ବିବାହରେ ଆସୁଛି କି ବାଧା; ଗୁପ୍ତ ନବରାତ୍ରୀରେ କରନ୍ତୁ ହଳଦୀରେ ୩ଟି ଉପଚାର, ଶୀଘ୍ର ବାଜିବ ସାହାନାଇ
ସମାଜ ଡିଜିଟାଲ ଡେସ୍କ: ଛୋଟରୁ ବଡ ସବୁ ସମସ୍ୟାର ସମାଧାନ ପାଇଁ ସନାତନ ଧର୍ମରେ ପ୍ରତିକାର ରହିଛି । ଏହି ଉପାୟକୁ କିଛି ନିର୍ଦ୍ଦିଷ୍ଟ ଦିନରେ କରିବା ଦ୍ୱାରା ଫଳପ୍ରାପ୍ତ ହୋଇଥାଏ । ବର୍ତ୍ତମାନ ଗୁପ୍ତ ନବରାତ୍ର ଚାଲିଥିବାରୁ ଏହା ଅତ୍ୟନ୍ତ ଶୁଭଙ୍କର ପ୍ରତୀକ ଅଟେ । ବର୍ଷରେ ଚାରି ଥର ନବରାତ୍ର ପଡିଥାଏ । ଚୈତ୍ର ଓ ଶାରଦୀୟ ନବରାତ୍ର କଥା ସମସ୍ତେ ଜାଣିଥିବେ । ହେଲେ ଗୁପ୍ତ ନବରାତ୍ର ବିଷୟରେ ଖୁବ କମ ଲୋକ ଜାଣନ୍ତି । ଗୁପ୍ତ ନବରାତ୍ରୀ ବର୍ଷକୁ ଦୁଇ ଥର ପଡେ । ଏଥିରୁ ଗୋଟିଏ ମାଘ ମାସରେ ଓ ଅନ୍ୟଟି ଆଷାଢ ମାସରେ ପଡିଥାଏ । ଆଷାଢ ମାସରେ ଜୁଲାଇ ୬ରୁ ଗୁପ୍ତ ନବରାତ୍ରୀ ଆରମ୍ଭ ହୋଇଛି । ଯାହା ୧୫ ଜୁଲାଇ ପର୍ଯ୍ୟନ୍ତ ପାଳନ କରାଯିବ । ଏହି ସମୟରେ ଯେଉଁମାନଙ୍କ ବିବାହ କାର୍ଯ୍ୟରେ ବାଧା ଉପୁଜୁଛି, କିମ୍ବା ବିଳମ୍ବ ହେଉଛି ସେମାନେ ପୂଜା ପାଠ କରିବା ଦ୍ୱାରା ଶୁଭଫଳ ପ୍ରାପ୍ତି ହୋଇଥାଏ । ଜ୍ୟୋତିଷଙ୍କ ମତରେ ଯେଉଁମାନଙ୍କର ବିବାହରେ ବାଧା ଆସୁଛି ସେମାନେ ଗୁପ୍ତ ନବରାତ୍ରୀ ସମୟରେ ହଳଦୀରେ କିଛି ଉପଚାର କରିପାରିବେ ।
ମା ପାର୍ବତୀଙ୍କ ଚଢାନ୍ତୁ ହଳଦୀ
ଗୁପ୍ତ ନବରାତ୍ରୀ ସମୟରେ ମାତା ପାର୍ବତୀଙ୍କୁ ପୂଜା କରିବା ଦ୍ୱାରା ଶୁଭଫଳ ପ୍ରାପ୍ତି ହୋଇଥାଏ । ମାତା ପାର୍ବତୀଙ୍କୁ ସ୍ୱଭାଗ୍ୟର ଦେବି ଭାବରେ ବିବେଚନା କରାଯାଏ । ଦେବୀ ମାଙ୍କୁ ଏହି ଦିନରେ ହଳଦୀ ବହୁତ ଭଲ ଲାଗିଥାଏ । ଯଦି ଆପଣ ବିବାହ ପାଇଁ ଚିନ୍ତିତ ଅଛନ୍ତି ତେବେ ଏହି ନବରାତ୍ରୀ ସମୟରେ ମାଙ୍କ ନିକଟରେ ହଳଦୀ ଅର୍ପଣ କରନ୍ତୁ, ଶୀଘ୍ର ବିବାହ କାର୍ଯ୍ୟ ହେବ । ବିବାହରେ ଦେଖା ଦେଉଥିବା ବାଧା ସବୁ ଦୂର ହେବ ।
ହଳଦୀର ତିଳକ ଲଗାନ୍ତୁ
ହିନ୍ଦୁ ଧର୍ମରେ ତିଳକ ଲଗାଇବା ଅତ୍ୟନ୍ତ ଶୁଭ ହୋଇଥାଏ । କପାଳରେ ପ୍ରତ୍ୟେକ ଦିନ ତିଳକ ଲଗାଇବା ଦ୍ୱାରା ସମଗ୍ର ଶରୀରରେ ଶକ୍ତିର ସଞ୍ଚାର ହେବା ସହ ମନରେ ସକରାତ୍ମକତା ବଢିଥାଏ । ହଳଦୀ ତିଳକ ଲଗାଇବା ଦ୍ୱାରା ମାନସିକ ଶାନ୍ତି ମିଳିଥାଏ । ଯଦି ଆପଣ ଗୁପ୍ତ ନବରାତ୍ରୀରେ ହଳଦୀରେ ତିଳକ ଲଗାନ୍ତୁ । ସମସ୍ତ ପ୍ରକାର ପ୍ରତିବନ୍ଧକ ଦୂର ହୋଇଯିବ ଏବଂ ଶୀଘ୍ର ବିବାହ ହେବାର ସମ୍ଭାବନା ଅଧିକ ରହିଛି ।
ହଳଦୀ ପାଣିରେ ସ୍ନାନ କରନ୍ତୁ
ହଳଦୀ ଦ୍ୱାରା ଅନେକ ପ୍ରକାରର ରୋଗରୁ ଉପଶମ ମିଳିବା କଥା ଆପଣ ଜାଣିଥିବେ । କିନ୍ତୁ ଗୁପ୍ତ ନବରାତ୍ରୀରେ ହଳଦୀ ପାଣିରେ ସ୍ନାନ କରିବା ଦ୍ୱାରା ବିବାହରେ ଦେଖା ଦେଉଥିବା ବାଧା ଶୀଘ୍ର ଦୂର ହୋଇଥାଏ । ଯଦି କାହା ସହ ସମ୍ପର୍କ ଖରାପ ହେବା ଦ୍ୱାରା ବାହାଘର ବିଳମ୍ବ ହୋଇଥାଏ ତେବେ ସେହି ସମସ୍ୟାର ବି ସମାଧାନ ହୋଇଯିବ । ଏହାସହିତ ଶୀଘ୍ର ବିବାହ ଠିକ୍ ହୋଇପାରିବ ।
Comments are closed.