www.samajalive.in
Friday, December 5, 2025
26.1 C
Bhubaneswar

ମଧ୍ୟାହ୍ନ ୧୨ଟା ମୁଖ୍ୟ ଖବର

ଆଜି ରଥରେ ଶ୍ରୀଜୀଉଙ୍କ ସୁନାବେଶ..

ଚଳଚଞ୍ଚଳ ବଡଦାଣ୍ଡ, ମହଣ ମହଣ ସୁନା ଅଳଙ୍କାରରେ ବିଭୂଷିତ ହେବେ ମହାପ୍ରଭୁ..

- Advertisement -

ସନ୍ଧ୍ୟା ୫ଟାରୁ ୭ଟା ମଧ୍ୟରେ ହେବ ସୁନାବେଶ..

ରାତି ୧୧ଟା ଯାଏଁ ଦୁର୍ଲଭ ବେଶ ଦର୍ଶନ କରିବାର ମିଳିବ ସୁଯୋଗ..

ପ୍ରାୟ ୧୫ ଲକ୍ଷ ଭକ୍ତଙ୍କ ସମାଗମକୁ ଦୃଷ୍ଟିରେ ରଖି ସୁରକ୍ଷା ବ୍ୟବସ୍ଥା କଡାକଡି..

ବାଂଲାଦେଶରେ ହିଂସା : ୫ ମୃତ, ୧୨ରୁ ଅଧିକ ଆହତ, ସରକାରୀ ନିଯୁକ୍ତି ସଂରକ୍ଷଣକୁ ନେଇ ହିଂସାକାଣ୍ଡ..

ପଶ୍ଚିମବଙ୍ଗ ହଳଦିଆ ଅଞ୍ଚଳରେ ଅଘଟଣ: ୫ ଦିନ ପରେ ମଝି ସମୁଦ୍ରରୁ ଉଦ୍ଧାର ହେଲେ ମତ୍ସ୍ୟଜୀବୀ..

ଏବେ ବି ଅଛି ଜିଓର ଏହି ଶସ୍ତା ପ୍ଲାନ୍‌; ଦାମ୍‌ ମାତ୍ର ଏତିକି, ଦିନକୁ ମିଳିବ ଏତିକି ଡାଟା..

ସୁନାବେଶ ଲାଗି ପୁରୀରେ ସ୍ଵତନ୍ତ୍ର ଟ୍ରାଫିକ୍ ବ୍ୟବସ୍ଥା ; ଭୁବନେଶ୍ଵର ପଟୁ ଆସୁଥିବା ଟୁରିଷ୍ଟ ବସ୍ ମାଳତିପାଟପୁର ଏବଂ ତାଳବଣିଆରେ ରହିବ..

ଦୁଇ ଚକିଆ ଯାନ ପାଇଁ ଜଗନ୍ନାଥବଲ୍ଲଭ, ଜେଲ ରୋଡ୍ ଏବଂ ମାଟିତୋଟାରେ ପାର୍କିଂ ବ୍ୟବସ୍ଥା , ଭିଡ ନିୟନ୍ତ୍ରଣ ପାଇଁ ପ୍ରଶାସନର ବ୍ୟାପକ ଆୟୋଜନ, ସୁରକ୍ଷା ଦାୟିତ୍ଵରେ ୧୯୦ ପ୍ଲାଟୁନ୍ ଫୋର୍ସ..

ଚରମ ସୀମାରେ କଟକ ବଡ ଡାକ୍ତରଖାନା ହାଉସ୍ ସର୍ଜନ ଏବଂ ନର୍ସିଂ ସଂଘ ବିବାଦ, ଅଧିକ୍ଷକଙ୍କ ହସ୍ତକ୍ଷେପ ପରେ ବି ହୋଇପାରିଲାନି ସମାଧାନ..

ଆଜିଠୁ କାର୍ଯ୍ୟବନ୍ଦ ଡାକରା ଦେଇଛି ହାଉସ୍ ସର୍ଜନ ସଂଘ, ନର୍ସିଂ ସଂଘ ବି ଦେଇଛନ୍ତି ଧାରଣା..

ଜୁଲାଇରୁ ୪ ମାସ ପର୍ଯ୍ୟନ୍ତ ଏସବୁ ରାଶିଙ୍କ ଚମକିବ ଭାଗ୍ୟ: ମିଳିବ ଧନ,ବଢିବ ଦରମା..

ପରସ୍ପରକୁ ର୍ଦୁବ୍ୟବହାର କରିଥିବା ଅଭିଯୋଗ, ରୋଗୀ ସେବା ବାଧାପ୍ରାପ୍ତ..

ଆହୁରି ସପ୍ତାହେ ଯାଏଁ ବର୍ଷାରେ ଭିଜିବ ଓଡିଶା: ୧୯ ତାରିଖରେ ଆସୁଛି ଆଉ ଏକ ଲଘୁଚାପ, ପ୍ରବଳ ବର୍ଷା ନେଇ ଆଜି ପାଇଁ ୬ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ..

