www.samajalive.in
Sunday, December 7, 2025
14.1 C
Bhubaneswar

ତ୍ରୁଟିପୂର୍ଣ୍ଣ ମୋତିଆବିନ୍ଦୁ ଅ​‌ସ୍ତ୍ରୋପଚାର, କ୍ଲିନିକ ବନ୍ଦ

ଅନୁଗୋଳ : ଅନୁଗୋଳ ସହରର ଏକ ଘରୋଇ କ୍ଲିନିକରେ ତ୍ରୁଟିପୂର୍ଣ୍ଣ ମୋତିଆବିନ୍ଦୁ ଅସ୍ତ୍ରୋପଚାର ଘଟଣାରେ ଜିଲା ପ୍ରଶାସନ କଡା ଆଭିମୁଖ୍ୟ ଗ୍ରହଣ କରିଛି। ସମ୍ପୃକ୍ତ କ୍ଲିନିକକୁ ପ୍ରଶାସନ ବନ୍ଦ (ସିଲ୍‌) କରିଦେବା ସହ କେଉଁ ପରିସ୍ଥିତିରେ ଏହି ଘଟଣା ଘଟିଲା ତାହାର ତଦନ୍ତ ପାଇଁ ଜିଲା ମୁଖ୍ୟ ଚିକିତ୍ସାଧିକାରୀଙ୍କ ନେତୃତ୍ବ​ରେ ଏକ ଉଚ୍ଚସ୍ତରୀୟ କମିଟି ଗଠନ କରାଯାଇଛି।

ସୂଚନା ମୁତାବକ ଚଳିତ ମାସ ୨୦ ତାରିଖରେ ଅନୁଗୋଳ ଅମଲାପଡ଼ାସ୍ଥିତ ଡାକ୍ତର ପ୍ରଧାନ ଆଇ କେୟାରରେ ବନ୍ତଳା, ଇକରବନ୍ଧ ଓ ହାଣଡିହ ସମେତ ଆଖପାଖ ଗ୍ରାମର  ୧୫ଜଣ ମୋତିଆବିନ୍ଦୁ ଅସ୍ତ୍ରୋପଚାର କରାଇଥିଲେ। ଡାକ୍ତର ବିଶ୍ୱଜିତ୍ ଦେ  ଫାକୋ ମେସିନ ସାହାଯ୍ୟରେ ମୋତିଆବିନ୍ଦୁ ଅସ୍ତ୍ରୋପଚାର କରିଥିଲେ। ଏଥିପାଇଁ ରୋଗୀ ପିଛା ୧୩ରୁ ୨୦ ହଜାର ଟଙ୍କା ପର୍ଯ୍ୟନ୍ତ ଦେୟ ନିଆଯାଇଥିବା ରୋଗୀ ଏବଂ ସେମାନଙ୍କ ସମ୍ପର୍କୀୟ ଅଭିଯୋଗ କରିଛନ୍ତି। ଅସ୍ତ୍ରୋପଚାର ପରଦିନ ରୋଗୀଙ୍କ ଆଖି ଦରଜ ହେବା ସହ ଲାଲ ପଡି ଫୁଲିଯିବା ଏବଂ କିଛି ରୋଗୀଙ୍କ ଆଖିକୁ ଝାପସା ଦିଶିଥିଲା।

