www.samajalive.in
Tuesday, December 9, 2025
16.1 C
Bhubaneswar

ଜାନୁଆରୀ ୦୭ରେ ମୁକ୍ତିଲାଭ କରିବ ‘ସୋନଚିଡିଆ’ର ଟ୍ରେଲର

ନୂଆଦିଲ୍ଲୀ : ସୁଶାନ୍ତ ସିଂ ରାଜପୁତ ଓ ମନୋଜ ବାଜପେୟୀ ଅଭିନୀତ ଚଳଚ୍ଚିତ୍ର ‘ସୋନଚିଡିଆ’ର ଟ୍ରେଲର ଜାନୁଆରୀ ୦୭ରେ ମୁକ୍ତିଲାଭ କରିବ ବୋଲି ଜଣା ପଡିଛି । ଏହାର ଟିଜର ଡିସେମ୍ବର ୦୭ରେ ମୁକ୍ତଲାଭ କରିଥିଲା। ଟିଜର ରିଲିଜ ହେବାର ମାସେ ପରେ ଏହାର ଟ୍ରେଲର ରିଲିଜ ହେବ। ଏଥିରେ ସୁଶାନ୍ତ ସିଂ ରାଜପୁତ, ମନୋଜ ବାଜପେୟୀ, ଭୂମି ପେଦନେକର, ରଣବୀର ଶୌରୀଙ୍କ ଭଳି କଳାକାର ଅଭିନୟ କରିଛନ୍ତି। ମଧ୍ୟପ୍ରଦେଶର ଚମ୍ବଲ ଡାକୁଙ୍କ ଉପରେ ଚଳଚ୍ଚିତ୍ରର କାହାଣୀଟି ଗତିଶୀଳ ହୋଇଛି। ଏହି ଚଳଚ୍ଚିତ୍ରରେ ନିର୍ଦେଶନା ଭାର ସମ୍ଭାଳିଛନ୍ତି ଅଭିଷେକ ଚୌବେ। ‘ସୋନଚିଡିଆ’ରେ ସୁଶାନ୍ତ ସିଂ ପ୍ରଥମ ଥର ପାଇଁ ଏକ ଡାକୁ ଚରିତ୍ରରେ ନଜର ଆସିଛନ୍ତି। ୨୦୧୯ମସିହା ଫେବୃୟାରୀ ୦୮ରେ ମୁକ୍ତିଲାଭ କରିବ ଏହି ଚଳଚ୍ଚିତ୍ର।

Hot this week

ଦୁର୍ନୀତି ବ୍ୟାଧିର ଉପଚାର

ପୂର୍ବ ୟୁରୋପର ଦେଶ ଜର୍ଜିଆ, ଯାହା କି ପୂର୍ବରୁ ସୋଭିଏତ୍‌‌ ରୁଷ...

ଚିନ୍ତାକଳ୍ପ : ଗୃହୀ ସାଧକର ଆଭିମୁଖ୍ୟ

ମହର୍ଷି ଅଙ୍ଗିରାଙ୍କ ଆଶ୍ରମରେ ରହି ଶିଷ୍ୟମାନେ ଅଧ୍ୟୟନ କରୁଥାନ୍ତି। ତାଙ୍କ ମାର୍ଗଦର୍ଶନରେ...

ସମ୍ପାଦକୀୟ : ଜାତିସଂଘର ପାଣ୍ଠି ଚିନ୍ତା

ବିଶ୍ବବ୍ୟାପୀ ମାନବିକ ସହାୟତା ପ୍ରଭାବିତ ମିଳିତ ଜାତିସଂଘ ୨୦୨୬ ବର୍ଷ ପାଇଁ ୨୩...

ସମ୍ପାଦକୀୟ : ଗୋଆ ଅଗ୍ନିକାଣ୍ଡ

କେବେ ଆମେ ସଚେତନ ହେବା ? ଗୋଆର ଏକ ନାଇଟ୍ କ୍ଲବରେ ଯେଉଁ...

ମଙ୍ଗଳବାର ରାଶିଫଳ: ଭାଗ୍ୟ ଡୋରିକୁ ନିଜ ହାତରେ ରଖିବେ, ବ୍ୟବସାୟରୁ ପ୍ରଚୁର ଲାଭ ହେବ

ମେଷ: ସୁଖଦା, ସତ୍‌ଚରିତ୍ରା, ପତିବ୍ରତା ସହଧର୍ମିଣୀଙ୍କ ପରାମର୍ଶ ଉପାଦେୟ ହେବ। ବିଭିନ୍ନ ସୂତ୍ରରୁ...

Related Articles

Popular Categories