ହୃଦଘାତରୁ ରକ୍ଷା ପାଇବାର ଉପାୟ; ନିୟମିତ କେତେ ଶିଢି ଚଢିଲେ ହେବନି ହୃଦଘାତ!
ଶାରିରୀକ ରୂପରେ ସକ୍ରିୟ ରହିବା ପାଇଁ ସୁସ୍ଥ ରହିବା ନିତାନ୍ତ ଜରୁରୀ । ଏଥିରେ କେବଳ ବ୍ୟାୟାମ, ଯୋଗ ସାମିଲ ନୁହେଁ ବରଂ ଦୈନନ୍ଦିନ ଜୀବନରେ କରୁଥିବା ଛୋଟ ଛୋଟ କାର୍ଯ୍ୟ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ । ସେଭଳି ଅଭ୍ୟାସ ମଧ୍ୟରୁ ଗୋଟିଏ ହେଉଛି ଶିଢି ଚଢିବା ।
ଆଜ୍ଞା ହଁ କଥାଟା କାନକୁ ଭିନ୍ନ ଲାଗିଲେ ମଧ୍ୟ ସତ । ଶିଢି ଚଢିବା ଦ୍ୱାରା କେବଳ ମାଂସପେଶୀ ମଜଭୁତ ହୁଏ ନାହିଁ ବରଂ ହୃଦୟ ଜନିତ ରୋଗ ହେବାର ସମ୍ଭାବନା ଖୁବ୍ କମ୍ ଥାଏ । ବିଶେଷ କରି ହୃଦଘାତର । ମାତ୍ର ପ୍ରଶ୍ନ ଆସେ ଯେ ନିୟମିତ କେତେ ଶିଢି ଚଢିବା ଦ୍ୱାରା ହୃଦୟ ସୁସ୍ଥ ରହିଥାଏ ।
ଜୁଲାଇରେ ଏହି ୫ ରାଶିଙ୍କ ଭାଗ୍ୟ ବଦଳାଇବେ ସୂର୍ଯ୍ୟ: ଧନ ଠାରୁ ଆରମ୍ଭ କରି ଚାକିରି ସବୁଥିରେ ମିଳିବ ସଫଳତା..
ପ୍ରତ୍ୟେକ ଦିନ ୫୦ଶିଢି ଚଢିବା ଦ୍ୱାରା ହୃଦୟ ଜନିତ ରୋଗ ହେବାର ସମ୍ଭାବନା କମ୍ ଥାଏ । ଅନ୍ୟ ମାନଙ୍କ ତୁଳନାରେ ଶିଢି ଚଢୁଥିବା ବ୍ୟକ୍ତି ବିଶେଷଙ୍କର ହୃଦୟ ଜନିତ ରୋଗ ହେବାର ସମ୍ଭାବନା ୨୦ ପ୍ରତିଶତ କମ୍ ଥାଏ । ଏକ ଅଧ୍ୟୟନ ଅନୁଯାୟୀ ଏହାର ସ୍ପଷ୍ଟତା ମିଳିଛି ଯେ ଯଦି ପ୍ରାତଃ ଭ୍ରମଣ କିମ୍ବା ସନ୍ଧ୍ୟା ଭ୍ରମଣ କରିବାକୁ ସମୟ ଅଭାବ ରହିଛି, ତେବେ ଚିନ୍ତିତ ହେବାର ଆବଶ୍ୟକତା ନାହିଁ । ଆପଣ ସହଜ ଉପାୟରେ ହୃଦୟର ଯତ୍ନ ନେଇ ପାରିବେ ।
ଅଧ୍ୟୟନରୁ ଜଣାପଡିଛି, ଶିଢି ଚଢିବା ଦ୍ୱାରା ଶରୀରରେ ଏଚଡିଏଲର ସ୍ତର ବୃଦ୍ଧି ପାଇଥାଏ । ଯାହାକୁ ଉତ୍ତମ କୋଲେଷ୍ଟେରୋଲ୍ ବୋଲି କୁହାଯାଏ । ସେହିପରି ଏଲଡିଏଲର ସ୍ତର ଯାହାକୁ ଖରାପ କୋଲେଷ୍ଟେରୋଲ୍ କୁହାଯାଏ, ଏହା ହ୍ରାସ ହୋଇଥାଏ । ଫଳରେ ରକ୍ତ ଜମାଟ ବାନ୍ଧି ନଥାଏ । ଏହାସହ ହୃଦଘାତ ଜନିତ ରୋଗ ହେବାର ସମ୍ଭାବନା ଖୁବ୍ କମ୍ ଥାଏ ।
ଲିଫ୍ଟ ବଦଳରେ ଶିଢିର ବ୍ୟବହାର କରିବା ଦ୍ୱାରା ହୃଦୟ ସୁସ୍ଥ ରହିବା ସହ ମୋଟାପଣ କମ୍ ହେବାରେ ମଧ୍ୟ ସହାୟକ ହୋଇଥାଏ । ହାଡ ମଧ୍ୟ ମଜଭୁତ ହୋଇଥାଏ ।
ବିଶେଷଜ୍ଞଙ୍କ ମତରେ କେବଳ ଶିଢି ଚଢିବା ନୁହେଁ ହୃଦୟକୁ ସୁସ୍ଥ ରଖିବା ପାଇଁ ସନ୍ତୁଳିତ ଆହାର, ପର୍ଯ୍ୟାପ୍ତ ନିଦ, ଚିନ୍ତା ମୁକ୍ତ ରହିବା ନିତାନ୍ତ ଜରୁରୀ । ଏହାସହ ନିଶା ଜିନିଷର ସେବନ କରିବା ମଧ୍ୟ ଉଚିତ୍ ନୁହେଁ ।
ଦେଖନ୍ତୁ ଭିଡିଓ; ବ୍ୟାଗ୍ କିଣୁଥିଲେ ଯୁବତୀ, ପଶି ଆସିଲେ ୨ ଷଣ୍ଢ, ଆଉ ତା’ପରେ..
Comments are closed.