www.samajalive.in
Sunday, December 7, 2025
14.1 C
Bhubaneswar

ନବ ନିର୍ବାଚିତ ୫୦୪ ସାଂସଦ କୋଟିପତି, ଟିଡିପିର ଚନ୍ଦ୍ରଶେଖର ସବୁଠୁ ଧନୀ

ନୂଆଦିଲ୍ଲୀ : ନିର୍ବାଚନ କମିସନ (ଇସି)ଙ୍କ ପକ୍ଷରୁ ଲୋକସଭାର ୫୪୩ ଆସନର ଫଳାଫଳ ଚଳିତମାସ ୪ରେ ଘୋଷିତ ହୋଇସାରିଛି। ତେବେ ନିର୍ବାଚିତ ସାଂସଦଙ୍କ ମଧ୍ୟରେ ୯୩ ପ୍ରତିଶତ କୋଟିପତି ବୋଲି ନିର୍ବାଚନ ଉପରେ ନଜର ରଖୁଥିବା ସଂସ୍ଥା ଏଡିଆର (ଆସୋସିଏସନ ଫର ଡେମୋକ୍ରାଟି ରିଫର୍ମସ) ପକ୍ଷରୁ ଗୁରୁବାର ପ୍ରକାଶିତ ରିପୋର୍ଟରେ ଉଲ୍ଲେଖ କରାଯାଇଛି।

୫୪୩ ମଧ୍ୟରୁ ୫୦୪ ସାଂସଦ କୋଟିପତି ତାଲିକାଭୁକ୍ତ ହୋଇଛନ୍ତି। ନବ ନିର୍ବାଚିତଙ୍କ ମଧ୍ୟରେ ବିଜେପିର ସର୍ବାଧିକ ୨୪୦ ସାଂସଦ ଥିବାବେଳେ ସେମାନଙ୍କ ମଧ୍ୟରୁ ୨୨୭ ଜଣ (୯୫ ପ୍ରତିଶତ) ହେଉଛନ୍ତି କୋଟିପତି। ସେମାନଙ୍କର ହାରାହାରି ସମ୍ପତ୍ତି ପରିମାଣ ୫୦.୦୪ କୋଟି ଟଙ୍କା ବୋଲି ରିପୋର୍ଟରୁ ଜଣାପଡିଛି। ତେବେ ଟିଡିପି ସାଂସଦଙ୍କ ହାରାହାରି ସମ୍ପତ୍ତି ୪୪୨. ୨୬ କୋଟି ଟଙ୍କା ବୋଲି ଜଣାପଡିଛି। ଅପରପକ୍ଷରେ ୯୯ ଆସନ ଅକ୍ତିଆର କରିଥିବା କଂଗ୍ରେସ ଦଳର ୯୩ ପ୍ରତିଶତ ସାଂସଦ କୋଟିପତି ବୋଲି ଜଣାପଡିଛି। ୫୭୦୫ କୋଟିର ସମ୍ପତ୍ତି ସହ ଟିଡିପି (ତେଲୁଗୁ ଦେଶମ ପାର୍ଟି)ର ଚନ୍ଦ୍ରଶେଖର ପେମାସାନି ସବୁଠୁ ଧନୀ ସାଂସଦର ମାନ୍ୟତାଲାଭ କରିଥିବାବେଳେ ତାଙ୍କ ପଛକୁ ବିଜେପିର କେ.ବିଶ୍ବେଶ୍ବର ରେଡ୍ଡି ( (୪୫୬୮ କୋଟି) ଓ ନବୀନ ଜିନ୍ଦଲ (୧୨୪୧ କୋଟି) ଯଥାକ୍ରମେ ଦ୍ବିତୀୟ ଓ ତୃତୀୟ ସ୍ଥାନରେ ରହିଛନ୍ତି। ଅପରପକ୍ଷରେ ନବନିର୍ବାଚିତଙ୍କ ମଧ୍ୟରୁ ୪୬ ପ୍ରତିଶତ ସାଂସଦଙ୍କ ବିରୋଧରେ ଅପରାଧିକ ମାମଲା ବିଚାରାଧୀନ ରହିଛି। ଅର୍ଥାତ ୫୪୩ ମଧ୍ୟରୁ ୨୫୧ ସାଂସଦଙ୍କ ବିରୋଧରେ ଏଭଳି ମାମଲା ରହିଥିବା ପ୍ରକାଶ। ବିଜେପିର ୯୪ (୩୯ ପ୍ରତିଶତ)ସାଂସଦ ଏବଂ କଂଗ୍ରେସର ୪୯ (୫୦ ପ୍ରତିଶତ)ଙ୍କ ବିରୋଧରେ ଅପରାଧିକ ମାମଲା ରହିଛି।

- Advertisement -

୨୦୦୯ ପରଠାରୁ ଏଭଳି ସାଂସଦଙ୍କ ସଂଖ୍ୟାରେ ୫୫ ପ୍ରତିଶତ ବୃଦ୍ଧି ଘଟିଥିବା କୁହାଯାଇଛି। ୫୪୩ ମଧ୍ୟରୁ ୧୭୦ ସାଂସଦଙ୍କ ବିରୋଧରେ ହତ୍ୟା, ଅପହରଣ, ବଳାତ୍କାର, ମହିଳାଙ୍କୁ ନିର୍ଯାତନା ଭଳି ଗୁରୁତର ଅପରାଧିକ ମାମଲା ବିଚାରାଧୀନ ରହିଥିବା ଜଣାପଡିଛି। ବିଜେପିର ୬୩, କଂଗ୍ରେସର ୩୨ ଏବଂ ଆରଜେଡି (ରାଷ୍ଟ୍ରୀୟ ଜନତା ଦଳ)ର ୪ ସାଂସଦଙ୍କ ବିରୋଧରେ ଗୁରୁତର ଅପରାଧିକ ମାମଲା ରହିଛି ବୋଲି ସେମାନେ ସତ୍ୟପାଠରେ ଦର୍ଶାଇଛନ୍ତି।

Hot this week

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

ଏଏନ୍‌ଏମ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ବିଜେଡିର ସମାଲୋଚନା

ଭୁବନେଶ୍ବର : ଏଏନଏମ ପ୍ରଶ୍ନପତ୍ର ପ୍ରଘଟ ଓ ଶେଷ ମୁହୂର୍ତ୍ତରେ ଏହି...

Related Articles

Popular Categories