www.samajalive.in
Monday, December 15, 2025
26.1 C
Bhubaneswar

ଅଜିତ ପାଓ୍ବାରଙ୍କୁ ଝଟ୍‌କା, ଏନସିପି ଛାଡ଼ିଲେ ୪ ବରିଷ୍ଠ ନେତା

ସମାଜ ଡିଜିଟାଲ ଡେସ୍କ: ମହାରାଷ୍ଟ୍ରରେ ଜାତୀୟତା କଂଗ୍ରେସ ପାର୍ଟି(ଏନସିପି)ରୁ ୪ ବରିଷ୍ଠ ନେତା ଇସ୍ତଫା ଦେଇଛନ୍ତି। ଗତ ଲୋକସଭା ନିର୍ବାଚନରେ ଦଳର ନିରାଶଜନକ ପ୍ରଦର୍ଶନ ପରେ ଦଳର ମୁଖ୍ୟ ଅଜିତ ପାଓ୍ବାରଙ୍କ କାର୍ଯ୍ୟରେ ଅସନ୍ତୁଷ୍ଠ ହୋଇ ଏହି ନେତାମାନେ ଇସ୍ତଫା ଦେଇଥିବା ଜଣାପଡ଼ିଛି। ସେମାନେ ହେଲେ ପିମ୍ପରି-ଚିଞ୍ଚଓ୍ବାଡ ଶାଖା ମୁଖ୍ୟ ଅଜିତ ଗଭାନେ, ଛାତ୍ର ନେତା ୟଶ ସାଣେ, ପୂର୍ବତନ କର୍ପୋରେଟର ରାହୁଲ ଭୋଶଲେ ଏବଂ ପକଞ୍ଜ ଭାଲେକାର। ଏମାନେ ସମସ୍ତେ ଏବେ ଶରଦ ପାଓ୍ବାରଙ୍କ ଗୋଷ୍ଠୀକୁ ଫେରିବା ନେଇ ସୂଚନା ମିଳିଛି। ତେବେ ଆଗାମୀ ଦିନରେ ମହାରାଷ୍ଟ୍ରରେ ବିଧାନସଭା ନିର୍ବାଚନ ହେବାକୁ ଥିବାବେଳେ ଏହା ପୂର୍ବରୁ ୪ ବରିଷ୍ଠ ନେତା ଏନସିପି ଛାଡ଼ିବା ପରେ ଅଜିତଙ୍କ ନେତୃତ୍ଵାଧୀନ ଏନସିପିକୁ ଶକ୍ତ ଝଟ୍‌କା ମିଳିଛି ବୋଲି କୁହାଯାଉଛି।

ଗତ ଲୋକସଭା ନିର୍ବାଚନରେ ଅଜିତଙ୍କ ଏନସିପି ମାତ୍ର ଗୋଟିଏ ଆସନରେ ବିଜୟୀ ହୋଇଥିଲା। କିନ୍ତୁ ଶରଦ ପାଓ୍ବାରଙ୍କ ନେତୃତ୍ଵାଧୀନ ଏନସିପି-ଏସସିପି ୧୦ ଆସନରେ ପ୍ରାର୍ଥୀ ଦେଇଥିବାବେଳେ ୮ ଆସନରେ ଜିତିଥିଲା। ସୂଚନାଯୋଗ୍ୟ, ଅଜିତ ପାଓ୍ବାର ଏବଂ ତାଙ୍କ ଦାଦା ଶରଦ ପାଓ୍ବାରଙ୍କ ମଧ୍ୟରେ ମତଭେଦ ଯୋଗୁ ଏନସିପି ଭାଙ୍ଗି ଦୁଇଟି ଦଳରେ ପରିଣତ ହୋଇଛି। କୋର୍ଟଙ୍କ ଆଦେଶକ୍ରମେ ମୂଳ ଏନସିପି ଅଜିତଙ୍କ ଅକ୍ତିଆରରେ ଥିବାବେଳେ ଶରଦ ପାଓ୍ବାର ଏନସିପି-ଏସସିପି ଦଳ ଗଠନ କରିଛନ୍ତି।

Hot this week

ମୋକିମଙ୍କୁ ବହିଷ୍କାର ଘଟଣାକୁ ନେଇ ମୁହଁ ଖୋଲିଛନ୍ତି : ନିରଞ୍ଜନ

ସମାଜ ଡିଜିଟାଲ ଡେସ୍କ: ବରିଷ୍ଠ ନେତା ମହମ୍ମଦ ମୋକିମଙ୍କୁ କଂଗ୍ରେସ ପ୍ରାଥମିକ...

୪୮ ଘଣ୍ଟାରେ ୨୦୧ କିମି ଚାଲି ରେକର୍ଡ କଲେ ଓଡ଼ିଆ ପୁଅ ସୁମିତ

ସମାଜଲାଇଭ ଡେସ୍କ: ଦୃଢ଼ ସଙ୍କଳ୍ପ ଏବଂ ଇଚ୍ଛାଶକ୍ତି ମଣିଷକୁ ସଫଳତାର ମାର୍ଗ...

ଦାୟିତ୍ଵ ନେଲେ ନିତିନ

ସମାଜଲାଇଭ ଡେସ୍କ: ବିଜେପିର ରାଷ୍ଟ୍ରୀୟ କାର୍ଯ୍ୟକାରୀ ସଭାପତି ଭାବେ ସୋମବାର ଦାୟିତ୍ଵ...

ଜୋର୍ଡାନରେ ପ୍ରଧାନମନ୍ତ୍ରୀ ମୋଦୀ

ସମାଜଲାଇଭ ଡେସ୍କ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତ୍ରିରାଷ୍ଟ୍ରୀୟ ଗସ୍ତରେ ଯାଇ ସୋମବାର...

କେନାଲକୁ ନେଇ ଉତ୍ତେଜନା: ପ୍ରଶାସନ-ଗ୍ରାମବାସୀ ମୁହାଁମୁହିଁ, ୫୦ ଅଟକ

ସମାଜଲାଇଭ ଡେସ୍କ: ପୁରୀ ଜିଲା ବ୍ରହ୍ମଗିରି ଥାନା ଅନ୍ତର୍ଗତ ଚଉଦ ମଉଜା...

Related Articles

Popular Categories