ଏଲନଙ୍କ ଅଫିସରେ ଆପଲ ସାମଗ୍ରୀ ଉପରେ କଟକଣା ! କହିଲେ, ‘ସୁରକ୍ଷିତ ନୁହେଁ ବ୍ୟକ୍ତିଗତ ତଥ୍ୟ’

ନୂଆଦିଲ୍ଲୀ : ବିଶ୍ବର ସବୁଠାରୁ ଧନୀ ବ୍ୟବସାୟୀ ଏଲନ ମସ୍କ, ଆପଲର ଓପନଏଆଇ ସହିତ ଭାଗିଦାରୀକୁ ବିରୋଧ କରିଛନ୍ତି । ମସ୍କ ଏହାକୁ ନେଇ ନିଜ ସାମାଜିକ ଗଣମାଧ୍ୟମ ପ୍ଲାଟଫର୍ମ ଏକ୍ସରେ ଲେଖିଛନ୍ତି କି ଯଦି ଏମିତି ହୁଏ ତେବେ ସେ ନିଜ କମ୍ପାନୀରେ ଆପଲର ଉତ୍ପାଦ ବ୍ୟବହାର ଉପରେ ରୋକ ଲଗାଇଦେବେ ।

ଏଲନ ମସ୍କ ଏକ୍ସରେ ଲେଖିଛନ୍ତି କି ଯଦି ଆପଲ ଅପରେଟିଂ ସିଷ୍ଟମ ସ୍ତରରେ ଓପନଏଆଇକୁ ମିଶାଏ ତେବେ ତାଙ୍କ କମ୍ପାନୀ ଆପଲର ଡିଭାଇସ ବ୍ୟବହାର ଉପରେ କଟକଣା ଜାରି କରିବ । ସେ ଏହା ମଧ୍ୟ କହିଛନ୍ତି କି ‘ଆପଲ ଏତେ ସ୍ମାର୍ଟ ନୁହେଁ ଯେ ନିଜ ଏଆଇ ପ୍ରସ୍ତୁତ କରିପାରିବ । ଆପଲ ଏହା ଜାଣିପାରୁନି ଯେ ଓପନଏଆଇକୁ ଉପଭୋକ୍ତାଙ୍କ ବ୍ୟକ୍ତିଗତ ତଥ୍ୟ ଦେବା କେତେ ବିପଜ୍ଜନକ ।’ ଏହା ଦର୍ଶାଇବା ପାଇଁ ସେ ଏକ ମିମ୍ ମଧ୍ୟ ସେୟାର କରିଛନ୍ତି ।

କହିରଖୁଛୁ ଆପଲ କୃତ୍ରିମ ବୁଦ୍ଧିମତାକୁ ନିଜ ଡିଭାଇସରେ ଅଧିକ ଉତ୍ତମ କରିବା ପାଇଁ ଚାଟଜିପିଟି ପ୍ରସ୍ତୁତ କରୁଥିବା କମ୍ପାନୀ ଓପନଏଆଇ ସହିତ ପାର୍ଟନରସିପ୍ ଘୋଷଣା କରିଛି । କମ୍ପାନୀର ଏହି ନିଷ୍ପତ୍ତି ପରେ ଲୋକଙ୍କ ବ୍ୟକ୍ତିଗତ ତଥ୍ୟ ସୁରକ୍ଷାକୁ ନେଇ ପ୍ରଶ୍ନ ଉଠୁଛି । ଆପଲ ଉତ୍ପାଦରେ ଭାଇରସର ଆଶଙ୍କା ପ୍ରାୟତଃ କମ୍ ଥାଏ । ଏହାକୁ କମ୍ପାନୀ ଏଭଳି ପ୍ରସ୍ତୁତ କରିଛି ଯାହା ଫଳରେ ସହଜରେ ଏହାକୁ ହ୍ୟାକ୍ କରିବା ସମ୍ଭବ ନୁହେଁ ।

Comments are closed.