ନୂଆଦିଲ୍ଲୀ : ସୁଶାନ୍ତ ସିଂ ରାଜପୁତ ଓ ମନୋଜ ବାଜପେୟୀ ଅଭିନୀତ ଚଳଚ୍ଚିତ୍ର ‘ସୋନଚିଡିଆ’ର ଟ୍ରେଲର ଜାନୁଆରୀ ୦୭ରେ ମୁକ୍ତିଲାଭ କରିବ ବୋଲି ଜଣା ପଡିଛି । ଏହାର ଟିଜର ଡିସେମ୍ବର ୦୭ରେ ମୁକ୍ତଲାଭ କରିଥିଲା। ଟିଜର ରିଲିଜ ହେବାର ମାସେ ପରେ ଏହାର ଟ୍ରେଲର ରିଲିଜ ହେବ। ଏଥିରେ ସୁଶାନ୍ତ ସିଂ ରାଜପୁତ, ମନୋଜ ବାଜପେୟୀ, ଭୂମି ପେଦନେକର, ରଣବୀର ଶୌରୀଙ୍କ ଭଳି କଳାକାର ଅଭିନୟ କରିଛନ୍ତି। ମଧ୍ୟପ୍ରଦେଶର ଚମ୍ବଲ ଡାକୁଙ୍କ ଉପରେ ଚଳଚ୍ଚିତ୍ରର କାହାଣୀଟି ଗତିଶୀଳ ହୋଇଛି। ଏହି ଚଳଚ୍ଚିତ୍ରରେ ନିର୍ଦେଶନା ଭାର ସମ୍ଭାଳିଛନ୍ତି ଅଭିଷେକ ଚୌବେ। ‘ସୋନଚିଡିଆ’ରେ ସୁଶାନ୍ତ ସିଂ ପ୍ରଥମ ଥର ପାଇଁ ଏକ ଡାକୁ ଚରିତ୍ରରେ ନଜର ଆସିଛନ୍ତି। ୨୦୧୯ମସିହା ଫେବୃୟାରୀ ୦୮ରେ ମୁକ୍ତିଲାଭ କରିବ ଏହି ଚଳଚ୍ଚିତ୍ର।
Popular Categories


