ପୁରୀ: ରଥ ଉପରେ ମୋବାଇଲ ଫୋନ ବ୍ୟବହାର କରିଥିବା ସେବକଙ୍କ ବିରୋଧରେ ହେବ କାର୍ଯ୍ୟାନୁଷ୍ଠାନ। ଶ୍ରୀ ଜଗନ୍ନାଥ ମନ୍ଦିର ପ୍ରଶାସନ କିଛି ସେବକଙ୍କୁ ଚିହ୍ନଟ କରିଛି। ସେମାନଙ୍କ ବିରୋଧରେ ଖୁବଶୀଘ୍ର ସିଂହଦ୍ୱାର ଥାନାରେ ଏତଲା ଦିଆଯିବ। କଟକଣା ଉଲଂଘନ କରିଥିବା ସବୁ ସେବକଙ୍କୁ ଚିହ୍ନଟ କରାଯିବା ପରେ କାର୍ଯାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମଙ୍ଗଳବାର ରାତିରେ ମନ୍ଦିର ପ୍ରଶାସନ ତରଫରୁ ପ୍ରେସ ବିଜ୍ଞପ୍ତିରେ ସୂଚନା ଦିଆଯାଇଛି। ଭିଡିଓ ଫୁଟେଜ ସମେତ ଡ୍ରୋନ ଦ୍ଵାରା ଉତ୍ତୋଳନ କରାଯାଇଥିବା ଶ୍ରୀଗୁଣ୍ଡିଚା ଏବଂ ବାହୁଡ଼ା ଯାତ୍ରା ଫୁଟେଜ ଯାଞ୍ଚ କରାଯାଉଛି। ଆଗାମୀ ୧୯ ତାରିଖ ଦିନ ପ୍ରଭୁ ଘୋଷଯାତ୍ରା ଶେଷ କରି ନୀଳାଦ୍ରି ବିଜେ କରିବା ପରେ ବିଶୃଙ୍ଖଳିତ ସେବକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହୋଇପାରେ ବୋଲି ସୂଚନା ମିଳିଛି।
Popular Categories