୧୯ରେ କିଛି ଜିଲ୍ଲାରେ ବଢିବ ବର୍ଷାର ପରିମାଣ..

କୋରାପୁଟ , ନବରଙ୍ଗପୁର, କଳାହାଣ୍ଡି , କନ୍ଧମାଳ ଏବଂ ଗଞ୍ଜାମ ଜିଲ୍ଲା ପ୍ରବଳ ବର୍ଷା ସମ୍ଭାବନା..

ଆଜି ତ୍ୟାଗ ଓ ବଳିଦାନର ପର୍ବ ମହରମ୍ : ବିଭିନ୍ନ ସ୍ଥାନରେ ତାଜିଆ ଶୋଭାଯାତ୍ରା, ରାଜଧାନୀ ଦିଲ୍ଲୀରେ ସଜେଇ ହୋଇଛି ଜାମା ମସଜିଦ୍..

ଶାନ୍ତି ଶୃଙ୍ଖଳାର ସହ ପର୍ବ ପାଳନ ଲାଗି କଡା ସୁରକ୍ଷା ବ୍ୟବସ୍ଥା, ତାଜିଆ ଶୋଭାଯାତ୍ରାରେ ଶହ ଶହ ଶ୍ରଦ୍ଧାଳୁ ସାମିଲ, ମହରମ୍ ପୂର୍ବରୁ ସମ୍ବଲପୁର ଓ ଭଦ୍ରକରେ ପୁଲିସ୍ ର ଫ୍ଲାଗ୍‌ମାର୍ଚ..

ସୋର: ତଣ୍ଟି ଚିପି ମାକୁ ପୁଅ ହତ୍ୟା କରିଥିବା ଅଭିଯୋଗ..

ସିମୁଳିଆ ଥାନା ତାଳପଦା ଗାଁରେ ଅଭାବନୀୟ ଘଟଣା..

ଖାଇବା ପିଇବାକୁ ନେଇ ଝଗଡା ପରେ ତଣ୍ଟି ଚିପିଦେଲା ପୁଅ..

ବୋହୂର ଅଭିଯୋଗ ପରେ ପୁଅକୁ ଅଟକ ରଖିଲା ପୁଲିସ..

ଆସନ୍ତା ୨୦ ତାରିଖରେ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିବ ବିଜେଡି ବିଧାୟକ ଦଳ ବୈଠକ..

ବିଧାନସଭା ପାଇଁ ପ୍ରସ୍ତୁତ ହେବ ରଣନୀତି..

ଭୁବନେଶ୍ଵର: ଏଏସଓଙ୍କୁ ମାଡ଼ ଘଟଣାରେ ରାଜ୍ୟପାଳଙ୍କ ପୁଅଙ୍କୁ ଗିରଫ ଦାବି କଲେ ବରିଷ୍ଠ ନେତା ସୁର ରାଉତରାୟ..

ମାଡ଼ ଖାଇଥିବା ଅଧିକାରୀଙ୍କୁ ବଦଳି କରିବା କି ପ୍ରକାର ନ୍ୟାୟ ବୋଲି ପ୍ରଶ୍ନ କଲେ ସୁର..

ବାଲେଶ୍ୱର ଜିଲ୍ଲା ସୋର ବ୍ଲକ କେଶରୀପୁର ପଂଚାୟତ ଜାମପଦା ଗାଁରେ ଭାଲୁ ଆତଙ୍କ..

ରାତିରେ ବିଲକୁ ଚାଷ କାମ ଦେଖିବାକୁ ଯାଇଥିବାବେଳେ ଭାଲୁ ଆକ୍ରମଣର ଶିକାର ହେଲେ ସମା ସିଂ ..

ଗୁରୁତର ଅବସ୍ଥାରେ ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି..

Hot this week

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

ପୁଟିନଙ୍କ ସହ ସାନ୍ଧ୍ୟ ଭୋଜନ: ରାହୁଲ, ଖଡଗେ ନୁହଁନ୍ତି, ଥରୁରଙ୍କୁ ମିଳିଲା ନିମନ୍ତ୍ରଣ

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଭାରତ ଗସ୍ତର ଶୁକ୍ରବାର...

ମାସ୍କାସାରୁ ଜଙ୍ଗଲରେ ପୁଲିସ-ମାଓବାଦୀ ଗୁଳିବିନିମୟ

ସମାଜଲାଇଭ ଡେସ୍କ: କନ୍ଧମାଳ ଜିଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ମାସ୍କାସାରୁ ଜଙ୍ଗଲରେ...

ବାରବାଟୀରେ ଟିକେଟ ବ୍ଲାକ !

କଟକ :ବାରବାଟୀ ମ୍ୟାଚ ଲାଗି ଅଫଲାଇନ ଟିକେଟ ବିକ୍ରି । ସୋସିଆଲ...

Related Articles

Popular Categories