ଫ୍ୟାନକୁ କରିଦେଲେ କୁଲର, ଭିଡିଓ ଭାଇରାଲ

ନୂଆଦିଲ୍ଲୀ : ଗରମରୁ ରକ୍ଷା ପାଇବା ପାଇଁ ଲୋକେ ଭିନ୍ନ ଭିନ୍ନ ଉପାୟ ଆପଣାଉଛନ୍ତି । ଆଉ ସାମାଜିକ ଗଣମାଧ୍ୟମରେ ଏହାର ଉଦାହରଣ ଦେଖିବାକୁ ମିଳୁଛି । ଏବେ ଏମିତି ଏକ ଭିଡିଓ ଭାଇରାଲ ହେଉଛି ଯେଉଁଥିରେ ଗୋଟିଏ ଫ୍ୟାନକୁ ଜଣେ ବ୍ୟକ୍ତି କୁଲରରେ ପରିଣତ କରିଦେଇଛନ୍ତି । ଅତ୍ୟଧିକ ଗରମ ହେବାରୁ ଫ୍ୟାନ୍ ମାଲିକ ସେଥିରେ କିଛି ନୂଆ ଯନ୍ତ୍ରାଶ ଖଞ୍ଜି କୁଲରରେ ବଦଳାଇଛନ୍ତି । ଭିଡିଓଟି ଏବେ ସାମାଜିକ ଗଣମାଧ୍ୟମରେ ଭାଇରାଲ ହେବାରେ ଲାଗିଛି ।

ଇନଷ୍ଟାଗ୍ରାମରେ ସେୟାର ହୋଇଛି ଏହି ଭିଡିଓ । ଅମିତ ସୈନୀ ନାମକ ଏକ ଆକାଉଣ୍ଟରେ ଏକ ଷ୍ଟାଣ୍ଡ ଫ୍ୟାନକୁ କୁଲର ଭଳି ବ୍ୟବହାର କରାଯାଉଥିବାର ଭିଡିଓ ପୋଷ୍ଟ କରାଯାଇଛି । ଏକ ଷ୍ଟାଣ୍ଡ ଫ୍ୟାନରେ ବାଲଟି, ମୋଟର, ପାଇପ୍, ଡବା ଏବଂ କିଛି ସାମଗ୍ରୀକୁ ଯୋଡି ଏହାକୁ କୁଲର ଭଳି ଚାଲୁଥିବା ଦର୍ଶାଯାଇଛି । ଭିଡିଓର କ୍ୟାପ୍ସନରେ ଏହାକୁ ପ୍ରସ୍ତୁତ କରିବାର ପ୍ରଣାଳୀ ମଧ୍ୟ ପୋଷ୍ଟ କରାଯାଇଛି ।

ଭିଡିଓକୁ ଏପର୍ଯ୍ୟନ୍ତ ୮ ଲକ୍ଷରୁ ଅଧିକ ଲୋକ ଦେଖିସାରିଲେଣି । ୫ ଲକ୍ଷ ଲୋକ ଏହାକୁ ଲାଇକ୍ କରିଥିବାବେଳେ ୫ ଲକ୍ଷରୁ ଅଧିକ ଲୋକ ଏହାକୁ ସେୟାର କରିଛନ୍ତି । ହଜାର ହଜାର ଲୋକ ଏଥିରେ ପ୍ରତିକ୍ରିୟା ରଖି ଏହି ଉପାୟକୁ ପ୍ରଶଂସା କରୁଛନ୍ତି ।

Comments are closed.