୨ ଦିନ ଡାଏଟରେ ଶରୀରରେ ହେବ ଆଶ୍ଚର୍ଯ୍ୟଜନକ ଚମତ୍କାର; ଦୂର ହେବ ମୋଟାପଣ ଓ ମଧୁମେହ

ବୈଜ୍ଞାନିକମାନେ ବି କରିଛନ୍ତି ସ୍ୱୀକାର

ସମାଜ ଡିଜିଟାଲ ଡେସ୍କ: ଆଜିର ସମୟରେ ମଧୁମେହ ବଡ ରୋଗ ଭାବେ ଉଭା ହୋଇଛି । ଏହି ରୋଗରେ ପୀଡିତ ହେବା ମାତ୍ରେ ପ୍ରତ୍ୟେକ ଦିନ ଔଷଧ ସେବନ କରିବା ଜରୁରୀ ହୋଇଥାଏ । ହେଲେ ଏକ ଅନୁସନ୍ଧାନରୁ ଜଣାପଡିଛି ଯେ ମଧୁମେହ ଔଷଧ ଅପେକ୍ଷା ୫:୨ର ଡାଏଟ୍‍ ଅଧିକ ଆଶ୍ଚର୍ଯ୍ୟଜନକ କାର୍ଯ୍ୟ କରିଥାଏ । ଏହି ଡାଏଟ୍‍ କୁ ପ୍ରସ୍ତୁତ କରିଥିବା ପ୍ରସିଦ୍ଧ ମଧୁମେହ ବିଶେଷଜ୍ଞ ଡକ୍ଟର ମାଇକେଲ ମେହଲେ ଦାବି କରିଛନ୍ତି । ଆପଣ ଦ୍ୱନ୍ଦ୍ୱରେ ପଡିବା ପୂର୍ବରୁ ଆମେ ଆପଣଙ୍କୁ କହି ରଖୁଛୁ ଯେ ୫:୨ଡାଏଟ୍‍ ର ଅର୍ଥ ହେଉଛି ଆପଣ ସପ୍ତାହରେ ୫ଦିନ ଏକ ସନ୍ତୁଳିତ ଖାଦ୍ୟ ଗ୍ରହଣ କରନ୍ତୁ ଏବଂ ଦୁଇ ଦିନ ଉପବାସ କରନ୍ତୁ । ଏପରି ଡାଏଟକୁ ଆପଣାଇଛନ୍ତି ବ୍ରିଟେନର ପୂର୍ବତନ ପ୍ରଧାନମନ୍ତ୍ରୀ ରୁଷି ସୁନକ ଏବଂ ରାଜନେତା ଜର୍ଜ ଔସବୋର୍ନ ।
ବେଜିଂର ଏକ ହସ୍ପିଟାଲରେ ଅନୁସନ୍ଧାନକାରୀମାନେ ଏକ ନୂତନ ଅଧ୍ୟୟନ କରିଛନ୍ତି । ଏଥିରେ ଜଣାପଡିଛି ଯେ ଟାଇପ୍‍-୨ ମଧୁମେହ ରୋଗୀମାନେ ୫:୨ ଡାଏଟ୍‍ ଅନୁସରଣ କରିଥିଲେ । ସେମାନେ ମଧୁମେହ ଔଷଧ ଅପେକ୍ଷା ଏହି ପଦ୍ଧତି ଦ୍ୱାରା ବେଶି ଉପକୃତ ହୋଇଛନ୍ତି । ସେମାନଙ୍କ ଶରୀରରେ କେବଳ ରକ୍ତରେ ଶର୍କରାର ପରିମାଣ କମିବା ସହ ଓଜନ ମଧ୍ୟ କମିଥିଲା । ଏହି ପରୀକ୍ଷଣ ୪୦୦ଜଣଙ୍କୁ ନେଇ କରାଯାଇଥିଲା । ତିନୋଟି ଦଳରେ ଭାଗ କରାଯାଇ ପରୀକ୍ଷା ହୋଇଥିଲା । ପ୍ରଥମ ଓ ଦ୍ୱିତୀୟ ଗ୍ରୁପରେ ମଧୁମେହ ଔଷଧ ଦିଆଯାଇଥିବା ବେଳେ ତୃତୀୟ ଦଳକୁ ୫:୨ ପଦ୍ଧତି ଆପଣାଇବାକୁ କୁହାଯାଇଥିଲା । ତୃତୀୟ ଦଳର ଲୋକଙ୍କୁ ୫ଦିନ ସନ୍ତୁଳିତ ଖାଦ୍ୟ ଏବଂ ଦୁଇ ଦିନ ଉପବାସ କରିବାକୁ ପରାମର୍ଶ ଦିଆଯାଇଥିଲା । ଏହାର ଫଳାଫଳ ଆଶ୍ଚର୍ଯ୍ୟଜନକ ହୋଇଥିଲା ।

ବିବାହରେ ଆସୁଛି କି ବାଧା; ଗୁପ୍ତ ନବରାତ୍ରୀରେ କରନ୍ତୁ ହଳଦୀରେ ୩ଟି ଉପଚାର, ଶୀଘ୍ର ବାଜିବ ସାହାନାଇ

ଯେଉଁମାନେ ୫:୨ ପଦ୍ଧତି ଅନୁସରଣ କରିଥିଲେ ସେମାନଙ୍କଠାରେ ରକ୍ତରେ ଶର୍କରା ମାତ୍ରା ଯଥେଷ୍ଟ କମିଯାଇଥିଲା । ଏହି ସମୟରେ ଲୋକଙ୍କ ଓଜନ ୯.୭କିଲୋଗ୍ରାମ ହ୍ରାସ ପାଇଥିଲା । ଅନୁସନ୍ଧାନକାରୀମାନେ ଏହା ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ସେମାନେ କହିଛନ୍ତି ଯେ ମଧୁମେହ ରୋଗୀଙ୍କ ଜୀବନଶୈଳୀରେ ଉନ୍ନତି ଆଣିବା ପାଇଁ ୫:୨ ହେଉଛି ପ୍ରଥମ ହସ୍ତକ୍ଷେପ । ଏପରି ପରିସ୍ଥିତିରେ ଯଦି କେହି ଆଣ୍ଟିଡାଏବେଟିକ୍‍ ଔଷଧ ଖାଉଛନ୍ତି ତେବେ ଏହା ତାଙ୍କ ପାଇଁ ଅତ୍ୟନ୍ତ ମୂଲ୍ୟବାନ ଚିକିତ୍ସା ହୋଇପାରିବ । ଏପରି କରିବା ଦ୍ୱାରା ଶରୀରରେ ସେମାନେ ଶର୍କରା ଭାଗ ସହଜରେ ପରିଚାଳନା କରିପାରିବେ ।
ତେବେ ଭାରତରେ ଲୋକମାନେ ଅନେକ ସମୟରେ ପୂଜା ପାଠ କରି ଉପବାସ କରିଥାନ୍ତି । କିନ୍ତୁ ଯଦି ଆପଣ ସପ୍ତାହକରେ ୫ଦିନ ସନ୍ତୁଳିତ ଖାଦ୍ୟ ଖାଇବା ସହିତ ଦୁଇ ଦିନ ଉପବାସ କରନ୍ତି ତେବେ ମଧୁମେହ ଭଳି ମାରାତ୍ମକ ରୋଗକୁ ସହଜରେ ନିୟନ୍ତ୍ରଣ କରିପାରିବେ ।

Comments are closed.