www.samajalive.in
Sunday, December 7, 2025
14.1 C
Bhubaneswar

ଅଷ୍ଟ୍ରେଲିଆ ସମ୍ମୁଖରେ ଭାରତର ବିଶାଳ ସ୍କୋର : ୬୨୨ ରନ୍ କରି ପାଳି ଘୋଷଣା

ସିଡନୀ: ଅଷ୍ଟ୍ରେଲିଆର ସିଡନୀ କ୍ରିକେଟ୍‌ ଗ୍ରାଉଣ୍ଡରେ ଗୁରୁବାର ଠାରୁ ଆରମ୍ଭ ହୋଇଥିବା ଭାରତ- ଅଷ୍ଟ୍ରେଲିଆ ମଧ୍ୟରେ ଚତୁର୍ଥ ତଥା ଅନ୍ତିମ ଟେଷ୍ଟରେ ଦୃଢ଼ ସ୍ଥିତିରେ ରହିଛି ଭାରତ । ଚତୁର୍ଥ ତଥା ଅନ୍ତିମ ଟେଷ୍ଟର ଦ୍ବିତୀୟ ଦିନ ଖେଳ ଶେଷ ସୁଦ୍ଧା ଭାରତ ୬୨୨ ରନରେ ପ୍ରଥମ ପାଳି ଘୋଷଣା କରିଥିଲା।  ଚେତେଶ୍ୱର ପୂଜାରାଙ୍କ ୧୯୩ ରନ୍, ରିଷଭ୍ ପନ୍ଥଙ୍କ ଅପରାଜିତ ୧୫୯ ରନ ଓ ଜାଡ଼େଜାଙ୍କ ୮୧ ରନ୍ କୁ ଆଧାର କରି ଭାରତ ୭ ୱିକେଟ୍ ହରାଇ ୬୨୨ ରନ୍ ସଂଗ୍ରହ କରିଛି । ପୂଜାରା ୩୭୩ ବଲରୁ ୨୨ଟି ଚଉକା ବଳରେ ୧୯୩ ରନ୍ କରିଛନ୍ତି। ସେହିପରି ରିଷଭ୍ ପନ୍ଥ ୧୮୯ ବଲରୁ ଗୋଟିଏ ଛକା ଓ ୧୫ଟି ଚଉକା ବଳରେ ୧୫୯ ରନ୍ କରି ଅପରାଜିତ ରହିଥିଲେ ।   ଅନ୍ୟପଟେ ରବୀନ୍ଦ୍ର ଜାଡ଼େଜା ୧୧୪ ବଲରେ ୮୧ ରନର ଉପଯୋଗୀ ଇନିଂସ ଖେଳିଛନ୍ତି । ଜାଡ଼େଜା ଗୋଟିଏ ଛକା ଓ ୭ଟି ଚଉକା ମାରିଥିଲେ । ଅନ୍ୟପଟେ ଓପନିଂ ପାଇଁ ଆସିଥିବା ମୟଙ୍କ ଅଗ୍ରୱାଲ୍ ୧୧୨ ବଲରେ ୨ଟି ଛକା ଓ ୭ଟି ଚଉକା ସହ ୭୭ ରନର ଇନିଂସ ଖେଳିଥିଲେ । ଅଷ୍ଟ୍ରେଲିଆ ପକ୍ଷରୁ ନେଥନ ଲିଅନ ସର୍ବାଧିକ ୪ଟି ୱିକେଟ୍ ନେଇଥିବା ବେଳେ ଜୋଶ୍ ହେଜେଲ୍‌ଉଡ୍‌ ୨ଟି ଓ ମିଚେଲ ଷ୍ଟାର୍କ ଗୋଟିଏ ୱିକେଟ୍‌ ନେଇଥିଲେ। ଭାରତୀୟ ଦଳର ପାଳି ଘୋଷଣା ପରେ ଘରୋଇ ଅଷ୍ଟ୍ରେଲିଆ  ବ୍ୟାଟିଂ ଆରମ୍ଭ କରି ୧୦ ଓଭର ସୁଦ୍ଧା କୌଣସି ୱିକେଟ୍ ନହରାଇ ୨୪ ରନ୍ କରିଛି ।

 

Hot this week

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

ଏଏନ୍‌ଏମ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ବିଜେଡିର ସମାଲୋଚନା

ଭୁବନେଶ୍ବର : ଏଏନଏମ ପ୍ରଶ୍ନପତ୍ର ପ୍ରଘଟ ଓ ଶେଷ ମୁହୂର୍ତ୍ତରେ ଏହି...

Related Articles

Popular Categories