନଙ୍କୁ ଉଦ୍ଧାର କରାଯାଇଥିଲା। ସନ୍ତାନ ତିନିଜଣଙ୍କ ଶ୍ବାସରୁଦ୍ଧ ହୋଇ ପ୍ରାଣ ହରାଇଥିବାବେଳେ ମହିଳା ଜଣଙ୍କ ବଞ୍ଚିଯାଇଛନ୍ତି। ଶୁକ୍ରବାର ରାତିରେ ମହିଳା ଜଣଙ୍କୁ ତାଙ୍କ ମଦ୍ୟପ ସ୍ବାମୀ ମାଡ ମାରିଥିଲେ। ପୁଲିସ ମାମଲା ରୁଜୁ କରିଥିବାବେଳେ ସ୍ବାମୀ ଫେରାର ହୋଇଯାଇଛନ୍ତି।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories