www.samajalive.in
Sunday, December 7, 2025
14.1 C
Bhubaneswar

ରୋଷେଇ ଘରେ ଆଉ ଲାଗିବନି ଗରମ, ଆସିଲା ଏହି କୁନି ଫ୍ୟାନ୍

ନୂଆଦିଲ୍ଲୀ : ଖରାଦିନେ ରୋଷେଇ ଘରେ ଖାଦ୍ୟ ପ୍ରସ୍ତୁତ କରିବା ଅତି କଷ୍ଟକର କାମ । ଅନ୍ୟ ସମୟରେ ଘରେ ଏସି ବା ଫ୍ୟାନ୍ ବ୍ୟବହାର କରି ଗରମରୁ ରକ୍ଷା ପାଇହୁଏ । କିନ୍ତୁ ରୋଷେଇ ଘରେ ଏସିର ବ୍ୟବସ୍ଥା ପ୍ରାୟତଃ ନଥାଏ । ଫଳରେ ଖରାଦିନେ ରୋଷେଇ କରିବାରେ ବହୁ ଅସୁବିଧା ହୋଇଥାଏ । ଏହି ସମସ୍ୟାକୁ ଦୂର କରିବା ପାଇଁ ଏକ ଫ୍ୟାନ୍ ବଜାରକୁ ଆସିଛି । ଏହି ଫ୍ୟାନକୁ ଆପଣ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ନେବା ଆଣିବା ସହ ଅଳ୍ପ ସ୍ଥାନରେ ମଧ୍ୟ ରଖିପାରିବେ । ଏହା ଆପଣଙ୍କୁ ଗରମରୁ ରକ୍ଷା ଦେବ । ଆସନ୍ତୁ ଜାଣିବା ଏହି ଫ୍ୟାନ୍ ସମ୍ପର୍କରେ…

ଏହି ଫ୍ୟାନ୍ ଟ୍ରାଇପଡ ସହିତ ଆସିଥାଏ ଯାହାକୁ ଆପଣ ଧରି ନିଜ ସହିତ କେଉଁଠିକି ବି ନେଇପାରିବେ । ଏହି ଫ୍ୟାନର ଟ୍ରାଇପଡ ପ୍ଲାଷ୍ଟିକ୍ ଏବଂ ସ୍ପଞ୍ଜ ବଦଳରେ ହାଇ କ୍ବାଲିଟି ମେଟାଲ ଏବଂ ଫୁଡ୍ ଗ୍ରେଡ୍ ସିଲିକନରେ ପ୍ରସ୍ତୁତ ହୋଇଛି । ଏହା ଜଳ ରୋଧୀ ମଧ୍ୟ ଏବଂ ଏହାକୁ ସଫା କରିବା ବହୁତ ସହଜ ।

- Advertisement -

ଏହି ଫ୍ୟାନକୁ ଆଣିଛି ସ୍ନାଭୋଭୋ ନାମକ ଏକ କମ୍ପାନୀ । ଫ୍ୟାନରେ ଏକ ମୋଟର ଲାଗିଛି ଏବଂ ଏଥିରେ ସ୍ପିଡ୍ ଅଧିକ କମ୍ କରିବା ପାଇଁ ସୁଇଜ୍ ଦେଇଛି କମ୍ପାନୀ । ୟୁଏସବି ବା ଟାଇପ୍ ସି ପୋର୍ଟ ଜରିଆରେ ଏହାକୁ ଚାର୍ଜ କରିହେବ ଏବଂ ରୋଷେଇ ଘରେ, କାମ କରୁଥିବା କମ୍ପ୍ୟୁଟର ପାଖରେ ଏହାକୁ ରଖିହେବ । ଏଥିରେ ୪ ହଜାର ଏମଏଏଚର ଏକ ବ୍ୟାଟେରୀ ରହିଛି । ଏହାକୁ ଫୁଲ୍ ଚାର୍ଜ କରିବା ପାଇଁ ପ୍ରାୟ ସାଢେ ୩ ଘଣ୍ଟା ଲାଗିବା ସହ ଥରେ ଚାର୍ଜ କଲେ ୫ରୁ ୧୨ ଘଣ୍ଟା ପର୍ଯ୍ୟନ୍ତ ଏହା ଚାଲିପାରେ ।

Hot this week

ସାପ୍ତାହିକ ରାଶିଫଳ: ଏହି ରାଶିର ବ୍ୟକ୍ତି ସାବଧାନ

ମେଷ: ରବିବାର ଓ ସୋମବାର କର୍ମଅନୁରୂପ ଫଳପ୍ରାପ୍ତ ହେବେ। କାର୍ଯ୍ୟକ୍ଷେତ୍ର ବ୍ୟାପକ...

ଜାଡରେ ଥରୁଛି ସାରା ଓଡିଶା

ଭୁବନେଶ୍ୱର: ଉତ୍ତର-ପଶ୍ଚିମ ଶୁଷ୍କ ଥଣ୍ଡା ବାୟୁର ପ୍ରବାହ ଯୋଗୁଁ ରାଜ୍ୟରେ ଶୀତ...

କ୍ରିକେଟ୍‌ପ୍ରେମୀଙ୍କ ପାଇଁ ସ୍ୱତନ୍ତ୍ର ‘ଆମ ବସ୍’ ସେବା

ଭୁବନେଶ୍ବର: କଟକର ବାରବାଟୀ ଷ୍ଟାଡିୟମରେ ଚଳିତ ମାସ ୯ରେ ହେବାକୁ ଥିବା...

ଜାନୁଆରୀ ୨୦ରେ ଓଏସ୍‌ଏସ୍‌ଟିଇଟି

କଟକ: ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ଦ୍ବାରା ପରିଚାଳିତ ଓଡ଼ିଶା ମାଧ୍ୟମିକ ବିଦ୍ୟାଳୟ...

ସୁନା ଲିଜ୍‌ ବା ଭଡା ଦେଇ ରୋଜଗାର

ନୂଆଦିଲ୍ଲୀ - ଅନେକ ଲୋକ ଗୋଲ୍ଡ ବଣ୍ଡ ସହ ସୁନାରେ ଟଙ୍କା...

Related Articles

Popular Categories