www.samajalive.in
Monday, December 15, 2025
24.1 C
Bhubaneswar

ରଥ ଉପରେ ମୋବାଇଲ ଫୋନ ବ୍ୟବହାରକାରୀ ସେବକଙ୍କ ବିରୋଧରେ ହେବ କାର୍ଯ୍ୟାନୁଷ୍ଠାନ

ପୁରୀ: ରଥ ଉପରେ ମୋବାଇଲ ଫୋନ ବ୍ୟବହାର କରିଥିବା ସେବକଙ୍କ ବିରୋଧରେ ହେବ କାର୍ଯ୍ୟାନୁଷ୍ଠାନ। ଶ୍ରୀ ଜଗନ୍ନାଥ ମନ୍ଦିର ପ୍ରଶାସନ କିଛି ସେବକଙ୍କୁ ଚିହ୍ନଟ କରିଛି। ସେମାନଙ୍କ ବିରୋଧରେ ଖୁବଶୀଘ୍ର ସିଂହଦ୍ୱାର ଥାନାରେ ଏତଲା ଦିଆଯିବ। କଟକଣା ଉଲଂଘନ କରିଥିବା ସବୁ ସେବକଙ୍କୁ ଚିହ୍ନଟ କରାଯିବା ପରେ କାର୍ଯାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମଙ୍ଗଳବାର ରାତିରେ ମନ୍ଦିର ପ୍ରଶାସନ ତରଫରୁ ପ୍ରେସ ବିଜ୍ଞପ୍ତିରେ ସୂଚନା ଦିଆଯାଇଛି। ଭିଡିଓ ଫୁଟେଜ ସମେତ ଡ୍ରୋନ ଦ୍ଵାରା ଉତ୍ତୋଳନ କରାଯାଇଥିବା ଶ୍ରୀଗୁଣ୍ଡିଚା ଏବଂ ବାହୁଡ଼ା ଯାତ୍ରା ଫୁଟେଜ ଯାଞ୍ଚ କରାଯାଉଛି। ଆଗାମୀ ୧୯ ତାରିଖ ଦିନ ପ୍ରଭୁ ଘୋଷଯାତ୍ରା ଶେଷ କରି ନୀଳାଦ୍ରି ବିଜେ କରିବା ପରେ ବିଶୃଙ୍ଖଳିତ ସେବକଙ୍କ ବିରୋଧରେ  କାର୍ଯ୍ୟାନୁଷ୍ଠାନ ହୋଇପାରେ ବୋଲି ସୂଚନା ମିଳିଛି।

Hot this week

ମାଲକାନଗିରିରେ ସ୍ଵାଭାବିକ ହେଲା ଇଣ୍ଟରନେଟ୍

ମାଲକାନଗିରି: ମାଲକାନଗିରିରେ ହିଂସାର ୮ ଦିନ ପରେ ସ୍ଵାଭାବିକ ହେଲା...

ବୈଜୟନ୍ତ ପଣ୍ଡାଙ୍କୁ ଆସାମ ନିର୍ବାଚନ ଦାୟିତ୍ଵ

ସମାଜ ଲାଇଭ ଡ଼େସ୍କ : କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡାଙ୍କୁ ପୁଣି...

କେନାଲ ଖୋଳକୁ ନେଇ ଉତ୍ତେଜନା: ପୁଲିସ ସହ ଧସ୍ତାଧସ୍ତି

ବ୍ରହ୍ମଗିରି: ବ୍ରହ୍ମଗିରି ହରିଦାସ ଗାଁରେ କେନାଲ ଖୋଳାକୁ ନେଇ ପ୍ରବଳ ଉତ୍ତେଜନା...

ନିଷ୍ପତ୍ତି ଉପରେ ଆଉ ଥରେ ବିଚାର କରିବା ଉଚିତ- ନରସିଂହ ମିଶ୍ର

ସମାଜ ଡିଜିଟାଲ ଡେସ୍କ: କଂଗ୍ରେସରୁ ବରିଷ୍ଠ ନେତା ମହମ୍ମଦ ମୋକିମଙ୍କୁ ବହିଷ୍କୃତ...

ମିଥ୍ୟା ପିନ୍ଧିଥାଏ ବସନ….

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାୟିତ୍ୱ ନେବା ପରଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ...

Related Articles

Popular Categories