www.samajalive.in
Friday, December 5, 2025
23.1 C
Bhubaneswar

ସଞ୍ଜୟ ସ୍ମୃତି ସରକାରୀ ମହିଳା ମହାବିଦ୍ୟାଳୟରେ ବନମହୋତ୍ସବ

ଫୁଲବାଣୀ: ଫୁଲବାଣୀସ୍ଥିତ ସଞ୍ଜୟ ସ୍ମୃତି ସରକାରୀ ମହିଳା ମହାବିଦ୍ୟାଳୟରେ ବନମହୋତ୍ସବ ସପ୍ତାହ ପାଳନ ଅବସରରେ ‘ମେଗା ବୃକ୍ଷରୋପଣ’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଅଧ୍ୟକ୍ଷା ଡକ୍ଟର ତନୁଜା ସିଂହଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ମହାବିଦ୍ୟାଳୟ ପରିସରରେ ବିଭିନ୍ନ କିସମର ବୃକ୍ଷ ରୋପଣ କରାଯାଇଥିଲା । ମହାବିଦ୍ୟାଳୟର ଜାତୀୟ ସେବା ଯୋଜନା(ଏନଏସଏସ) ସଂଯୋଜିକା ଡକ୍ଟର ତପସ୍ଵିନୀ ଗୌଡ଼, ଏନଏସଏସର ସ୍ୱେଚ୍ଛାସେବୀ ବୃନ୍ଦ ଏବଂ ଶ୍ରୀ ସତ୍ୟସାଇ ସେବା ସଂଗଠନ, ଓଡ଼ିଶାର ପ୍ରମୋଦ କୁମାର ପତି, ମନୋଜ ମିଶ୍ର, ଶ୍ରୀରାମ ପାତ୍ର, ଶ୍ରୀମତୀ ସସ୍ମିତା ରାୟଗୁରୁ, ବିୟତକେଶ ତ୍ରିପାଠୀ ପ୍ରମୁଖଙ୍କ ମିଳିତ ସହଯୋଗରେ ଏହି କାର୍ଯ୍ୟକ୍ରମ ପରିଚାଳିତ ହୋଇଥିଲା। ମହାବିଦ୍ୟାଳୟର ବିଭିନ୍ନ ବିଭାଗର ଅଧ୍ୟାପକ ଓ ଅଧ୍ୟାପିକା ଅଂଶଗ୍ରହଣ କରିଥିଲେ ।

ଏହା ସହିତ ଜୁଲାଇ ୬ରେ ମହାବିଦ୍ୟାଳୟର ଯୁବ ରେଡକ୍ରସ୍ ସ୍ୱେଚ୍ଛାସେବୀଙ୍କ ମିଳିତ ସହଯୋଗରେ ଅନୁଷ୍ଠାନରେ ବନ ମହୋତ୍ସବ ପାଳନ ହୋଇଯାଇଛି। ଏଥିରେ ମହାବିଦ୍ୟାଳୟ ଅଧ୍ୟକ୍ଷା ଡକ୍ଟର ତନୁଜା ସିଂହ, ଫୁଲବାଣୀ ବନ ବିଭାଗ ରେଞ୍ଜର ଶିବ ଶଙ୍କର ଲେଙ୍କା ଏବଂ ଯୁବ ରେଡକ୍ରସ  ସଂଯୋଜିକା ଶ୍ରୀମତୀ ଯଶୋଦା ଜେନା ବୃକ୍ଷ ରୋପଣ କରିବା ସହିତ ଏହାର ସଂରକ୍ଷଣ ନିମିତ୍ତ ଛାତ୍ରୀମାନଙ୍କୁ ଉତ୍ସାହିତ କରିଥିଲେ।

Hot this week

କମିଲା ରେପୋ ହାର

ସମାଜ ଲାଇଭ ଡ଼େସ୍କ : ଭାରତୀୟ ରିଜର୍ଭ ବ୍ୟାଙ୍କର ତିନି ଦିନିଆ...

ଆଜି ମଧ୍ୟରାତ୍ରି ପର୍ଯ୍ୟନ୍ତ ଇଣ୍ଡିଗୋ ବିମାନ ବାତିଲ

ସମାଜ ଲାଇଭ ଡ଼େସ୍କ : ଚତୁର୍ଥ ଦିନ ପାଇଁ ଇଣ୍ଡିଗୋ ବିମାନ...

ଭାରତ-ରୁଷ ଶିଖ ସମ୍ମିଳନୀ; ହାଇଦ୍ରାବାଦ ହାଉସରେ ଦ୍ୱିପାକ୍ଷିକ ଆଲୋଚନା ଆରମ୍ଭ

ନୂଆଦିଲ୍ଲୀ: ହାଇଦ୍ରାବାଦ ହାଉସରେ ଭାରତ-ରୁଷ ଦ୍ୱିପାକ୍ଷିକ ଆଲୋଚନା ଆରମ୍ଭ ହୋଇଛି ।...

ନିଆଁ ପୁଆଁଉଥୁବାବେଳେ ଅଘଟଣ

ହରଭଙ୍ଗା: ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ନିକଟରେ ରହୁଥିବା...

ଜାତିର ପିତା ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳୀ ଦେଲେ ପୁଟିନ୍‌

ନୂଆଦିଲ୍ଲୀ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ରାଜଘାଟରେ ପହଞ୍ଚି ଜାତିର ପିତା...

Related Articles

Popular Categories