www.samajalive.in
Friday, December 5, 2025
20.1 C
Bhubaneswar

ଜୁଲାଇରୁ ୪ ମାସ ପର୍ଯ୍ୟନ୍ତ ଏସବୁ ରାଶିଙ୍କ ଚମକିବ ଭାଗ୍ୟ: ମିଳିବ ଧନ,ବଢିବ ଦରମା..

ଦେବଶୟନ ଏକାଦଶୀରୁ ଭଗବାନ ୪ ମାସ ପାଇଁ କ୍ଷୀର ସାଗରରେ ଶୟନ କରିବେ । ମାତ୍ର ଏହି ସମୟରେ କିଛି ରାଶି ବ୍ୟକ୍ତି ବିଶେଷଙ୍କ ଭାଗ୍ୟ ବଦଳିଯିବ । ୧୭ ଜୁଲାଇ ୨୦୨୪ରୁ ୧୨ ନଭେମ୍ବର ୨୦୨୪ ମଧ୍ୟରେ ଏହି ରାଶି ବ୍ୟକ୍ତି ବିଶେଷଙ୍କ ଭାଗ୍ୟ ସୁନା ଭଳି ଚମକିବ ।

ଏହି ୪ ମାସରେ ଅନେକ ମହତ୍ତ୍ୱପୂର୍ଣ୍ଣ ଗ୍ରହ ଚଳନ କରିବେ । ଫଳରେ ଅନେକ ଶୁଭ ଯୋଗ ସୃଷ୍ଟି ହେବ । ଏହି ଶୁଭ ଯୋଗ ଫଳରେ ୫ ରାଶି ବ୍ୟକ୍ତି ବିଶେଷଙ୍କୁ କର୍ମକ୍ଷେତ୍ରରେ ଉନ୍ନତି, ଧନ-ସମ୍ପତ୍ତି, ପଦ-ପ୍ରତିଷ୍ଠା ଓ ସମ୍ପର୍କ ମଜଭୁତ ହେବ ।

- Advertisement -

ବୃଷ – ଏହି ରାଶି ବ୍ୟକ୍ତି ବିଶେଷଙ୍କର ଶୁଭ ଦିନର ଆରମ୍ଭ ହେବ । ପୁରୁଣା ସମସ୍ୟା ଦୂର ହେବ । ଅବିବାହିତ ଯୁବକ ଯୁବତୀଙ୍କ ବିବାହ ସ୍ଥିର ହେବ । ମନ ପସନ୍ଦର ଚାକିରି ମିଳିବ ।

ମିଥୁନ – ଏହି ରାଶି ବ୍ୟକ୍ତି ବିଶେଷଙ୍କୁ ଅନେକ ଉତ୍ସରୁ ଧନ ମିଳିବ । ଆର୍ଥିକ ସ୍ଥିତି ମଜଭୁତ ହେବ । ଘରେ ଓ ପରିବାରରେ ମାଙ୍ଗଳିକ କାର୍ଯ୍ୟ ସମ୍ପନ୍ନ ହେବ । ସମ୍ପର୍କରେ ମଧୁରତା ରହିବ । କର୍ମକ୍ଷେତ୍ରରେ ଉନ୍ନତି ହେବ । ବିଦ୍ୟାର୍ଥୀଙ୍କ ପାଇଁ ଉତ୍ତମ ସମୟ ରହିଛି ।

ହୃଦଘାତରୁ ରକ୍ଷା ପାଇବାର ଉପାୟ; ନିୟମିତ କେତେ ଶିଢି ଚଢିଲେ ହେବନି ହୃଦଘାତ!

କର୍କଟ –ଆୟରେ ବୃଦ୍ଧି ହେବ । ଧନ ସମ୍ପତ୍ତି ବୃଦ୍ଧି ହେବ । ଜୀବନରେ ଗୋଟିଏ ପରେ ଗୋଟିଏ ଖୁସି ଆସିବ । ଅଟକି ଥିବା କାର୍ଯ୍ୟରେ ସଫଳତା ମିଳିବ । ସଫଳତା ମିଳିବା ଦ୍ୱାରା ଆଶ୍ୱସ୍ତି ଅନୁଭବ ହେବ ।

କନ୍ୟା – ହଠାତ୍‌ ଧନ ଲାଭ ହେବ । ସଫଳତା ମିଳିବ । ଚାକିରି କରୁଥିବା ବ୍ୟକ୍ତି ବିଶେଷ ଲାଭବାନ୍‌ ହେବେ । ମାନ-ସମ୍ମାନ ବୃଦ୍ଧି ହେବ ।

କୁମ୍ଭ- ଦୀର୍ଘ ଦିନରୁ ଲାଗି ରହିଥିବା ସମସ୍ୟା ଦୂର ହେବ । ପୁରୁଣା ନିବେଶରୁ ଲାଭ ପାଇବେ । ନୂଆ ସୁଯୋଗ ମିଳିବ । ବ୍ୟବସାୟ ବୃଦ୍ଧି ହେବ । ଆର୍ଥିକ ସ୍ଥିତି ମଜଭୁତ ହେବ ।

 

Hot this week

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

ପୁଟିନଙ୍କ ସହ ସାନ୍ଧ୍ୟ ଭୋଜନ: ରାହୁଲ, ଖଡଗେ ନୁହଁନ୍ତି, ଥରୁରଙ୍କୁ ମିଳିଲା ନିମନ୍ତ୍ରଣ

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଭାରତ ଗସ୍ତର ଶୁକ୍ରବାର...

Related Articles

Popular Categories