- Advertisement -

ରୋଗୀମାନେ ପୁନର୍ବାର ସମ୍ପୃକ୍ତ କ୍ଲିନିକକୁ ଆସି  ଡାକ୍ତରଖାନାର ତତ୍ତ୍ବାବଧାରକ ଡାକ୍ତର ଚନ୍ଦ୍ରଶେଖରଙ୍କୁ ଭେଟିଥିଲେ । ସେଠାରେ ପୁନର୍ବାର ଚିକିତ୍ସା କରାଯାଇଥିଲାଟ୍ଟ କିନ୍ତୁ କିଛି ସୁଫଳ ମିଳିନଥିଲା। କୌଣସି ପ୍ରକାର ଅପ୍ରୀତିକର ପରିସ୍ଥିତି ଉପୁଜିବା ଆଶଙ୍କାରେ ଡ଼ା ପ୍ରଧାନ ସମସ୍ତଙ୍କୁ ନିଜସ୍ବ ଖର୍ଚ୍ଚରେ ଗାଡି କରି ବୁର୍ଲା ଡାକ୍ତରଖାନାକୁ ପଠାଇ ଦେଇଥିଲେ। ସେଠାରେ ଚିକିତ୍ସା ପରେ ସାମାନ୍ୟ କିଛି ଉପଶମ ପରେ ୧୧ ଜଣଙ୍କୁ ଡାକ୍ତରଖାନାରୁ ଛାଡ କରି ଦିଆଯାଇଥିଲା। କିଛି ରୋଗୀଙ୍କ ଆଖିକୁ ଭଲ ଭାବେ ଦିଶୁନଥିବାରୁ  ସେମାନଙ୍କ ପରିବାର ଲୋକେ ନାନା ଆଶଙ୍କାରେ ରହିଛନ୍ତି। ବିଶେଷଜ୍ଞଙ୍କ ମତରେ ଏହା ଏଣ୍ଡୋଥାଲମାଇଟିଜ୍ ଅର୍ଥାତ୍ ବ୍ୟାକ୍ଟେରିଆ ସଂକ୍ରମଣ । ଅ​‌ସ୍ତ୍ରୋପଚାର ପୂର୍ବରୁ ଦିଆ ଯାଉଥିବା ତରଳ ଔଷଧ କିମ୍ବା ଅପରେସନ ଗୃହରେ ସଂକ୍ରମଣ ଯୋଗୁ ଏଭଳି  ହୋଇଥାଇ ପାରେ ବୋଲି ମତ ମିଳିଛି। ଗତ ଦୁଇଦିନ ଧରି ‘ସମାଜ’ରେ ଏ ସଂକ୍ରାନ୍ତରେ ଖବର ପ୍ରକାଶିତ ହେବା ପରେ ଆଜି ପ୍ରଶାସନ ତତ୍ପରତା ପ୍ରକାଶ କରି  ଉକ୍ତ କ୍ଲିନିକକୁ ସିଲ୍ କରିଛି।

ଲାଞ୍ଚ ମାମଲା: ପୂର୍ବତନ ପୁଲିସ ଅଧିକାରୀଙ୍କୁ ୧ବର୍ଷ ଜେଲ ଦଣ୍ଡାଦେଶ

ଏହି ଘଟଣାରେ ସଂକ୍ରମିତ ରୋଗୀଙ୍କ ପରିବାର ଲୋକେ ଜିଲା ପ୍ରଶାସନ ନିକଟରେ ଅଭିଯୋଗ କରିଥିଲେ। ଜିଲାପାଳ ଅବଦୁଲ ଏମ୍ ଅଖତାରଙ୍କ ନିର୍ଦେଶରେ ଆଜି ସମ୍ପୃକ୍ତ ଡାକ୍ତରଖାନାକୁ ସିଲ୍ କରି ଦିଆଯାଇଛି। ଏଥିସହିତ ସିଡିଏମଓ ଡ଼ା ଶିବାନନ୍ଦ ମହାନ୍ତିଙ୍କ ତତ୍ତ୍ବାବଧାନରେ ଏକ ଉଚ୍ଚସ୍ତରୀୟ କମିଟି ଗଠନ କରାଯାଇଛି। ଡିପିଏମ ଡା. ପରମେଶ୍ବର ଜେନା, ଏଡିପିଏଚଓ ଅନ୍ତର୍ଯ୍ୟାମୀ ମିଶ୍ର, ଡେପୁଟି କଲେକ୍ଟର ସଞ୍ଜୟକୁମାର ମିଶ୍ର, ଚକ୍ଷୁ ସହାୟକ କଳ୍ପନା ଜେନାଙ୍କୁ ନେଇ ଗଠିତ କମିଟି ଘଟଣାର ତଦନ୍ତ କରି ରିପୋର୍ଟ ପ୍ରଦାନ କରିବାକୁ ଜିଲାପାଳ ନିର୍ଦେଶ ଦେଇଛନ୍ତି। ରିପୋର୍ଟ ପ୍ରଦାନ କଲାପରେ ତୃଟି କେଉଁଠି ରହିଲା ତାହାରି  ଆଧାରରେ ପରବର୍ତ୍ତୀ ପଦକ୍ଷେପ ନିଆଯିବ ବୋଲି ଜିଲାପାଳ କହିଛନ୍ତି। ବର୍ତ୍ତମାନ ସୁଦ୍ଧା ୧୧ଜଣ ରୋଗୀ ସୁସ୍ଥ ଅନୁଭବ କରିବା ପରେ ବୁର୍ଲା ଡାକ୍ତରଖାନାରୁ ଛାଡ ପାଇଛନ୍ତି। ଆଉ ୨ଜଣ ରୋଗୀ ସେଠାରେ ଚିକିତ୍ସାଧୀନ ଅଛନ୍ତି ବୋଲି ଜିଲାପାଳ ଗଣମାଧ୍ୟମକୁ କହିଛନ୍ତି।

ବୋଇଂ ଷ୍ଟାରଲାଇନର୍‌ରେ ସୁଧୁରୁନି ଯାନ୍ତ୍ରିକ ତ୍ରୁଟି, ସୁନିତାଙ୍କ ଫେରିବା ନେଇ ଅନିଶ୍ଚିତତା

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories